- ପ୍ରତିଦିନ ସାଇକେଲ ଚଲାଇବା ଦ୍ବାରା, ସମ୍ପୁର୍ଣ୍ଣ ଶରୀରର ବ୍ୟାୟାମ ହୋଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ପ୍ରତିଦିନ ୨୫ ରୁ ୩୦ ମିନିଟ ଯାଏଁ ସାଇକେଲ ଚଲାଇବା ଦ୍ବାରା, ରୋଗ ହେବାର ଆଶଙ୍କା ୫୦ ପ୍ରତିଶତ କମ୍ ହୋଇଥାଏ । ଏହା ଶରୀରରେ ଇମ୍ୟୁନିଟି ପାଓ୍ବାରକୁ ମଜବୁତ୍ କରିଥାଏ । କାଶ, ଥଣ୍ଡା ଭଳି ବିଭିନ୍ନ ଋୁତୁ ଜନିତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ।
-ମୋଟାପଣକୁ ନେଇ ଚିନ୍ତିତ ଥିଲେ, ଏଥିପାଇଁ ପ୍ରତିଦିନ ସାଇକେଲ ଚଲାଇ ପାରିବେ । ସାଇକେଲ ଚଲାଇବା ଦ୍ବାରା, ଏହା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
-ଗୋଡ ପାଇଁ ଏକ ଭଲ ଏକ୍ସରସାଇଜ୍ ହେଉଛି ସାଇକେଲିଂ । ପ୍ରତିଦିନ ସାଇକେଲ ଚଲାଇବା ଦ୍ବାରା, ଏହା ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରେ । ଏହା ସହିତ ମାଂସପେଶୀକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ତେଣୁ ପ୍ରତେକ ବୟସର ବ୍ୟକ୍ତି, ପ୍ରତିଦିନ ନିଜ କର୍ମ ବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ସାଇକେଲ ଚଲାଇବା ଉଚିତ୍ ।
-ପ୍ରତିଦିନ ସାଇକେଲ ଚଲାଇବା ଦ୍ବାରା, ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ । ହୃଦୟ ସୁସ୍ଥ ରହିଥାଏ । ହୃଦୟ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମ୍ ହୋଇଥାଏ । ମନ ପ୍ରଫୁହ୍ଲ ରୁହେ ।