-ଓଜନ ବଢାଇବାରେ ସାହାଯ୍ୟ କରେ ପାଚିଲା କଦଳୀ । ଦୁର୍ବଳତା ଅନୁଭବ କରୁଥିଲେ ,ପାଚିଲା କଦଳୀ ସେବନ କରିବା ବହୁତ୍ ଉପକାରୀ ହୋଇଥାଏ ।
-କଂଚା କଦଳୀ,ପାଚିଲା କଦଳୀ ଦୁଇ ପ୍ରକାରର କଦଳୀ ମଧ୍ୟରେ,କେବଳ ପାଚିଲା କଦଳୀ ଭଲ ତାହା ନୁହେଁ,କଂଚା କଦଳୀ ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ହୋଇଥାଏ । କଂଚା କଦଳୀ ଖାଇବା ଦ୍ୱାରା,ଏହା ଜ୍ୱଳନ,ରକ୍ତ ପରିଷ୍କାର,କଫ ଭଳି ସମସ୍ୟା ଥିଲେ ସେସବୁ ଦୂର କରିବାରେ ସାହାଯ୍ୟ କରେ ।
-ପ୍ରତିଦିନ ସକାଳ ଜଳଖିଆରେ ପାଚିଲା କଦଳୀ ଖାଇବା ପରେ କ୍ଷୀର ପଇିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପ୍ରତି ବହୁତ୍ ହିତକର ହୋଇଥାଏ ।
-ଅତ୍ୟଧିକ ଥକ୍କାପଣ ଅନୁଭବ କରୁଥିଲେ, ପାଚିଲା କଦଳୀ ସେବନ କରିବା ଭଲ । ଏହା ଥକ୍କାପଣ ଦୂର କରି ଏନର୍ଜି ପ୍ରଦାନ କରିଥାଏ ।
-ରାତିରେ ଶୋଇବା ସମୟରେ କଦଳୀ ସେବନ କରିବା ହାନିକାରକ ହୋଇଥାଏ ।