ଏଥିରେ ଲାଇକୋପିନ୍ ପ୍ରଚୁର ପରିମାଣରେ ଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଏହାସହ ସୂର୍ଯ୍ୟ କିରଣରୁ ଆସୁଥିବା UVକୁ ଆପଣଙ୍କ ତ୍ୱଚାରେ ବିଶେଷ କ୍ଷତି କରିବାକୁ ଦିଏ ନାହିଁ । ଖାଲି ସେତିକି ନୁହେଁ ହୃତପିଣ୍ଡକୁ ସୁସ୍ଥ ରଖିବାରେ ମଧ୍ୟ ଏହା ସାହାୟ ହୋଇଥାଏ ।
ଆହୁରି ପଢନ୍ତୁ:ଚା ପିଉଥିଲେ ସାବଧାନ, କିଛିଟା ଜିନିଷରୁ ଦୂରେଇ ରୁହନ୍ତୁ
ଚେରି ଟମାଟୋରେ ଭିଟାମିନ୍ ଏ, ଇ, ପୋଟାସିୟମ ପ୍ରଚୁର ପରିମାଣରେ ଥାଏ । ଏଥିସହ ଭିଟାମିନ ବି1,ବି3,ବି5,ବି6,ବି7 ଥିବାରୁ ଏହା ଶରୀରକୁ ନିରୋଗ ରଖେ । ଟମାଟୋକୁ କେହି କେହି ସାଲାଡ ଭାବରେ ଖାଉଥିବାବେଳେ କିଛି ଲୋକ ଏହା ସୁପ କିମ୍ବା ଚଟନୀ, ଆକାରରେ ଖାଇବାକୁ ପସନ୍ଦ କରିଥାନ୍ତି । ଦୃଷ୍ଟି ଶକ୍ତି ବଢାଇବା ସହ ମାଂସପେଶୀର ଯନ୍ତ୍ରଣା ଓ ଓଜନ ହ୍ରାସ କରିବା ପାଇଁ ସହାୟ ହୋଇଥାଏ ।
ଆହୁରି ପଢନ୍ତୁ: ଶରୀର ପାଇଁ ସ୍ବାସ୍ଥ୍ୟକାରୀ ହେଉଛି ଡାଲି
ମୁହଁରେ କୁଞ୍ଚନ ପଡିବା ଆଦି ସମସ୍ୟାକୁ ଦୂର କରି ଟମାଟୋ ଫେସ ପ୍ୟାକ୍ ତ୍ୱଚାକୁ ସୁନ୍ଦର, ଚମକଦାର ଓ ବେଦାଗ କରିବାରେ ସାହାଯ୍ୟ କରେ । ଏଥିରେ ଫ୍ଲାଭୋନାଏଡ୍ ନାମକ ଉପାଦାନ ଥାଏ, ଯାହା ମୃତ କୋଷ ଏବଂ ବ୍ଲାକ୍ ହେଡ୍ସ ବାହାର କରିବାରେ ସାହାଯ୍ୟ କରିଥାଏ ।
ଆହୁରି ପଢନ୍ତୁ: କର୍ମଜୀବୀ ମହିଳାମାନେ ଓଜନକୁ ନେଇ ଚିନ୍ତିତ କି?
କେଶ ଝଡୁଥିଲେ ଆପଣ ଚେରି ଟମାଟୋ ବ୍ୟବହାର କଲେ କେଶ ଝଡିବା କମ୍ ହୋଇଯାଏ । ଏଥିରେ ଭିଟାମିନ ଏ ଥିବାରୁ କେଶ ଝଡିବା ରୋକିବାରେ ସାହାଯ୍ୟ କରିଥାଏ ।