ଅର୍ଗସ୍ ବ୍ୟୁରୋ : ସବୁବେଳେ ନିଜକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ଖାଦ୍ୟ-ପାନୀୟ ଉପରେ ଗୁରୁତ୍ୱ ଦେବା ସହିତ ଯୋଗ,ପ୍ରାଣାୟମ୍ କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ନଚେତ୍ ଆଜିକାଲିର ବଦଳୁଥିବା ଜଳବାୟୁ , ବିଭିନ୍ନ ରୋଗ-ବେମାରୀର କାରଣ ସାଜିଥାଏ । ତେଣୁ ନିଜକୁ ସବୁବେଳେ ଫିଟ୍ ଏଣ୍ଡ ଫାଇନ୍ ରଖିବା ପାଇଁ , ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ସୂଚନା ସମ୍ପର୍କରେ ।
-ବୟସ୍କ ବ୍ୟକ୍ତ ମାନେ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ତଟକା ଫଳମୂଳ ସାମିଲ କରିବା ଆବଶ୍ୟକ । କାହିଁକି ନାଁ , ଏଥିରୁ ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ମିଳିଥାଏ ।
-ନିଜକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ନିଜ ଖାଦ୍ୟ-ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ସହିତ ପ୍ରତିଦିନ ଯୋଗ,ବ୍ୟାୟାମ ମଧ୍ୟ କରିବା ଦରକାର । ଯାହା ଦ୍ୱାରା ଶରୀର ଫିଟ ଏଣ୍ଡ ଫାଇନ୍ ରହିଥାଏ ।
-ଅତ୍ୟଧିକ ପରିମାଣରେ ଜଙ୍କ୍ ଫୁଡ୍ ଖାଇବାର ଅଭ୍ୟାସ ଥିଲେ , ଏହି ଅଭ୍ୟାସକୁ ପରିବର୍ତ୍ତନ କରିବା ଉଚିତ୍ । ନଚେତ୍ ଏହା ଅନେକ୍ ରୋଗ ବେମାରୀର କାରଣ ସାଜିଥାଏ ।
-ଆବଶ୍ୟକତା ଠାରୁ ଅଧିକ ମିଠାଜାତୀୟ ଖାଦ୍ୟ ଖାଇବା ଅନୁଚିତ୍ । କାହିଁକି ନାଁ , ଅତ୍ୟଧିକ ପରିମାଣରେ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା, ଦାନ୍ତ ନଷ୍ଟ ହେବା ସହିତ, ଓଜନ ବଢିବାର ଆଶଙ୍କା ରହିଥାଏ ।
-ବୟସ ବଢିବା ସହିତ, ଅନେକ୍ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ତେଣୁ ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍ ।