ତେବେ ଏହାକୁ ନେଇ ଅଧିକ ଭୟଭୀତ ନ ହେବାକୁ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି । ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ କମୁଥିବାବେଳେ ଏବେ ଥଣ୍ଡା, କାଶ ଏବଂ ଜ୍ୱର ମାମଲା ବୃଦ୍ଧି ପାଉଛି । ଏହା ଏକ ପ୍ରକାର ଇନଫ୍ଲୁଏଞ୍ଜା ଭାଇରସ ।
ଇନଫ୍ଲୁଏଞ୍ଜାରେ ଜ୍ବର ସହ ଗଳା, କାଶ, ଶରୀରରେ ଯନ୍ତ୍ରଣା ଏବଂ ନାକରୁ ପାଣି ବାହାରିବା ଆଦି ହୋଇଥାଏ । ଯେଉଁମାନେ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ସେମାନଙ୍କୁ ଏହି ଭାଇରସକୁ ନେଇ ସତର୍କ ରହିବାକୁ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ।