ଅର୍ଗସ୍ ବ୍ୟୁରୋ : ଚା’ପ୍ରେମୀ ମାନଙ୍କୁ ସବୁବେଳେ ଚା’ ପିଇବାର ବାସ୍ ଏକ ବାହାନାର ଆବଶ୍ୟକତା ରହିଥାଏ । ଅନେକ୍ ଲୋକ ଦିନର ଆରମ୍ଭ କରିଥାନ୍ତି ଚା’ କପରୁ । ଏମିତି ବି ଅନେକ୍ ଲୋକ କହିଥାନ୍ତି ଯେ, ଚା ପିଇବା ଦ୍ୱାରା ଏନର୍ଜି ମିଳିଥାଏ । ଚା’ ପିଉଥିବା ଲୋକେ ସମସ୍ତେ ନିଜ ନିଜର ପସନ୍ଦ ଅନୁଯାୟୀ ଚା’ ପିଅନ୍ତି । କିଛି ଲୋକଙ୍କୁ ଗୁଜୁରାତି ଚା’ ପସନ୍ଦ ହୋଇଥିବା ବେଳେ, ଆଉ କିଛି ଲୋକଙ୍କୁ ଅଦା ଚା’ । ଏମିତି ସମସ୍ତେ ନିଜ ମନପସନ୍ଦର ଚା’ ପିଇଥାନ୍ତି । ତେବେ ଚା ମଧ୍ୟରେ ଗୁଜୁରାତି ଚା’ ରେ ଅନେକ୍ ସ୍ୱାସ୍ଥ୍ୟ ଉପକାରିତା ଗୁଣ ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଗୁଜୁରାତିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ବି୧, ବି୬, ଫାଇବର ,କ୍ୟାଲସିୟମ୍ ଭଳି ଅନେକ୍ ଗୁଣକାରୀ ତତ୍ୱ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଗୁଜୁରାତି ଚା’ର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।
-ଅଧିକ ମୋଟାପଣକୁ ନେଇ ଚିନ୍ତିତ ଥିଲେ, ଗୁଜୁରାତି ଚା’ ବେଶ ଲାଭଦାୟକ ହୋଇଥାଏ । ଏହି ଚା’ ପ୍ରତିଦିନ ସେବନ କରିବା ଦ୍ୱାରା,ଏହା ମୋଟାପଣକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।
-ଗୁଜୁରାତି ଚା’ ଶରୀରର ଖରାପ୍ କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରେ । ଏହା ସହିତ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ ।
-ଗୁଜୁରାତି ଚା’ ପ୍ରତିଦିନ ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
-ଏହି ଚା’ ପ୍ରତିଦିନ ପିଇବା ଦ୍ୱାରା, ଏହା ମୁଣ୍ଡ ବିନ୍ଧା ସମସ୍ୟା, ଚାପଗ୍ରସ୍ତ ଥିଲେ, କିମ୍ବା ଥଣ୍ଡା ସର୍ଦ୍ଦି ସମସ୍ୟାର ସମ୍ମୁଖୀନ କରୁଥିଲେ, ଏହା ବହୁତ୍ ଲାଭଦାୟକ ହୋଇଥାଏ ।