ତେନ୍ତୁଳିରେ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍’ସି’, ଆଣ୍ଟି-ଅକ୍ସିଡାଣ୍ଟ,ପୋଟାସିୟମ୍ ଭଳି ବିଭିନ୍ନ ଗୁଣକାରୀ ତତ୍ୱ ଭରି ରହିଥାଏ । ଯାହାକି ଶରୀରର ବିଭିନ୍ନ ପ୍ରକାର ରୋଗ ବେମାରୀକୁ ଦୂର କରିବାରେ ସାହାଯ୍ୟ କରେ । ଓଜନ ହ୍ରାସ କରିବା ଠାରୁ ଆରମ୍ଭ କରି, ଆଣ୍ଠୁଗଣ୍ଠି ବଥା ,ତ୍ୱଚାରୁ ଦାଗ ଦୂର କରିବା,ଇମ୍ୟୁନିଟି ସିଷ୍ଟମ ମଜବୁତ୍ କରିବା ଭଳି ଅନେକ୍ ରୋଗରୁ ରକ୍ଷା କରିବାରେ ଏହା ସାହାଯ୍ୟ କରେ ।
-ତେନ୍ତୁଳି ସେବନ କରିବା ଦ୍ୱାରା ଏହା ହାର୍ଟ ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ଏଥିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟର ଗୁଣ ଭରପୁର ରହିଥାଏ । ଏହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
-ଡାଇବେଟିସ୍ ରୋଗୀଙ୍କ ପାଇଁ ତେନ୍ତୁଳି ବହୁତ୍ ଉପକାରୀ ହୋଇଥାଏ । ଏହାର ମଞ୍ଜି ସେବନ କରିବା କରିବା ଦ୍ୱାରା ,ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରେ ।
-ତେନ୍ତୁଳିରେ ଭିଟାମିନ୍’ସି’ ଏବଂ ପୋଷକ ତତ୍ୱ ଭରପୁର ମାତ୍ରାରେ ମିଳିଥାଏ । ଯାହା ଇମ୍ୟୁନିଟିକୁ ମଜବୁତ୍ କରିବାରେ ସାହାଯ୍ୟ କରେ ।
-ତେନ୍ତୁଳି ମଞ୍ଜି ବ୍ୟବହାର କରିବା ଦ୍ୱାରା ,ଏହା ଆଣ୍ଠୁଗଣ୍ଠି ବଥାକୁ କମ୍ କରିବାରେ ସାହାଯ୍ୟ କରେ ।
-ଏହା ତ୍ୱଚାରେ ଥିବା ଦାଗକୁ ଦୂର କରିବାରେ ମଧ୍ୟ ସହାଯ୍ୟ କରେ ।