ତେବେ ପ୍ରଦ୍ୟୁଷଣ ଯେ ଖାଲି ଫୁସ୍ଫୁସ୍ ପାଇଁ ବିପଦ ତାହା ନୁହେଁ ମଣିଷଣ ମସ୍ତିଷ୍କ ପାଇଁ ମଧ୍ୟ ବିପଦ। ଦୀର୍ଘ ସମୟ ବିଷାକ୍ତ ବାୟୁ ନିଶ୍ୱାସ ପ୍ରଶ୍ୱାସ ରେ ନେବା ଦ୍ୱାରା ଜଣେ ଡିପ୍ରେସନର ଶିକାର ହୋଇପାରନ୍ତି। ଯାହାକି ରିପୋର୍ଟରୁ ଖୁଲାସା ହୋଇଛି। ବିଶେଷକରି ବୟଷ୍କ ଲୋକଙ୍କ ଠାରେ ଏହା ଅଧିକ ମାତ୍ରାରେ ଦେଖାଯାଉଛି। ବାୟୁରେ ଥିବା ଦୂଷିତ କଣିକାର ଅଳ୍ପ ମାତ୍ରା ଶରୀରରକୁ ଗଲେ ବି ତାହାର ପ୍ରଭାବ ଦେଖିବାକୁ ମିଳୁଛି।
ଅଧିକ ପଢନ୍ତୁ: ଚା ପିଉଥିଲେ ସାବଧାନ, କିଛିଟା ଜିନିଷରୁ ଦୂରେଇ ରୁହନ୍ତୁ
୬୪ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନରେ ସାମିଲ ଥିବା ସମସ୍ତ ବ୍ୟକ୍ତି ଆମେରିକାର ବାସିନ୍ଦା। ଏହି ଅଧ୍ୟୟନରୁ ଜଣାପଡିଥିଲା ଯେ, ୨୦୦୫ ରୁ ୨୦୧୬ ଭିତରେ ୯୦ ଲକ୍ଷ ଜଣଙ୍କ ମଧ୍ୟରୁ ୧୫ ଲକ୍ଷରୁ ଅଧିକ ଜଣଙ୍କଠାରେ ଡିପ୍ରେସନର ଲକ୍ଷଣ ଦେଖାଯାଇଥିଲା। ତେବେ ଅଧିକ ସମୟ ବିଷାକ୍ତ ବାୟୁରେ ରହିବା ଦ୍ୱାରା ସେମାନଙ୍କ ଶରୀରରେ ଏହି ସମସ୍ୟା ଉପୁଜିଥିବା ଜଣାପଡିଥିଲା।
ଟ୍ରାଫିକ୍ ଯୋଗୁ ହେଉଥିବା ବାୟୁ ପ୍ରଦୁଷଣ, ଧୂଳି, ଧୂଆଁ, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ , ପାଓ୍ୱାର ପ୍ଲାଣ୍ଟରୁ ହେଉଥିବା ପ୍ରଦୂଷଣରେ ବିଷାକ୍ତ କଣିକା ରହିଛି। ତେବେ ବାୟୂ ପ୍ରଦୂଷଣ ଦ୍ୱାରା ଖାଲି ଡିପ୍ରେଶନର ଆଶଙ୍କା ନଥାଏ ସ୍ମୃତିଶକ୍ତି ହ୍ରାସ, ଏପରିକି ଅନ୍ୟ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମୃତ୍ୟୁ ମଧ୍ୟ ଆଶଙ୍କା ରହିଛି। ତେବେ ବାୟୁର ମାନ ଖରାପ ହେବା କାରଣରୁ ଲୋକଙ୍କ ମଧ୍ୟରେ ମାନସିକ ଅବସାଦ ବା ମେଣ୍ଟାଲ ଡିଜଅର୍ଡସ ବଢୁଛି।
ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ନ୍ୟୁଜ ଆହୁରି ପଢନ୍ତୁ