ତେବେ ଭୁବନେଶ୍ଵରରୁ ଆଜି ୩୧୩ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ଵରରୁ ମୋଟ ୨୪ ହଜାର ୧୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ରାଜଧାନୀରୁ ମୋଟ ୨୯୨୭ ଜଣ ସକ୍ରିୟ କେସ୍ ଥିବା ବେଳେ, ୧୩୭ ଜଣ ମୃତ୍ୟୁ ମୁଖରେ ପଡିଛନ୍ତି।
ରାଜଧାନୀରୁ ଆଜି ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ଆଜି ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୫୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ୨୭ ହଜାର ୨୨୮ ଜଣ କରୋନା ପଜିଟିଭ ହୋଇଛନ୍ତି।
Download Argus News App
