-ଉଚ୍ଚ ରକ୍ତଚାପ ସମସ୍ୟାର ସମ୍ମୁଖୀନ କରୁଥିଲେ, ସେମାନଙ୍କ ପାଇଁ ଅମୃତଭଣ୍ଡା ସେବନ କରିବା ବହୁତ୍ ଲାଭଦାୟକ । ଏଥିରେ ମହଜୁଦ୍ ଥିବା ପୋଟାସିୟମ୍ ରକ୍ତଚାପକୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ ।
-ଅମୃତଭଣ୍ଡା ସେବନ କରିବା ଦ୍ୱାରା , ଏହା ଶରୀରର ଜଳୀୟଅଂଶକୁ ଠିକ୍ ରଖିଥାଏ ।
-କୋଷ୍ଠ କାଠିନ୍ୟ ସମସ୍ୟା ଥିଲେ ,ଅମୃତଭଣ୍ଡା ଖାଇବା ଦ୍ୱାରା, ଏହା ଏହି ସମସ୍ୟାକୁ ଦୂର କରିବା ସହିତ, ପେଟ ସଫା ରହିଥାଏ । କେବଳ ଏତିକି ନୁହେଁ ,ଏହା ଆଖି ପାଇଁ ମଧ୍ୟ ଉପକାରୀ ହୋଇଥାଏ ।
-ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍ କରିବାରେ ସାହାଯ୍ୟ କରେ ଅମୃତଭଣ୍ଡା । ଏଥିପାଇଁ ପ୍ରତିଦିନ ନିଜ ଡାଏଟରେ ଅମୃତଭଣ୍ଡା ସାମିଲ କରିବା ଲାଭଦାୟକ ହୋଇଥାଏ ।