ଅର୍ଗସ ବ୍ୟୁରୋ: ନିଜର ଦିନଟି ଆଜି କେମିତି କଟିବ ତାକୁ ନେଇ ଚିନ୍ତିତ କି? ଜାଣିବାକୁ ଚାହୁଁଛନ୍ତି କଣ କହୁଛି ଆପଣଙ୍କ ରାଶି। ତେବେ ନଜର ପକାନ୍ତୁ ଆଜିର ରାାଇଫଳ ଉପରେ।
ମେଷ-
ଅଶ୍ୱନୀ- ପରିବାରରେ ସମସ୍ୟା ସମାଧାନ ଦିଗରେ ଚେଷ୍ଟା କଲେ ସଫଳତା ପାଇବେ। ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ଦୂରଯାତ୍ରା କରିପାରନ୍ତି।
ଦ୍ୱିଜା- ପାରିପାର୍ଶ୍ୱିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖିବା ପରେ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା ହ୍ରାସ ପାଇପାରେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଓ ବିଭିନ୍ନ ଯୋଜନାରେ ସଫଳ ହେବେ।
କୃତିକା- ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ। କର୍ମକ୍ଷେତ୍ରରେ ସାଧାରଣ କଥାରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ
ବୃଷ-
କୃତିକା- ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସମସ୍ୟା ରହିଥିଲେ ମଧ୍ୟ ବୁଝିବିଚାରି କାମ କରନ୍ତୁ।
ରୋହିଣୀ- ଉନ୍ନତ ଚିନ୍ତାଧାରା ସହିତ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୋଗସୂତ୍ର ସ୍ଥାପନ କରି କାର୍ୟ୍ୟ ହାସଲ କରିବେ। ଈର୍ଷାପରାୟଣ ଶତ୍ରୁମାନଙ୍କର ସମସ୍ୟା ସୃଷ୍ଟି ମନକୁ ଭାରାକ୍ରାନ୍ତ କରିବ।
ମୃଗଶିରା- ନିଜ ଲୋକଙ୍କ ବିରୁଦ୍ଧାଚରଣ ପରିବେଶକୁ ଖରାପ କରିରଖିବ। ବ୍ୟବସାୟିକ, ସାମାଜିକ, ଅଭିବୃଦ୍ଧି ବୃଦ୍ଧି ପାଇବାରୁ ସାମୟିକ ଖୁସି ରହିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ୱେତଚନ୍ଦନ କର୍ପୂରମିଶେଇ ମସ୍ତକରେ ଧାରଣ କରନ୍ତୁ
ମିଥୁନ-
ମୃଗଶିରା- ସ୍ବାସ୍ଥ୍ୟ ସମସ୍ୟା, ଅସଜଡ଼ା ପାରିବାରିକ ପରିସ୍ଥିତିକୁ ନେଇ ଅଶାନ୍ତି ଲାଗିରହିପାରେ। ବ୍ୟବସାୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିବେ।
ଆଦ୍ରା- କେତେକ କାମର ପରିକଳ୍ପନା କରି ତାହାକୁ ଆରମ୍ଭ କରିବାର ମନସ୍ଥ କରିପାରନ୍ତି। ଘରୋଇ କାମରେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ପୁନର୍ବସୁ- ପ୍ରଶାସନିକ, ପରିବହନ,ନିର୍ମାଣ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇପାରନ୍ତି । ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବାଦବିବାଦ କ୍ରମେ ଜଟିଳ ହୋଇପାରେ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା କାରଣରୁ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀ ସମସ୍ୟା ସୃଷ୍ଟି କଲେ ମଧ୍ୟ କିଛି ଅସୁବିଧା ହେବନି।
ପୁଷ୍ୟା- ବନ୍ଧୁଙ୍କ ବିପରୀତ ଆଚରଣରେ ଦୁଃଖୀ ହେବେ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରେ ପ୍ରତିବନ୍ଧକଜନିତ କେତେକ ପରିସ୍ଥିତିରୁ ଚିନ୍ତିତ ରହିପାରନ୍ତି।
ଅଶ୍ଳେଷା- ସାଧାରଣ କଥାକୁ ଗୁରୁତର ସହ ବିଚାର କରି କାମ କରିବା ଭଲ ହେବ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବନ୍ଧୁ କେହି ଈର୍ଷାପରାୟଣ ହୋଇ ସମସ୍ୟା ସୃଷ୍ଟି କରିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାର୍ୟ୍ୟ କରନ୍ତୁ
ସିଂହ-
ମଘା- ଦୀର୍ଘଦିନରୁ ପ୍ରତୀକ୍ଷିତ ଖବର ପାଇବା ସାଙ୍ଗକୁ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଚେଷ୍ଟା କରୁଥିବା କାମରେ ସଫଳତା ମିଳିପାରେ।
ପୂ- ଫାଲ୍ଗୁନୀ- ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇପଡ଼ିବେ। କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇପାରେ।
ଉ- ଫାଲ୍ଗୁନୀ- ଯିବା ବାଟରେ ଅପ୍ରିୟ ସତ୍ୟ କହିବା ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ଅର୍ଥ ସମ୍ପର୍କକୁ ନେଇ ବିବାଦ ଦୂରେଇ ଯାଇପାରେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ
କନ୍ୟା-
ଉ- ଫାଲ୍ଗୁନୀ- ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ ଓ ଲକ୍ଷ୍ୟ ହାସଲ କରିବେ। ଯୋଜନା ମୁତାବକ ଆବଶ୍ୟକ ସୁବିଧା ସୁଯୋଗ ଆପଣାଛାଏଁ ଜୁଟିଯିବ।
ହସ୍ତା- ଟିକିଏ କଥାରେ କ୍ରୋଧ ପ୍ରକାଶ କରି ପରିବେଶକୁ ଗମ୍ଭୀର କରିଦେଇପାରନ୍ତି। ନିଜ ପରିସରରେ ଏକ ଛୋଟ ଘଟଣା ଧୀରେ ଧୀରେ ଭିନ୍ନ ଆକାର ଧାରଣ କରିବାର ଆଶଙ୍କା ରହିଛି।
ଚିତ୍ରା- ଜମିଜମା, କଚେରି ମାମଲା, ରାଜନୈତିକ କ୍ଷେତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ
ତୁଳା-
ଚିତ୍ରା- ବ୍ୟକ୍ତି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ପାଇବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସାହାଯ୍ୟ, ସହଯୋଗ ଆଶାକରି ନିରାଶ ହେବେ।
ସ୍ୱାତୀ- ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ନିଜର ଲକ୍ଷ୍ୟ ହାସଲ କରିପାରିବେ। ପାରିବାରିକ ଦୃଷ୍ଟିକୋଣରୁ ପର କଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିବେ।
ବିଶାଖା- ଗବେଷଣା, ଅଧ୍ୟୟନ ଓ ଅଧ୍ୟାପନ, କଳା, ସାହିତ୍ୟ କ୍ଷେତ୍ରରୁ ସମ୍ମାନ ମିଳିବ। ପାରିବାରିକ କ୍ଷେତ୍ରରେ ଧୀରେ ଧୀରେ ସମସ୍ୟା ସମାଧାନ ହୋଇଯିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭଗବାନଙ୍କର ମୀନ ଅବତାର ଫଟକୁ ପୂଜା କରନ୍ତୁ
ବିଛା-
ବିଶାଖା- ଇଚ୍ଛା ଅନୁଯାୟୀ କାମଗୁଡ଼ିକ ହେବା କାରଣରୁ ମାନସିକ ସ୍ଥିରତା ରହିବ। ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ଆଜିର କାମ କରିବାରେ ସଫଳତା ପାଇବେ।
ଅନୁରାଧା- ଆନୁଷ୍ଠାନିକ କାମରେ ସୁଯୋଗ ପାଇ ଆନନ୍ଦିତ ହୋଇପାରନ୍ତି । ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଓ ଖାଲି ହାତରେ ଫେରିବେ ନାହିଁ।
ଜ୍ୟୋଷ୍ଠା- ବିଭିନ୍ନ ଦିଗରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। ଭୁଲ୍ ବୁଝାମଣା ହେତୁ ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦ ଉପୁଜିପାରେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ମୂଳା- କର୍ମକ୍ଷେତ୍ରରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଘର ପାଇଁ ହେଉ କିମ୍ବା ବନ୍ଧୁ ପାଇଁ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ।
ପୂ, ଷାଢା- ନୀରବରେ ବସି ରହିଲେ ସମସ୍ୟାରେ ଛନ୍ଦି ହେବାକୁ ପଡ଼ିପାରେ । କୌଣସି ସମସ୍ୟା କାମକୁ ଅଟକାଇ ପାରିବନାହିଁ।
ଉ, ଷାଢା- ଆର୍ଥିକ ସ୍ଥିତି ପୂର୍ବପରି ଲାଗି ରହିବା କାରଣରୁ ଧାର, କରଜ କରିବାକୁ ପଡ଼ିପାରେ । ଅନ୍ୟମନସ୍କ ନ ରହି ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ
ମକର
ଉ, ଷାଢା- ପାରିବାରିକ ଅଶାନ୍ତିଜନିତ ଅନ୍ତର୍ଦ୍ୱନ୍ଦ୍ୱ ମାନସିକ ଅସୁସ୍ଥତାକୁ ବଢ଼ାଇଦେଇପାରେ। ତଥାପି ବହୁ ଦିନରୁ ଅଟକି ରହିଥିବା କାର୍ୟ୍ୟଟି ଆକସ୍ମିକ ଭାବରେ ଆଜି ସମାଧାନ ହୋଇଯିବ।
ଶ୍ରବଣା- ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଅନ୍ୟମନସ୍କ ନ ରହି ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
ଧନିଷ୍ଠା- ସକାଳୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ଛୋଟ କଥାକୁ କେନ୍ଦ୍ରକରି ନିଜ ଲୋକଙ୍କ ସହ ଯୁକ୍ତିତର୍କ ଠିକ୍ ହେବନାହିଁ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ
ଧନିଷ୍ଠା- ବ୍ୟବସାୟ, ପରିବହନ, ଜମିଜମା କ୍ଷେତ୍ରରୁ ସଫଳତା ହାସଲ କରିବେ। ଆଶା ପୂରଣ ହେତୁ ମାନସିକ ସ୍ଥିତି ପ୍ରାୟତଃ ଠିକ୍ ରହିବ।
ଶତଭିଷା- ପୂର୍ବ ସ୍ଥିରୀକୃତ ଯୋଜନା ଅନୁଯାୟୀ ବନ୍ଧୁଦ୍ୱାରକୁ ଗମନ କରିପାରନ୍ତି । ଶତ୍ରୁତା କରୁଥିବା ଲୋକମାନଙ୍କ ନିକଟରୁ ଯଥା ସମ୍ଭବ ଦୂରେଇ ରହିବା ଭଲ ହେବ।
ପୂ, ଭାଦ୍ରପଦ- ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ
ମୀନ
ପୂ, ଭାଦ୍ରପଦ- ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ସନ୍ଧ୍ୟାରେ ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ।
ଉ, ଭାଦ୍ରପଦ- ସ୍ବାସ୍ଥ୍ୟରେ ଆଂଶିକ ଉନ୍ନତି ଦେଖାଦେବ ଓ ବନ୍ଧୁ ମିଳନରୁ ଖୁସି ରହିବେ । ରାଜନୀତିରେ, ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ
ରେବତୀ- କର୍ମ କ୍ଷେତ୍ରରେ ସହକର୍ମୀଙ୍କ ବ୍ୟବହାରିକ ବ୍ୟତିକ୍ରମ ସକାଶେ ମନ ଭାରାକ୍ରାନ୍ତ ରହିବ। କାମଗୁଡ଼ିକ ସମ୍ପନ୍ନ କରିବାରେ ବହୁତ କଷ୍ଟ ଭୋଗ କରିବାକୁ ପଡ଼ିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ