କାକୁଡିରେ ଭିଟାମିନ୍ ‘ସି’, ଭିଟାମିନ୍ ‘କେ’, ପୋଟାସିୟମ, ମ୍ୟାଗ୍ନେସିୟମ, କପର ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ ।
-ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ଏଥିପାଇଁ ପ୍ରତିଦିନ ନିଜ ଡାଏଟରେ କାକୁଡି ସାମିଲ କରିବା ଉଚିତ୍ । ଏହା ଖାଇବା ଦ୍ବାରା, ଜଲଦୀ ଭୋକ ହୋଇନଥାଏ ।
-କାକୁଡି ଜୁସରେ ଲେମ୍ବୁ ରସ, ଅଦା, ଏବଂ ଧନିଆ ପତ୍ର ପକାଇ ମିଶାଇ ସେବନ କରି ପାରିବେ । ଏହା ସେବନ କରିବା ଦ୍ବାରା, ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
-କାକୁଡି ସହିତ ଦହି ଏବଂ ଧନିଆ ପତ୍ର ମିଶାଇ ସେବନ କରିବା ଦ୍ବାରା, ମଧ୍ୟ ଏହା ଓଜନ କମ୍ କରିବାରେ ସହାୟକ ହୋଇଥାଏ ।