
ଅର୍ଗସ୍ ବ୍ୟୁରୋ : ପରିବା ମଧ୍ୟରେ ଅମୃତଭଣ୍ଡା ଏକ ଏମିତି ପରିବା, ଯେଉଁଥିରେ ଅନେକ୍ ଉପକାରୀ ଗୁଣ ଭରି ରହିଛି । ଏହାକୁ କଂଚା ଓ ପାଚିଲା ଅବସ୍ଥାରେ ଏହାର ବ୍ୟବହାର ହୋଇଥାଏ । ତେବେ ଏହାକୁ ନିୟମିତ ନିଜ ଖାଦ୍ୟରେ ବ୍ୟବହାର କଲେ, ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟର ଗୁଣ ମଧ୍ୟ ଭରି ରହିଛି । ଓଜନକୁ ସନ୍ତୁଳିତ ରଖିବା ପାଇଁ ଦୈନନ୍ଦିନ ଖାଦ୍ୟରେ ଅମୃତଭଣ୍ଡା ସାମିଲ କରିବା ଆବଶ୍ୟକ । ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଏହା ସାହାଯ୍ୟ କରେ । ପାଚନ କ୍ରିୟାକୁ ସକ୍ରିୟ କରିବାରେ ଏହା ବହୁତ୍ ଗୁରୁତ୍ୱପୂର୍ଣ୍ଣ । ଅମୃତଭଣ୍ଡା ଖାଇବା ଦ୍ୱାରା ଏହା କିଡ୍ନୀ ଉପରେ ଭଲ ପ୍ରଭାବ ପକାଇଥାଏ । ପ୍ରତିଦିନ ଏହାକୁ ଖାଇଲେ ଏହା ଆର୍ଥ୍ରାଇଟିସ୍ ରୋଗରୁ କେତେକାଂଶରେ ଉପଶମ ଦେଇଥାଏ । ଏତଥରେ ଅନେକ୍ ପୋଷକ ତତ୍ୱ ଭରି ରହିଛି , ଯାହା ଶରୀର ପାଇଁ ବହୁତ୍ ଲାଭଦାୟକ ହୋଇଥାଏ ।
