-ରାତିରେ ନିଦ ହେଉନଥିଲେ ବିଛଣାକୁ ଯିବା ପୂର୍ବରୁ କିଛି ସମୟ ଯୋଗ କଲେ ଅନିଦ୍ରାପଣ ଦୂର ହୋଇ ଭଲ ନିଦ ହୋଇଥାଏ । ଉତ୍ତମ ନିଦ ପାଇଁ ଯୋଗର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।
-ଶୋଇବା ପୂର୍ବରୁ ଯୋଗ କଲେ ରକ୍ତ ସଚାଂଳନ ଭଲ ହୋଇଥାଏ । ଅଧିକ ସମୟ ନକରି ୧୦ ମିନିଟ କଲେ ମଧ୍ୟ ଶରୀରକୁ ଫୁର୍ତ୍ତୀ ଲାଗିଥାଏ ।
-ରାତି ଖାଇବାର ୨ ଘଂଟା ପରେ ଯୋଗ କଲେ ଶରୀର ଓଜନ କମ୍ ହୋଇଥାଏ । ୧ରୁ ୨ ମାସ ଏପରି କରିବା ଦ୍ୱାରା ଏହା କେତେ ଫଳପ୍ରଦ ନିଜେ ଜାଣି ପାରିବେ ।
-ମାନସିକ ଚାପଗ୍ରସ୍ତ ଥିବା ବ୍ୟକ୍ତିବିଶେଷ ନିୟମିତ ରାତିରେ ଯୋଗ କରିବା ଆବଶ୍ୟକ । ଏହା କରିବା ଦ୍ୱାରା ମନ ଶାନ୍ତ ରହିବା ସହିତ, ଶରୀର ସୁସ୍ଥ ରହିଥାଏ ।
-କର୍ମବହୁଳ ଜୀବନ ଭିତରେ ଦିନସାରା ବିଶ୍ରାମ ନେବାପାଇଁ ସମୟ ନଥାଏ, ଯାହାଫଳରେ ରାତ୍ରି ସମୟରେ ଥକ୍କାପଣ ଅନୁଭବ ହୋଇଥାଏ । ତେଣୁ ଶୋଇବା ପୂର୍ବରୁ କିଛି ସମୟ ଯୋଗ କରନ୍ତୁ । ଏହା ଦ୍ୱାରା ଥକ୍କାପଣ ମଧ୍ୟ ଦୂର ହୋଇଥାଏ ।