ଡାକ୍ତର ମାନଙ୍କ ମତ ଅନୁସାରେ ଏକ ଶିଶୁ ପ୍ରତିଦିନ ୨୫ ଗ୍ରାମରୁ ଅଧିକ ଚିନି ଖାଇବା ଉଚିତ ନୁହେଁ। ଶିଶୁରୋଗ ବିଶେଷଜ୍ଞ ଡକ୍ଟର ଜାଗୃତି ସାଙ୍ଘଭି କହିଛନ୍ତି ମିଶ୍ରିତ ଚିନି ଖାଇବା ଦ୍ବାରା ପିଲା ମାନଙ୍କଠି ବିରକ୍ତି ଭାବ ଦେଖା ଯାଇଥାଏ ସେମାନେ ଖୁବ୍ ଶୀଘ୍ର ଥକି ଯାଆନ୍ତି ଏବଂ ଆହୁରି ଅଧିକ ମିଠା ଖାଇବାକୁ ଇଚ୍ଛା କରନ୍ତି। ପଲାମାନଙ୍କର ଦୈନିକ ଶକ୍ତି ପାଇଁ ଏହି ଚିନିର କୌଣସି ଆବଶ୍ୟକତା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଏହି ସବୁ ପାଉଡର ଜାତୀୟ ଖାଦ୍ୟ ଗୁଡିକରେ ଅଧିକ ଭାବରେ ମିଶ୍ରିତ ଚିନିର ବ୍ୟବହାର କରାଯାଇଛି ଏବଂ ଏହା କୌଣସି ପ୍ରକାରରେ ଶିଶୁର ସ୍ବାସ୍ଥ୍ୟରେ ଉନ୍ନତି ଆଣେ ନାହିଁ । ପିଲାଙ୍କ ଖାଦ୍ୟରେ ମାଇକ୍ରୋନ୍ୟୁଟ୍ରିଏଣ୍ଟର ଅଭାବ ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ଅଟେ ତେବେ ଏହି ପାନୀୟ ଗୁଡ଼ିକରେ ଥିବା ଜିଙ୍କ ଇତ୍ୟାଦିର ଉପସ୍ଥିତି ବାସ୍ତବରେ ଶିଶୁର ସାମଗ୍ରିକ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ ଆବଶ୍ୟକତା ପ୍ରତି ଧ୍ୟାନ ଦେଇନଥାଏ।
ଆଉ ଜଣେ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ଅରୁଣ ଗୁପ୍ତା କହିଛନ୍ତି ଯେଉଁ ଖାଦ୍ୟ ପଦାର୍ଥ ଗୁଡ଼ିକ ଅସ୍ଵାସ୍ଥ୍ୟକର ବର୍ଗରେ ଆସିଥାଏ ସେଗୁଡିକ ବିଜ୍ଞାପନରେ ଆସିବା ଉଚିତ୍ ନୁହେଁ। ବର୍ତ୍ତମାନ ସମୟରେ ଜନ୍ମ ବେଳୁ ହିଁ ଛୁଆ ମାନଙ୍କୁ ଡବା ଜାତୀୟ ଖାଦ୍ୟ ଦିଆଯାଉଛି ଯେଉଁଥିରେ ପୋଷଣର ପରିମାଣ ବହୁତ କମ୍ ରହିଥାଏ। ପିଲାମାନଙ୍କର ଶାରୀରିକ ବିକାଶ ଠିକ୍ ଭାବରେ ନହେବା ଏହାର ଏକ ମୁଖ୍ୟ କାରଣ। ବହୁତ୍ କମ୍ ବୟସରୁ ପିଲାମାନେ ମଧୁମେହ ଉଚ୍ଚ ରକ୍ତଚାପ ଭଳି ରୋଗର ଶିକାର ହେଉଛନ୍ତି। ତେଣୁ ଯେତେ ସମ୍ଭବ ପିଲାମାନଙ୍କୁ ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରଖିବା ଉଚିତ୍ ଏବଂ ଶିଶୁଟିର ସୁସ୍ଥ ଜୀବନ ଯାପନ ପାଇଁ ଏବେ ଠାରୁ ପ୍ରୟାସ ଆରମ୍ଭ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ।
ଅଧିକ ପଢ଼ନ୍ତୁ ସ୍ବାସ୍ଥ୍ୟ ଖବର