ପାଳଙ୍ଗ ଶାଗକୁ ସବୁଠାରୁ ଅଧିକା ସ୍ୱାସ୍ଥ୍ୟବର୍ଦ୍ଧକ ବୋଲି କୁହାଯାଏ । ଏଥିରେ ଭିଟାମିନ,ଆଟିଂଅକ୍ସିଡାଂଟ ଭରପୁର ମାତ୍ରରେ ରହିଥାଏ , ଯାହା ଶରୀରକୁ ପର୍ଯ୍ୟାପ୍ତ ପୋଷକ ତତ୍ୱ ପ୍ରଦାନ କରେ ।
-ପାଳଙ୍ଗ ପତ୍ରକୁ ଜୁସ୍ କରି କିମ୍ବା ଶାଗ କରି କରି ଖାଇପାରିବେ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହା ଇମ୍ୟୁନସିଷ୍ଟମ ଓ ବ୍ଲଡ ପ୍ରେସରକୁ ନିୟନ୍ତ୍ରିତ କରି ରଖେ ।
-ପାଳଙ୍ଗ ଶାଗରେ ପ୍ରଚୁର ମାତ୍ରରେ ପୋଷକ ତତ୍ୱ ରହିଥାଏ, ଯାହା ଶରୀର ପାଇଁ ବହୁତ ଲାଭଦାୟକ । ନିୟମିତ ଭାବେ ପାଳଙ୍ଗ ପତ୍ର ସେବନ କଲେ, ଏହା ଆପଣଙ୍କୁ ରୋଗ - ବେମାରୀ ଠାରୁ ମୁକ୍ତି ଦେବାରେ ସାହାଯ୍ୟ କରେ ।
-ଆଖିରୋଗ ପାଇଁ ପାଳଙ୍ଗ ପତ୍ର ବହୁତ୍ ଉପକାରୀ । ପାଳଙ୍ଗ ଶାଗ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ । ଏହା ଆଖିକୁ ନଦେଖାଯିବା ଭଳି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ । । ସୂଯ୍ୟଙ୍କର ଟାଣ କିରଣରୁ ଆଖିରେ ପଡୁଥିବା ପ୍ରଭାବକୁ ମଧ୍ୟ ଏହା ଦୂର କରିଥାଏ ।
-ପାଳଙ୍ଗ ଶାଗ ଖାଇବା ଦ୍ୱାରା ଓଜନ ହ୍ରାସ ଘଟିଥାଏ କାରଣ ଏହା ଖାଇବା ଦ୍ୱାରା ବାରମ୍ବାର ଭୋକ ଲାଗିନଥାଏ ।
-ପାଳଙ୍ଗରୁ ମିଳୁଥିବା ଫାଇବର ପାଚନ କ୍ରିୟାକୁ ମଧ୍ୟ ଭଲ ରଖିଥାଏ ।
କିନ୍ତୁ ଏହା ଖାଇବା ସମୟରେ ମନେ ରଖିବା ଉଚିତ୍ ଯେ, ଏହାକୁ ନିଜ ଅନୁପାତରେ ଖାଇବା ଆବଶ୍ୟକ କାରଣ ଆବଶ୍ୟକତାଠାରୁ ଅଧିକା ଖାଇଲେ ଏହା ଶରୀର ପାଇଁ ଭଲ ନୁହେଁ ।
ଏହା ଖାଇବା ଦ୍ୱାରା ବ୍ଲଡ ପ୍ରେସରକୁ ଏହା ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରେ । ରିସର୍ଚ୍ଚ ଅନୁସାରେ ପାଳଙ୍ଗ ଖାଇବା ଦ୍ୱାରା ଏହା ହୃଦୟକୁ ସୁସ୍ଥ ରଖିବା ସହିତ ଏହା ସହ ଜଡିତ ବେମାରୀରୁ ରକ୍ଷା କରିଥାଏ ।