ଶୁଣାଣି ବେଳେ ଆବେଦନକାରୀ କୋର୍ଟଙ୍କ ନିର୍ଦ୍ଦେଶରେ ଶିଶୁଟିକୁ ହତ୍ୟା କରିବା ପାଇଁ ଅନୁମତି ମାଗିଥିଲେ । କହିଲେ ମୁଁ ଦୁଇଟି ସନ୍ତାନର ମା, ବର୍ତ୍ତମାନ ଡିପ୍ରେସନରେ ପୀଡିତ ଏବଂ ଆର୍ଥିକ ଦୃଷ୍ଟିରୁ ତୃତୀୟ ସନ୍ତାନକୁ ବଂଚାଇବା ସ୍ଥିତିରେ ନାହିଁ । କିନ୍ତୁ ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ, 26 ସପ୍ତାହ ଧରି କଣ କରୁଥିଲେ ଆପଣ ? ଏହା ପୂର୍ବରୁ ମହିଳା କାହିଁକି ଗର୍ଭପାତ ପାଇଁ ଅନୁମତି ମାଗିନଥିଲେ ? ପୂର୍ବରୁ ଦୁଇଟି ସନ୍ତାନ ଅଛନ୍ତି ? ଏ ପର୍ଯ୍ୟନ୍ତ କାହିଁକି ବସିଥିଲେ ? ଏହାସହ କୋର୍ଟ କହିଛନ୍ତି, ବର୍ତ୍ତମାନ ସମୟରେ ପିଲାଟି କେମିତି ସମାଜରେ ବଂଚିପାରିବ ସେନେଇ ଆମକୁ ଧ୍ୟାନ ଦେବାକୁ ପଡ଼ିବ ।
ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଥିଲେ ଯେ ବର୍ତ୍ତମାନ ଏକମାତ୍ର ବିକଳ୍ପ ହେଉଛି ଶିଶୁକୁ ଜନ୍ମ ଦେବା । ଅବଶ୍ୟ ପରେ ସରକାର ପିଲାର ଯତ୍ନ ନେଇପାରିବେ । ଖାଲି ଏତିକି ନୁହେଁ ବରଂ ଅଦାଲତ ସତର୍କ କରିଦେଇଛନ୍ତି ଯଦି ଏହି ସମୟରେ ପ୍ରସବ କରାଯାଉଛି ତାହେଲେ ଶିଶୁଟି ଦିବ୍ୟାଙ୍ଗ ହେବାର ବି ଭୟ ରହିଛି । ତେଣୁ କୌଣସି ପରିସ୍ଥିତିରେ ପିଲାର ଜୀବନ ନିଆଯାଇପାରିବ ନାହିଁ ବରଂ ପିଲାର ଲାଳନପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢନ୍ତୁ ସ୍ବାସ୍ଥ୍ୟ ଖବର