-ମେଥିରେ ସୋଡିୟମ୍, ଜିଙ୍କ୍, ଫସଫରସ୍, ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଭଳି ଅନେକ୍ ପୋଷକ ତତ୍ୱ ଭରି ରହିଥାଏ ।
-ମେଥି ପାଣି ସେବନ କରିବା ଦ୍ୱାରା, ଶରୀରର ବ୍ଲଡ ସୁଗାର ଲେବୁଲ ନିୟନ୍ତ୍ରିତ ରହିଥାଏ । ଏହା ଡାଇବେଟିସକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ ।
-ପ୍ରତିଦିନ ସକାଳୁ ମେଥି ଭିଜା ପାଣି ପିଇବା ଦ୍ୱାରା, ଏହା ପେଟ ଜନିତ ସମସ୍ୟା ଏବଂ ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
-ସକାଳୁ ଖାଲି ପେଟରେ ମେଥି ପାଣି ସେବନ କରିବା ଦ୍ୱାରା,ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ହେଲେ ମନେ ରଖିବେ, ଗରମରେ ଏହା ଅତ୍ୟଧିକ ସେବନ କରିବା ଅନୁଚିତ୍ ।
-ପ୍ରତିଦିନ ସକାଳେ ମେଥି ପାଣି ପିଇବା ଦ୍ୱାରା, ଏହା କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ କରିଥାଏ ।
-ଏହି ପାଣି ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
-ଏସିଡିଟିରୁ ରକ୍ଷା କରିବାରେ ସାହାଯ୍ୟ କରେ ମେଥି ପାଣି ।
-ମେଥି ପାଣି ଥଣ୍ଡା,ସର୍ଦ୍ଦିରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।