ଅର୍ଗସ୍ ବ୍ୟୁରୋ : ପିଜୁଳି ଏକ ଏମିତି ଫଳ, ଯାହାକୁ ଶସ୍ତା ସୁନ୍ଦର ମଜବୁତ୍ ବୋଲି କୁହାଯାଇଥାଏ । ଅନେକଙ୍କ ବାଡି ବଗିଚାରେ ପିଜୁଳି ଅତି ସହଜରେ ମିଳଥାଏ । ଏହା ବ୍ୟତୀତ ସହର ବଜାରରେ ମଧ୍ୟ ଏହା ଉପଲବ୍ଧ । ପିଜୁଳି ପାଟିକୁ ସୁଆଦିଆ ଲାଗିବା ସହିତ, ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ପିଜୁଳିକୁ କଂଚା,ପାଚିଲା ଖାଇବା ସହିତ, ପିଜୁଳିରୁ ଜୁସ୍ ପ୍ରସ୍ତୁତ କରି ମଧ୍ୟ ସେବନ କରାଯାଏ । ତେବେ ଆସନ୍ତୁ ଜାଣିବା ପିଜୁଳି ଜୁସ୍ର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ ।
ପିଜୁଳିରୁ ପ୍ରସ୍ତୁତ ଜୁସ୍ରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଆଦି ଭରପୁର ରହିଥାଏ । ଏହା ପିଇବା ଦ୍ୱାରା ଅନେକ୍ ରୋଗ ବେମାରୀରୁ ଏହା ଶରୀରକୁ ରକ୍ଷା କରିବାରେ ସାହାଯ୍ୟ କରେ ।
–ଡାଇରିଆ ସମସ୍ୟାର ସମ୍ମୁଖୀନ ହେଉଥିଲେ, ପିଜୁଳି ଜୁସ୍ ପିଇବା ଦ୍ୱାରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ ।
-ମୋଟାପଣକୁ ଚିନ୍ତିତ ଥିଲେ, ପିଜୁଳି ଜୁସ୍ ଏଥିପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ପ୍ରତିଦିନ ସେବନ କରିବା ଦ୍ୱାରା, ଏହା ଓଜନ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।
-ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଥିଲେ, ପ୍ରତିଦିନ ପିଜୁଳି ଜୁସ୍ ସେବନ କରିବା ଲାଭଦାୟକ ହୋଇଥାଏ । ଏଥିରେ ଫାଇବରର ମାତ୍ରା ଅଧିକ ରହିଥାଏ ।
-ପିଜୁଳି ଜୁସ୍ ପିଇବା ଦ୍ୱାରା, ଏହା ପାଚନତନ୍ତ୍ରକୁ ସୁସ୍ଥ ରଖିବା ସହିତ,ପେଟ ବଥା,ଗ୍ୟାସ୍ ଭଳି ସମସ୍ୟାକୁ କମ୍ କରିବାରେ ଏହା ସହାୟକ ହୋଇଥାଏ ।
-ମୁହଁ ସମ୍ବନ୍ଧୀୟ ଯେ କୌଣସି ସମସ୍ୟା ଥିଲେ , ପିଜୁଳି ରସ ପ୍ରତିଦିନ ପିଇବା ଦ୍ୱାରା ଏହା ଦୂର କରିବାରେ ଏହା ସାହାଯ୍ୟ କରେ ।
-ରୋଗ ପ୍ରତିରୋଧକ କ୍ଷମତା ମଜବୁତ୍ କରିବାରେ ସାହାଯ୍ୟ କରେ ପିଜୁଳି ଜୁସ୍ ।