ସେଓ ଚୋପାରେ ଭିଟାମିନ୍’ଏ’,’ସି’, ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍, ଫସଫରସ୍ ଭଳି ଅନେକ୍ ଗୁଣକାରୀ ତତ୍ୱ ଭରପୁର ମାତ୍ରାରେ ଭରି ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ ।
-ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ସେଓ ଚୋପା ।
-ଇମ୍ୟୁନିଟିକୁ ମଜବୁତ୍ କରିବାରେ ସାହାଯ୍ୟ କରେ ସେଓ ଚୋପା ।
-ଏହା ଦୃଷ୍ଟିଶକ୍ତି ବଢାଇବାରେ ମଧ୍ୟ ସାହାୟକ ହୋଇଥାଏ ।
-ସେଓ ଚୋପା ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରିବା ସହିତ, ଦାନ୍ତକୁ ମଜବୁତ୍ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।
-ସେଓ ଚୋପା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
-ପ୍ରତିଦିନ ଚୋପା ଲାଗିଥିବା ସେଓ ଖାଇବା ଦ୍ୱାରା କ୍ୟାନସର୍ ଏବଂ ଡାଇବେଟିସ୍ ରୋଗ ହେବାକୁ ରକ୍ଷା କରିବାରେ ସହାୟକ ହୋଇଥାଏ ବୋଲି କୁହାଯାଏ ।