କଲେଷ୍ଟ୍ରୋଲ –
ଅମୃତଭଣ୍ଡାରେ ଭିଟାମିନ୍ ସି ଓ ଆଣ୍ଟି-ଅକ୍ସିଡାଣ୍ଟସ୍ ଏବଂ ଫାଇବରର ଗୁଣ ଭରପୁର ମାତ୍ରରେ ମିଳିଥାଏ । ଏହା ଖାଇବା ଦ୍ୱାରା କଲେଷ୍ଟ୍ରୋଲର ଲେବୁଲ କଣ୍ଟ୍ରୋଲ ହୋଇଥାଏ ।
ଇମ୍ୟୁନିଟି –
ଇମ୍ୟୁନିଟି ବଢାଇବା ପାଇଁ ଅମୃତଭଣ୍ଡା ଖାଇବା ବହୁତ୍ ଉପକାରୀ ବୋଲି କୁହାଯାଏ । ଶରୀର ପାଇଁ ଆବଶ୍ୟକ ଭିଟାମିନ୍ ସି ଓ କେତେକ ଜରୁରୀ ପୋଷକ ତତ୍ୱର ଅଭାବକୁ ପୁରା କରିବାରେ ଏହା ସାହାଯ୍ୟ କରି ପାରିବ ।
ଆଖି –
ଅମୃତଭଣ୍ଡାରେ ଭିଟାମିନ୍ ‘ସି’ ଓ ‘ଏ’ ମିଳିଥାଏ । ଭିଟାମିନ୍ ‘ଏ’ ଆଖିର ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରେ । ଭିଟାମିନ୍ ‘ସି ‘ର ଅଭାବ ଥିଲେ ଆଖିରେ ଅନେକ ସମସ୍ୟା ଦେଖା ଦେଇଥାଏ ।
ମାସିକ ରୁତୁସ୍ରାବ–
ଅମୃତଭଣ୍ଡା ଖାଇବା ନାରୀ ମାନଙ୍କ ପାଇଁ ବହୁତ୍ ଉପକାରୀ । ଯେଉଁମାନଙ୍କର ମାସିକ ରୁତୁସ୍ରାବ ସମୟରେ କଷ୍ଟ ଅବୁଭବ ହେଉଥାଏ , ସେମାନଙ୍କ କ୍ଷେତ୍ରରେ ଅମୃତଭଣ୍ଡା ଖାଇବା ବେଶ ଲାଭଦାୟକ ହୋଇଥାଏ ।