-ବ୍ରୋକଲିରେ କ୍ୟାଲସିୟମ ଏବଂ ଭିଟାମିନର ମାତ୍ରା ଭରପୁର ରହିଥାଏ । ପ୍ରତିଦିନ ନିଜ ଡାଏଟରେ ଏହାକୁ ସେବନ କରିବା ଦ୍ୱାରା, ପେଟର ଚର୍ବିକୁ କମ୍ କରିବା ସହିତ, ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ସହିତ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।
-ପାଳଙ୍ଗ ପ୍ରତିଦିନ ସେବନ କରିବା ସ୍ୱାସ୍ଥ୍ୟପକ୍ଷେ ହିତକର । ଏଥିରେ ଇମ୍ୟୁନିଟି ଭରପୁର ରହିଥାଏ । ଏଥିରେ ଫାଇବର ସହିତ, ଭିଟାମିନ୍ ‘ଏ’, ‘ସି’, ଆଇରନ୍,ମ୍ୟାଗ୍ନେସିୟମର ମାତ୍ରା ଭରି ରହିଥାଏ । ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ପ୍ରତିଦିନ ପାଳଙ୍ଗକୁ ନିଜ ଡାଏଟରେ ସାମିଲ କରି ପାରିବେ ।
-ପନିର୍ରେ ପ୍ରୋଟିନର ମାତ୍ରା ଭରପୁର ରହିଥାଏ । ଏହା ସେବନ କରିବା ଦ୍ୱାରା, ଏହା ଶରୀରର କ୍ୟାଲୋରୀକୁ ନବଢାଇ, ପେଟ ଭରିବା କାମ କରିଥାଏ । ପ୍ରତିଦିନ ଏହା ସେବନ କରିବା ଦ୍ୱାରା, ଓଜନ କମ୍ କରିବାରେ ଏହା ସାହାଯ୍ୟ କରେ ।
-ବାଦାମରେ ଅନେକ୍ ପୋଷକ ତତ୍ୱ ଭରି ରହିଥାଏ । ଏହା ସହିତ ଏହା ଫ୍ୟାଟ୍ କମ୍ କରିବାରେ ଭଲ କାମ କରିଥାଏ । ପେଟର ଚର୍ବି କମ୍ କରିବାକୁ ଚାହୁଁଥିଲେ ବାଦାମ୍ ସେବନ କରିପାରିବେ ।