ଅର୍ଗସ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ମୋଦି ଦୁବାଇ ଗସ୍ତରେ ବାହାରୁଛନ୍ତି । ଡିସେମ୍ବର ୧ ରେ COP28 ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମିଟ୍ ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ। ବୈଦେଶିକ ସଚିବ ବିନୟ କ୍ୱାତ୍ରା ପ୍ରଧାନମନ୍ତ୍ରୀ ଙ୍କ ୟୁଏଇ ଗସ୍ତର କାର୍ଯ୍ୟସୂଚୀର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି COP28 ଉଦଘାଟନୀ ଅଧିବେଶନକୁ ସମ୍ବୋଧନ କରିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ତିନୋଟି ଉଚ୍ଚ ସ୍ତରୀୟ ସାଇଡ୍ଇ ଭେଣ୍ଟରେ ଅଂଶଗ୍ରହଣ କରିବେ ଯେଉଁଥିରୁ ଦୁଇଟି ଭାରତ ଏବଂ ୟୁଏଇ ଦ୍ୱାରା ସହ-ଆୟୋଜିତ ହେଉଛି। ଏହି ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମ ରେ ଭାରତ ଏବଂ ୟୁଏଇ ମିଳିତ ଭାବରେ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭ୍ ର ଉନ୍ମୋଚନ କରିବେ। ଚଳିତ ବର୍ଷ ଜୁଲାଇରେ ୟୁଏଇ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଦେଶ ଖବର:
ମୟୂରଭଞ୍ଜ :ଦେଶରେ ଖୋଲିବ ଆହୁରି ୧୫ହଜାର ଜନଔଷଧି କେନ୍ଦ୍ର । ଉପକୃତ ହେବେ ସାଧାରଣ ଜନତା । ଆଜି ଝାଡ଼ଖଣ୍ଡର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଦେଓଘର, ପରିସରରେ ୧୦ ହଜାରତମ ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହି ଅବସରରେ ଭାରତୀୟ ଜନ ଔଷଧି ପରିଯୋଜନା ଅଧୀନରେ ସାରା ଦେଶରେ ଜନ ଔଷଧି କେନ୍ଦ୍ରଗୁଡ଼ିକର ସଂଖ୍ୟାକୁ ୧୦ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବା ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏହା ଫଳରେ ଲୋକମାନେ ଜୀବନ ରକ୍ଷାକାରୀ ଔଷଧ ଏହି କେନ୍ଦ୍ର ଗୁଡିକରୁ ୮୦ ରୁ ୯୦ପ୍ରତିଶତ କମ ମୁଲ୍ୟରେ ପାଇ ପାରିବେ । ଏହାଦ୍ବାରା ପ୍ରଧାନମନ୍ତ୍ରୀ ଦେଶରେ ଔଷଧ ବଜାରରେ ଏକ କ୍ରାନ୍ତିକାରୀ ଆଣି ପାରିଛନ୍ତି ବୋଲି ପ୍ରତିକ୍ରିୟା ଆସିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ର ପାତ୍ର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଜଳିଗଲା ଦେଢ଼ କୋଟି ଟଙ୍କାର ଉର୍ଦ୍ଧ୍ବ ସାମଗ୍ରୀ। ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି ନୟାଗଡ଼ ଓଡ଼ଗାଁ ରାସ୍ତାରେ ଥିବା ଇଲୋକ୍ଟ୍ରୋନିକ୍ସ ଦୋକାନରେ। ସୂଚନା ଅନୁସାରେ ନୟାଗଡ଼ ଓଡ଼ଗାଁ ରାସ୍ତାରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ସମ୍ମୁଖରେ ଥିବା ଇଲୋକ୍ଟ୍ରୋନିକ୍ସ ହାଉସରେ ବିଳମ୍ବିତ ରାତିରେ ସଟସର୍କିଟ ଯୋଗୁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।
ଖବର ପାଇ ସୋରୁମ ମାଲିକ ଓ ତାଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନୟାଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସୋରୁମରେ ଥିବା ସମସ୍ତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ତେବେ ପ୍ରାୟ ଦେଢ଼ କୋଟି ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ନେଇ ସୂଚନା ମିଳିଛି l
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର