ଅର୍ଗସ୍ ବ୍ୟୁରୋ : ଥଣ୍ଡା,ସର୍ଦ୍ଦି ହେବା ଦ୍ୱାରା ଛିଙ୍କ ହେବା ଏକ ସାଧାରଣ କଥା । ଏହା ବ୍ୟତୀତ ଅନେକଙ୍କ କ୍ଷେତ୍ରରେ ଆଲର୍ଜି ଦ୍ୱାରା ମଧ୍ୟ ଛିଙ୍କ ସମସ୍ୟା ଦେଖା ଦେଇଥାଏ । ତେବେ ଏଭଳି ସମସ୍ୟାର ସାମ୍ନା କରୁଥିଲେ, ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ସହିତ, ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପଚାର ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-ଅଧିକ ଛିଙ୍କ ହେଉଥିବା ସମସ୍ୟାକୁ ନେଇ ଚିନ୍ତିତ ଥିଲେ, ହିଙ୍ଗୁ ଏହି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏକ ରୁମାଲରେ ସାମାନ୍ୟ ହିଙ୍ଗୁ ରଖି ବାନ୍ଧିବେ । ଏହାକୁ ଦିନରେ ମଝିରେ ମଝିରେ ସୁଙ୍ଘିବେ । ଏପରି କରିବା ଦ୍ୱାରା ବାରମ୍ବାର ଛିଙ୍କ ଆସୁଥିଲେ ତାହା କମ୍ ହୋଇଥାଏ ।
-ବାରମ୍ବାର ଛିଙ୍କ ଆସୁଥିଲେ, ଅଦା ରସରେ ,ଗୁଡ ମିଶାଇ ଦିନରେ ୨-୩ ଥର ସେବନ କରିବା ଦ୍ୱାରା, ଏହି ସମସ୍ୟାରୁ ରକ୍ଷା ମିଳିଥାଏ ।
-ହଳଦୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହିତ, ଏହା ଛିଙ୍କ ସମସ୍ୟାରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଗରମ କ୍ଷୀରରେ ହଳଦୀ ପକାଇ ସେବନ କରିବା ଦ୍ୱାରା, ଛିଙ୍କ ସମସ୍ୟାରୁ ଆରାମ୍ ମିଳିଥାଏ ।
-ଛିଙ୍କ ସମସ୍ୟାରୁ ରକ୍ଷା ପାଇବା ପାଇଁ, ଲେମ୍ବୁ ରସରେ ମହୁ ମିଶାଇ ଉଷୁମ୍ ପାଣିରେ ଏହାକୁ ମିଶାଇ , ସେବନ କରିବା ଦ୍ୱାରା, ଏହା ଛିଙ୍କ ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।