ସେହିପରି ଆଜି ଭୁବନେଶ୍ବରରୁ 45 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ 30 ହଜାର 359 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ 349 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ 228ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ରାଜଧାନୀରୁ ଆଜି 28 ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ 45

ଭୁବନେଶ୍ବର: ଆଜି ରାଜଧାନୀରୁ 28 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 28ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ 12 ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା 16 ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର 954କୁ ବୃଦ୍ଧି ହୋଇଛି।
Download Argus News App
