
ଅର୍ଗସ ବ୍ୟୁରୋ : କିସମିସ ପାଟିକୁ ସୁଆଦିଆ ଲାଗିବା ସହିତ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ । କିସମିସ ପାଣିରେ ମଧ୍ୟ ଅନେକ ଔଷଧିୟ ଗୁଣ ଭରି ରହିଥାଏ । ଏଥିରେ, କ୍ୟାଲସିୟମ, ଆଇରନ, ଫାଇବର, ଆଣ୍ଟି-ଅକ୍ସିଡାଣ୍ଟର ଗୁଣ ଭରି ରହିଥାଏ । ଯାହା ଶରୀରକୁ ବିଭିନ୍ନ ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ । ବିଭିନ୍ନ ବ୍ୟଞ୍ଜନରେ କିସମିସକୁ ବ୍ୟବହାର କରାଯାଇଥାଏ । ସାଧାରଣତଃ ମିଠା ଜାତୀୟ ବ୍ୟଞ୍ଜନରେ । ତେବେ ଆସନ୍ତୁ ଜାଣିବା, କିସମିସ ପାଣିର ଉପକାରୀତା ସମ୍ପର୍କରେ ।
-କିସମିସରେ ଭିଟାମିନ, ମିନେରାଲ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ । କିସମିସ ପାଣିରେ ଆଣ୍ଟି-ଅକ୍ସିଡାଣ୍ଟର ଗୁଣ ରହିଥାଏ । ଏହି ପାଣି ସେବନ କରିବା ଦ୍ବାରା, ଏହା ଇମ୍ୟୁନିଟି ବୁଷ୍ଟ କରିବାରେ ସାହାଯ୍ୟ କରେ ।
-ଲିଭର ପାଇଁ ବହୁତ ଉପକାରୀ କିସମିସ ପାଣି । ଏହା ସେବନ କରିବା ଦ୍ବାରା, ଶରାରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଯାହା ଦ୍ବାରା ଲିଭର ସୁସ୍ଥ ରହିଥାଏ ।
-ହୃଦୟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ କିସମିସ ପାଣି ।
-ପ୍ରତିଦିନ କିସମିସ ପାଣି ସେବନ କରିବା ଦ୍ବାରା, ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
-କିସମିସରେ ଫାଇବରର ଗୁଣ ଭରପୁର ରହିଥାଏ । ଏହା ପାଚନ ପାଇଁ ବହୁତ୍ ଉପକାରୀ । ପ୍ରତିଦିନ କିସମିସ ପାଣି ସେବନ କରିବା ଦ୍ବାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
