-ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରିବାରେ ସାହାଯ୍ୟ କରେ ଜିରା । କଳା ଲୁଣ ସହିତ ଜିରା ଏବଂ ପାଣି ମିଶାଇ ସେବନ କରିବା ଦ୍ବାରା, ଏହି ସମସ୍ୟା କମ୍ ହୋଇଥାଏ ।
-ମୁହଁରୁ ଦୁର୍ଗନ୍ଧ ନିର୍ଗତ ହେଉଥିଲେ , ଏଥିପାଇଁ ଲାଭଦାୟକ ଜିରା । ଜିରା ସହିତ କଳା ଲୁଣ ମିଶାଇ ଗୁଣ୍ଡ କରିବେ । ଏହି ଗୁଣ୍ଡରେ ଦାନ୍ତକୁ ମସାଜ କରିବା ଦ୍ବାରା, ଦାନ୍ତ ଜନିତ ସମସ୍ୟା କମ୍ ହେବା ସହିତ, ମୁହଁରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୋଇଥାଏ ।
-ମାସିକ ଋୁତୁସ୍ରାବ ସମୟରେ ଯନ୍ତ୍ରଣା ହେଉଥିଲେ, ଜିରା ଖାଇବା ଦ୍ବାରା ଏହି ଯନ୍ତ୍ରଣା କମ୍ ହୋଇଥାଏ ।
-ବଦହଜମି ସମସ୍ୟାକୁ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ ଜିରା ।