ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ: ଆଜି ବୁଧବାର। କଣ କହୁଛି ଆପଣଙ୍କ ଆଜିର ରାଶିଫଳ। କେମିତି କଟିବ ଆପଣଙ୍କ ଦିନ ନଜର ପକାନ୍ତୁ।
ମେଷ-
ଅଶ୍ୱନୀ- କର୍ମ କ୍ଷେତ୍ରରେ ସଫଳତା ପାଇବା ସହ ବନ୍ଧୁଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ହେବା ସହ ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି ।
ଦ୍ୱିଜା- ସରକାରୀ ଚାକିରୀ ପାଇଁ ଚେଷ୍ଟା କରୁଛନ୍ତି ତେବେ ଖୁବ ଶୀଘ୍ର ସଫଳତା ପାଇପାରନ୍ତି । ଆର୍ଥିକ ପରିସ୍ଥିତି ଭଲ ରହିବ ।
କୃତିକା- ନିଜ ଅଭ୍ୟାସକୁ ପରିବର୍ତନ କରନ୍ତୁ । ନୂତନ ଘର ସମ୍ପତି ଆଦି କିଣିବାକୁ ଚିନ୍ତା କରିପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ବୃଷ-
କୃତିକା – ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ ।
ରୋହିଣୀ- ସାମାଜିକ କାର୍ଯ୍ୟରେ ସମ୍ମାନିତ ହେବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି ।
ମୃଗଶିରା- ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜି ପାରେ । ମହିଳା ମାନଙ୍କୁ ସମ୍ମାନ ମିଳିବ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ମୃଗଶିରା- ପ୍ରିୟ ଲୋକଙ୍କ ସହିତ ଭଲ ସମୟ ବିତାଇବ । ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।
ଆଦ୍ରା- ବିଦ୍ୟାର୍ଥୀ ମାନେ ପାଠ ପଢାରେ କୃତିତ୍ୱ ଅର୍ଜନ କରିବେ । ଦୂର ସମ୍ପର୍କୀୟଙ୍କ ଠାରୁ କୌଣସି ଶୁଭ ଖବର ମିଳିପାରେ ।
ପୁନର୍ବସୁ- ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- କାମ କାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ । ବ୍ୟବସାୟରେ କମ୍ ପରିଶ୍ରମରେ ସଫଳତା ପାଇପାରନ୍ତି ।
ପୁଷ୍ୟା-ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ । ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବେ । କଳାତ୍ମକ ଦିଗରୁ ପ୍ରଶଂସିତ ହେବେ ।
ଅଶ୍ଳେଷା- ନୂତନ ଗୃହ ନିର୍ମାଣ କରିବାର ଯୋଜନା କରିପାରନ୍ତି । ଅନ୍ୟମନସ୍କ ହୋଇ କୌଣସି ଭୁଲ୍ କାମ କରି ଅନୁତାପ କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ-
ମଘା- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇଁ ପସନ୍ଦ କରିପାରନ୍ତି ।
ପୂ- ଫାଲ୍ଗୁନୀ- ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରି ଆଶାତୀତ ଲାଭବାନ୍ ହେବେ । ବନ୍ଧୁଙ୍କ ସହ ମତଭେଦ ସମାପ୍ତ ହେବ ।
ଉ- ଫାଲ୍ଗୁନୀ- ଚାକିରୀରେ ଦୁଃଖ ବଢିବ । ମନରେ ଅତୀତ ଘଟଣା ଗୁଡିକ ଭାବାନ୍ତର ସୃଷ୍ଟି କରିବ । ଯାତ୍ରାରୁ ଫେରିବା ବାଟରେ କିଛି ନୂତନ ଜିନିଷ ଆଣିବା ପାଇଁ ମନ ବଳାଇବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଉ- ଫାଲ୍ଗୁନୀ- ଆଶା ଅପୂର୍ଣ୍ଣ ରହି ପାରିବାରିକ ଜୀବନରେ ବିତୃଷ୍ଣା ଆସିବ । ଭାଗ୍ୟ ଅପେକ୍ଷା କର୍ମ କୁ ଅଧିକ ବିଶ୍ୱାସ ଓ ଗୁରୁତ୍ୱ ଦେବେ ।
ହସ୍ତା- ବନ୍ଧୁ ମାନଙ୍କ ସହିତ ଭ୍ରମଣ ସୁଯୋଗ ଲାଭ କରିବେ । ପ୍ରିୟ ଜନଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି କାମ ହାସଲରେ ସମର୍ଥ ହେବେ ।
ଚିତ୍ରା- ଆର୍ଥିକ ଅନଟନ କେତେକ ସମସ୍ୟା ସୃଷ୍ଟି କରିପାରେ । ଯୋତେ ଚେଷ୍ଟା କଲେମଧ୍ୟ ସୁବିଧାରେ କାମ ହାସଲ କଷ୍ଟକର ହୋଇପଡିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ
ତୁଳା-
ଚିତ୍ରା-ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ ଓ ସୁଖ, ସମ୍ମାନ ଲାଭ କରିବେ । ବ୍ୟବସାୟରେ ରାତା ରାତି ଲାଭବାନ୍ ହେବେ ।
ସ୍ୱାତୀ- ଦାନ ଧର୍ମରେ ନିୟୋଜିତ ହେବେ । ଶତ୍ରୁ ପକ୍ଷଙ୍କୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଅନ୍ୟକୁ ଦେଇଥିବା ଧନ ଫେରି ପାଇବେ ।
ବିଶାଖା- ଅନ୍ୟାୟ ବିରୋଧରେ ସ୍ୱର ଉଠାଇଲେ ମଧ୍ୟ ଅନ୍ୟମାନଙ୍କର ସହେଯାଗ ପାଇବେନି । ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯତ୍ନ କରିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବିଶାଖା- ପିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ମାନସିକ ସ୍ଥିତି ଏକ ପ୍ରକାର ଭଲ ରହିବ । କର୍ମ କ୍ଷେତ୍ରେରେ ପ୍ରିୟ ଜନ ମାନଙ୍କୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ ।
ଅନୁରାଧା- ବ୍ୟବସାୟରେ ଭଲ ବିକାକିଣା ହେବାରୁ ମନ ଖୁସି ହୋଇଯିବ । ଅନ୍ୟମନସ୍କତା କାରଣରୁ ଭୁଲ୍ବଶତଃ ଘରେ ଟଙ୍କା ଛାଡିଦେଇ ବାଟରେ ହଇରାଣ ହେବାକୁ ପଡିପାରେ।
ଜ୍ୟୋଷ୍ଠା-ଆକସ୍ମିକ ସମସ୍ୟାରେ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦମୁକ୍ତ ହେବେ। ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ସମସ୍ୟାର କାରଣ ହୋଇପାରେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
ମୂଳା- ଜୀବନରେ ଦାନକୁ ବ୍ରତଭାବେ ଗ୍ରହଣ କରିପାରନ୍ତି । କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ସୁଖୀ ଜୀବନ ବିତାଇବେ ।
ପୂ, ଷାଢା- ବ୍ୟବସାୟରୁ ପ୍ରଚୁର ଲାଭ ହେବା ସହ ଧନାଗମ ହେବାର ସମ୍ଭାବନା ରହିଛି । ଦୂର ଭ୍ରମଣ ବ୍ୟର୍ଥ ହୋଇପାରେ ।
ଉ, ଷାଢା- ରାଜନୀତିରେ ବ୍ୟସ୍ତତା ଦୂର ହୋଇଯିବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର
ଉ, ଷାଢା- ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଓ କାମଗୁଡିକ ମଧ୍ୟ ତ୍ୱରାନ୍ୱିତ ହୋଇପାରିବ । କେତେକ କ୍ଷେତ୍ରରେ ମନକଥା ମନରେ ରଖି ଗୁରୁଜନମାନଙ୍କୁ ପ୍ରତାରିତ କରି ଅନୁଶୋଚନା କରିବେ।
ଶ୍ରବଣା- ନୂତନ କାମରେ ପ୍ରବେଶ କରିବେ ଓ ସଫଳତା ମଧ୍ୟ ପାଇବେ। ନିଷ୍କପଟ ମନୋଭାବ ନେଇ ସେବକ ଶ୍ରେଷ୍ଠ ହେବେ ।
ଧନିଷ୍ଠା- ସ୍ୱାଧୀନଭାବେ ନିଜ ଗୋଡରେ ଛିଡା ହେବା ପୂର୍ବରୁ ନିର୍ଭରଶୀଳ ହୋଇପାରନ୍ତି । ଭୋଗ ବିଳାସ ପ୍ରିୟ ହୋଇପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ
ଧନିଷ୍ଠା- ରୋଗ ପୀଡା ହେତୁ ଶରୀର କ୍ଷୀଣ ହୋଇପାରେ । ଭ୍ରାତୃ ସହାୟତା ସମୟ ଉପଯୋଗୀ ହେବ । ଦାମ୍ପତ୍ୟ ସୁଖ ମିଳିପାରେ ।
ଶତଭିଷା- ପାରିବାରିକ ସମସ୍ୟା ପଛକୁ ପକାଇ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ । ପ୍ରଶାସନ, ରାଜନୀତି, ସଂଗଠନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ପୂ, ଭାଦ୍ରପଦ- ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲିତ ରହିବ । ଆନୁଷ୍ଠାନିକ କାମ ସକାଶେ ପ୍ରସ୍ତୁତିପର୍ବ ଶେଷ ହେବାକୁ ଲାଗିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ
ପୂ, ଭାଦ୍ରପଦ- ଦାମ୍ପତ୍ୟ ଜୀବନ ଶୁଖପ୍ରଦ ହେବ । ଅତ୍ୟଧିକ ପରିଶ୍ରମ ବଳରେ ବିଦ୍ୟାଧ୍ୟାୟୀ ହେବେ । ଈଶ୍ୱର ବିଶ୍ୱାସି ହେବେ ।
ଉ, ଭାଦ୍ରପଦ- ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ବନ୍ଧୁଙ୍କ ସମସ୍ୟାକୁ ସୁଧାରି ନେବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ରେବତୀ-ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲା ଓ ସଭାସମିତିରେ ସୁଫଳ ପାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ।
ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ : କେବଳ ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାରରେ ମାତିଛି କିନ୍ତୁ ଅପରପକ୍ଷେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳାସଶକ୍ତିକରଣ ନାରେ ହରିଲୁଟ୍ ହେଉଛି ।‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ସ୍ଥାୟୀ ସମାଧାନ କରନ୍ତୁ ।ମୁଖ୍ୟମନ୍ତ୍ରୀ ନବୀନ ବାବୁ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି । ନବୀନ ଶାସନ ଓ ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ସାରା ସହର ଗନ୍ଧମୟ । ଜିଲ୍ଲା ବିଜେପି ଏହା କୁ ନେଇ ବିଗତ ଦଶ ଦିନ ଧରି ସତ୍ୟାଗ୍ରହ କରି ଆସୁଛି ଯାହାକୁ ଭୁବନେଶ୍ୱର ବାସୀଙ୍କ ବିପୁଳ ସମର୍ଥନ ଦେଖିବାକୁ ମିଳୁଛି।ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଏବଂ ଏହି ଆନ୍ଦୋଳନ ପ୍ରତି ମୁଁ ଜଣେ ଭୁବନେଶ୍ୱର ବାସିନ୍ଦା ହିସାବରେ ପୂର୍ଣ୍ଣ ସମର୍ତନ ରହିଛି ବୋଲି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ।ଦୀର୍ଘଦିନର ବିଜେଡି ସରକାର ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି । ରାଜ୍ୟ ସରକାର ଏହି ‘ଡମ୍ପିଂ ୟାର୍ଡ’ ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଏହି ସତ୍ୟାଗ୍ରହକୁ ଜାରି ରଖିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱରର ଲୋକେ ଭୋଟ ଓ ଟିକସ ଦେଇ ରୋଗକୁ ଉପାହାରରେ ପାଉଛନ୍ତି । ଟିକସ ନେଇ ନିଜ ଦାୟୀତ୍ୱ ଭୁଲି ଯାଉଛି ବିଏମସି । ସ୍ମାର୍ଟସିଟି ଭୁବନେଶ୍ୱରର ସ୍ୱଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତୃପକ୍ଷ ମିଳିତ ଭାବେ ଦାୟୀତ୍ୱ ନିଅନ୍ତୁ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଦାବି କରିଛନ୍ତି । ଏହି ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ୱରବାସିନ୍ଦାଙ୍କ ଦୁଃଖ ଓ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ ।ଭୁବନେଶ୍ଵରକୁ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବାରେ ବିଜୁ ଜନତା ଦଳ ୧ ନମ୍ବର। ବିଜୁ ଜନତା ଦଳର ବିଧାୟକ ମାନେ ଓ ମେୟର ନୈତିକତା ଦୃଷ୍ଟିରୁ ରାଜଧାନୀ ବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସ୍ଥାନୀୟ ଅଞ୍ଚଳରେ ଏଥିପାଇଁ ରୋଗରେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ।ରାଜଧାନୀ ଭୁବନେଶ୍ୱରବାସିନ୍ଦାଙ୍କୁ ‘ସୁରକ୍ଷିତ ସ୍ୱାସ୍ଥ୍ୟ ଏବଂ ସନ୍ତୁଳିତ ପରିବେଶ’ ପ୍ରଦାନ କରିବାକୁ ବିଜେପି ପ୍ରତିଶୃତିବଦ୍ଧ । ଏଥି ସହ ‘ସବୁଜ ଭୁବନେଶ୍ୱର ଗଠନ’ ଭାରତୀୟ ଜନତା ପାର୍ଟିର ପ୍ରାଥମିକତା।ଅଳିଆ ପାହାଡ଼ କରି ଦାୟିତ୍ବ ନନେଲେ ଭୁବନେଶ୍ୱର ବାସୀ ସେ ଦାୟିତ୍ବ ନେବାକୁ ପସ୍ତୁତ ତେଣୁ ମେୟର ମହୋଦୟ ଙ୍କୁ ବିନମ୍ବର ଅନୁରୋଧ ସେ ଦାୟିତ୍ବ ଛାଡ଼ିଦିଅନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି।
ସହର ସାରା ଗନ୍ଧେଇଲାଣି। ରାଜଧାନୀ ବାସୀ ଅଣନିଶ୍ୱାସି ହେଲେଣି। ଭୁବନେଶ୍ୱର ର ତିନି ଜଣ ବିଧାୟକ ଓ ମେୟର ମହାଶୟା କୁଆଡେ଼ ଗଲେ? ବିଜେଡ଼ି କୁ ଭୋଟ୍ ଦେଇ କଣ ଲୋକେ ଭୁଲ କଲେ? ଏଭଳୀ ଏକ ଘଡ଼ି ସନ୍ଧି ସମୟରେ ଶାସନରେ ଥିବା ଲୋକ ପ୍ରତିନିଧି ଦାୟିତ୍ବ ନନେବା ଦୁର୍ଭାଗ୍ୟ ଜନକ। ମୁଖ୍ୟମନ୍ତ୍ରୀ ମାତ୍ର ଆଠ କିମି ଦୂରରେ ରହୁଛନ୍ତି କିନ୍ତୁ ସେ ମଧ୍ୟ ନୀରବ। ଏହା ପ୍ରମାଣ କରୁଛି ଏଠି ଶାସନ ବ୍ୟବସ୍ଥା ଭୁସୁଡୁଛି। ଦୟା କରି ସରକାର ଆଉ ଲୋକଙ୍କ ଧର୍ଯ୍ୟ ପରୀକ୍ଷା କରନ୍ତୁ ନାହିଁ। କାରଣ ଲୋକ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ। ସେଥି ପାଇଁ ପ୍ରଶାସନ ଦାୟୀ ରହିବ। ରାଜଧାନୀ ର ସମସ୍ୟାକୁ ସମାଧାନ କରିବାକୁ ସମର୍ଥ ନୁହନ୍ତି କିନ୍ତୁ ସାରା ଓଡ଼ିଶା ହେଲିକପ୍ଟର ରେ ବୁଲି ସହ ସହ କୋଟି ଲୋକଙ୍କ ଟଙ୍କା ଖର୍ଚ୍ଚ କରି ପ୍ରଚାର କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ବିଜୁ ଜନତା ଦଳ କେବଳ ରାଜନୀତି କରିବାରେ ବେସ୍ତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ରେ ନୁହେଁ ,ଏହା ନୈତିକ ହିନ ରାଜନେତା ମାନଙ୍କ ଲକ୍ଷଣ। ସ୍ବଚ୍ଛତା ନାମରେ କୋଟି କୋଟି ଟଙ୍କା ଦୁର୍ନୀତି କରିବା ଓ ସାଧାରଣ ଲୋକଙ୍କ ଟଙ୍କା ଲୁଟି ଖାଇବା ବିଜୁ ଜନତା ଦଳର ଅଭ୍ୟାସ। ଏହି ଆନ୍ଦୋଳନ ଲୋକଙ୍କ ପାଇଁ ଚାଲିଛି ଓ ଆଗକୁ ମଧ୍ୟ ଏଭଳି ଚାଲିଥିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି। ଆଜିର ଏହି ସତ୍ୟାଗ୍ରହ ରେ ବିଜେପି ନେତା ପବିତ୍ର ଦାସ,ଠାକୁର ରଞ୍ଜିତ ଦାସ,ରାଜେନ୍ଦ୍ର ଦାସ, ସ୍ୱୟଂ ସେବକ ରାୟ, ପ୍ରଶାନ୍ତ ମହାନ୍ତି , ଲିପା ଦାସ, ମାନସୀ ରାୟ ପାଢ଼ୀ, ପ୍ରତୀକ୍ଷା ମହାପାତ୍ର, ନଗେନ ବିଶୋଇ , ଯଯାତୀ ବିଶ୍ଵାଳ ଙ୍କ ସହ ଜିଲ୍ଲା ର ସମସ୍ତ ନେତୃତ୍ବ ଉପସ୍ଥିତ ଥିଲେ।
ଅର୍ଗସ ବ୍ୟୁରୋ : ପ୍ରଥମେ କଥାବାର୍ତ୍ତା, ପରେ ପ୍ରେମ ଓ ତାପରେ ଶାରୀରିକ ସମ୍ପର୍କ । ଏବେ ଧୋକା ଦେଲା ପ୍ରେମିକ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ । ଦଶପଲ୍ଲା ଥାନା ଲେମ୍ବୁଗୋଛା ଗ୍ରାମର ବିଶ୍ୱନାଥ କହଁର ଶ୍ରମିକ ଭାବେ କାମ କରନ୍ତି । ବର୍ଷେ ତଳେ ଦୁଇ ଜଣଙ୍କ ଦେଖାସାକ୍ଷତ ହୋଇଥିଲା ୧୪ ବର୍ଷୀୟ ନାବାଳିକାର ସହ । ପ୍ରଥମ ଦେଖାରେ ବିଶ୍ୱନାଥ ତାଙ୍କୁ ପସନ୍ଦ କରିଥିଲେ । ମିଠା ମିଠା କଥା କହି ତାଙ୍କ ମନ କିଣି ଥିଲେ । ଆଉ ନାବାଳିକା ମଧ୍ୟ ବିଶ୍ୱନାଥଙ୍କ ପ୍ରେମକୁ ଗ୍ରହଣ କରିଥିଲେ । ତାପର ଦିନ ପ୍ରେମିକାକୁ ଧରି ଚମ୍ପଟ ମାରିଥିଲେ ବିଶ୍ୱନାଥ ।
ନାବାଳିକାକୁ ନେଇ ବିଶ୍ବନାଥ ବିବାହ ମଧ୍ୟ କରିଥିଲେ । ଆଉ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ପତି ପତ୍ନୀଙ୍କ ହୋଇ ଗୋଟିଏ ରୁମରେ ରହୁଥିଲେ । ଦୀର୍ଘ ଦଶମାସ ଧରି ଶାରୀରିକ ସମ୍ପର୍କ ରଖିଥିଲେ ବିଶ୍ବନାଥ । କଅଁଳ ବୟସରେ ହୋଇଥିବାରୁ ଝିଅଟି କିଛି ବୁଝି ପାରୁ ନଥିଲେ ମଧ୍ୟ ନିଜକୁ ଭାବି ସ୍ୱାମୀଙ୍କ ଆଗରେ ଉପସ୍ଥାପନ କରୁଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିଛି ଦିନ ରହିବା ପରେ ବିଶ୍ବନାଥ ମନରେ ଘର କରୁଥିଲା ସନ୍ଦେହ । ଟିକେ ଟିକେ କଥାରେ କରୁଥିଲା ସନ୍ଦେହ । ଯାହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସୃଷ୍ଟି ହୋଉଥିଲା ଝଗଡ଼ା । ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଉଥିଲା ଝଗଡ଼ା । ଆଉ ସମୟ ସୁବିଧା ନିଜ ପ୍ରେମିକାକୁ ଘରୁ ବାହାର କରିଦେଇ ଥିଲେ । ପ୍ରେମିକ ଠାରୁ ଧୋକା ପଇଲା ପରେ ଘରକୁ ଫେରିଥିଲେ ପ୍ରେମିକା ଆଉ ପରିବାର ଲୋକଙ୍କ ଆଗରେ ବଖାଣି ଥିଲେ ସେ କଲା ରାତିର କରୁଣ କାହାଣୀ । ଝିଅ ଠାରୁ ସବୁ କଥା ଶୁଣିଲା ପରେ ପରିବାର ଲୋକ ଏନେଇ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଧୋକା ବାଜ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।