ଅର୍ଗସ୍ ବ୍ୟୁରୋ : ସ୍ୱାସ୍ଥ୍ୟ ପାଇଁ ଲାଉ ବହୁତ୍ ଲାଭଦାୟକ । ଖରାଦିନରେ ଲାଉ ସେବନ କରିବା ଦ୍ୱାରା , ଏହା ଶରୀରକୁ ବିଭିନ୍ନ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ଯାହାଯ୍ୟ କରେ । ଏଥିରେ ପାଣିର ମାତ୍ରା ଅଧିକ ରହିଥାଏ । ଭାରତୀୟ ବ୍ୟଞ୍ଜନରେ ଅନେକଙ୍କ ଘରେ ଲାଉର ବ୍ୟବହାର ହୋଇଥାଏ । ଲାଉରୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ଏଥିରେ ଭିଟାମିନ୍ ‘ବି’, ‘ସି’, ଆଇରନ୍, ସୋଡିୟମ୍ ଭଳି ଅନେକ୍ ଗୁଣକାରୀ ତତ୍ୱ ଭରି ରହିଥାଏ । ତେବେ ଆସନ୍ତୁ ଜାଣିବା ଲାଉ ଜୁସ୍ର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।
-ମୋଟାପଣକୁ ନେଇ ଚିନ୍ତିତ ଥିଲେ, ଓଜନ୍ କମ୍ କରିବାକୁ ଚାହୁଁଥିଲେ, ଏଥିପାଇଁ ଲାଉ ବହୁତ୍ ଲାଭଦାୟକ ହୋଇଥାଏ । ଲାଉ ଜୁସ୍କୁ ପ୍ରତିଦିନ ସେବନ କରିବା ଦ୍ୱାରା, ଏହା ଓଜନ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ଏଥିରେ ଭିଟାମିନ୍,ପୋଟାସିୟମ୍,ଆଇରନ୍ର ଗୁଣ ଭରପୁର ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ।
-ମୁଣ୍ଡ ବ୍ୟଥା ସମସ୍ୟାର ସମ୍ମୁଖୀନ କରୁଥିଲେ, ପ୍ରତିନିଦ ଲାଉ ଜୁସ୍ ସେବନ କରିବା ବହୁତ୍ ଲାଭଦାୟକ ହୋଇଥାଏ । ଏହା ପିଇବା ଦ୍ୱାରା ଏହା ଶରୀରକୁ ଥଣ୍ଡା ରଖିବା ସହିତ, ମୁଣ୍ଡ ବ୍ୟଥା ସମସ୍ୟାକୁ କମ୍ କରିବାରେ ସହାୟକ ହୋଇଥାଏ ।
-ଲାଉ ଜୁସ୍ ହୃଦୟ ସମ୍ବନ୍ଧୀୟ ରୋଗ ବେମାରୀ ପାଇଁ ଉପକାରୀ ହୋଇଥାଏ । ଏହା ପ୍ରତିଦିନ ପିଇବା ଦ୍ୱାରା, ବ୍ଲଡ ପ୍ରେସର କଣ୍ଟ୍ରୋଲ ରେ ରହିଥାଏ ଏବଂ ହୃଦୟ ସମ୍ବନ୍ଧିୟ ଅନେକ୍ ରୋଗ ବେମାରୀରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
-ଲାଉ ଜୁସ୍ ପ୍ରତିଦିନ ସେବନ କରିବା ଦ୍ୱାରା, ଏହା ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ଲାଉ ଜୁସ୍ ପ୍ରସ୍ତୁତି ପ୍ରଣାଳୀ-
ଲାଉର ଚୋପା ଛଡେଇ ଛୋଟଛୋଟ କାଟି ରଖିବେ । ଏହାପରେ କଟା ଲାଉରେ ପୁଦିନା ପତ୍ର ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଏହି ମିଶ୍ରଣରେ ଜିରା ପାଉଡର,ଲୁଣ,ଗୋଲମରିଚ ଗୁଣ୍ଡ ପକାଇ ଭଲଭାବେ ମିକ୍ସ କରିବେ ।