ଭୁବନେଶ୍ଵର: ରାଜ୍ୟରେ ଆଜି ମୋଟ ୯୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩ ଲକ୍ଷ ୦୬ହଜାର ୭୨୬ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୧୧୮ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୧୧, କଟକରୁ ୬୬, ଅନୁଗୋଳରୁ ୬୪, ଖୋର୍ଦ୍ଧାରୁ ୬୨, ନୂଆପଡ଼ାରୁ ୫୩, ସମ୍ବଲପୁରରୁ ୪୩, ବାଲେଶ୍ୱରରୁ ୩୭, ଝାରସୁଗୁଡ଼ାରୁ ୩୬, ବରଗଡ଼-କେନ୍ଦ୍ରାପଡ଼ାରୁ ୩୫ ଜଗତସିଂହପୁରରୁ ୩୨, କେନ୍ଦୁଝରରୁ ୨୯, ପୁରୀରୁ ୨୬, ଯାଜପୁରରୁ ୨୨, ବଲାଙ୍ଗିରରୁ ୨୧, ଢେଙ୍କାନାଳ-କଳାହାଣ୍ଡି-ନବରଙ୍ଗପୁରରୁ ୧୫, ଗଞ୍ଜାମରୁ ୧୪, ନୟାଗଡ଼ରୁ ୧୦, ଭଦ୍ରକ-କୋରାପୁଟ-ମାଲକାନଗିରି-୮, କନ୍ଧମାଳରୁ ୬, ସୋନପୁରରୁ ୫, ଦେବଗଡ଼ରୁ ୩, ଗଜପତି-ରାୟଗଡ଼ାରୁ ୨ ଓ ବୌଦ୍ଧରୁ ଜଣେ ସୁସ୍ଥ ହୋଇଛନ୍ତି।
ଅର୍ଗସ ବ୍ୟୁରୋ: ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏର ବଡ଼ ରେଡ୍ । ଖାଲିସ୍ତାନୀ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଆକ୍ସନମୋଡରେ ଏନଆଇଏ । ଲରେନ୍ସ, ବିମବିହା ଓ ଅର୍ଷ ଡାଲା ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ଠିକଣା ଉପରେ ରେଡ୍ । 3ଟି ମାମଲାରେ ୬ଟି ରାଜ୍ୟର ୫୧ଟି ସ୍ଥାନରେ ସିରିଜ ରେଡ୍ କରିଛି ଏନଆଇଏ ।
ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ପଞ୍ଜାବ ଏବଂ ଦିଲ୍ଲୀ-ଏନସିଆରରେ ଏକାସାଙ୍ଗରେ ଚଢାଉ କରାଯାଉଛି । ମୋଟ ଉପରେ ଏନ୍ଆଇଏ ୫୦ରୁ ଅଧିକ ସ୍ଥାନରେ ଚଢାଉ କରିଛି । ଏହି ଗ୍ୟାଙ୍ଗଷ୍ଟରମାନଙ୍କ ମାଧ୍ୟମରେ ହିଁ ସୀମା ପାର କରି ଭାରତକୁ ଅନେକ ପ୍ରକାରର ଔଷଧ ପଠାଯାଉଛି ।
ଏହାକୁ ଧ୍ୟାନରେ ରଖି ଏହା ଉପରେ ଚଢାଉ କରାଯାଇଛି । ଗତ କିଛି ମାସ ମଧ୍ୟରେ ପଞ୍ଜାବ, ହରିୟାଣା, ୟୁପି ଭଳି ରାଜ୍ୟରେ ଗ୍ୟାଙ୍ଗଷ୍ଟର ସକ୍ରିୟ ହୋଇଯାଇଛନ୍ତି । ଏହି ଗ୍ୟାଙ୍ଗଷ୍ଟରମାନେ ପଡୋଶୀ ଦେଶ ପାକିସ୍ତାନରୁ ଆସୁଥିବା ଡ୍ରଗ୍ସକୁ ପଠାଇବାରେ ସାହାଯ୍ୟ କରୁଛନ୍ତି ।
ଆହୁରି ପଢନ୍ତୁ ଭାରତ ଖବର...
ସୁବର୍ଣ୍ଣପୁର: ସାଂଘାତିକ ରୂପ ନେଉଛି ଜେଲ କର୍ମଚାରୀଙ୍କ ଅନଶନ । ସୋମବାରଠାରୁ ଆନ୍ଦୋଳନରେ ବସିଥିବା ଜେଲ କର୍ମଚାରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ବାରିପଦାରୁ ସୋନପୁର ସବୁଠି ସମାନ ଦୃଶ୍ୟ । ସୋନପୁର ସବ୍ ଜେଲରେ ଜେଲ କର୍ମଚାରୀଙ୍କ ଆମରଣ ଅନଶନ ଚାଲିଥିବାବେଳେ ଆଜି ଅନେକ ଜେଲ କର୍ମଚାରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଦୁଇ ଦିନ ହେଲା ଆମରଣ ଅନଶନ ଚାଲିଥିବାବେଳେ କିଛି ଖାଇନଥିବାରୁ ଅସୁସ୍ଥ ଅନୁଭବ କରିବାରୁ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 5 ଦଫା ଦାବି ଅନଶନରେ ବସିଛନ୍ତି ଜେଲ କର୍ମଚାରୀ । ସୋନପୁର ଜେଲର ୧୧ ଜଣ କର୍ମଚାରୀ ଅନଶନରେ ବସିଥିବାବେଳ ୭ ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ଏସିଆନ ଗେମ 2022 । ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ । 25 ମିଟର ରାପିଡ଼ ଫାୟାର ପିସ୍ତଲ ସୁଟିଙ୍ଗରେ ସ୍ବର୍ଣ୍ଣ ଜିତିଲେ ଭାରତୀୟ ମହିଳା ଟିମ୍ । ପଦକ ସଂଖ୍ୟା 16 କୁ ବୃଦ୍ଧି ପାଇଛି । ଏହା ଭାରତର ଚତୃର୍ଥ ସ୍ବର୍ଣ୍ଣ ପଦକ । ଏପର୍ଯ୍ୟନ୍ତ 4 ଟି ସୁନା, 5 ଟି ରୌପ୍ୟ, 7 ଟି ବ୍ରୋଞ୍ଚ ପଦକ ମିଳିଛି ।
ଆହୁରି ପଢନ୍ତୁ ଖେଳ ଖବର...