ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ: କିପରି କଟିବ ଆଜି ଆପଣଙ୍କ ଦିନ। ଜାଣିରଖନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ।
ମେଷ
ଅଶ୍ୱନୀ - ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିରେ ବିଚାର କରିପାରନ୍ତି । ମନୋରଞ୍ଜନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୁସି ରହିବେ । ବେପାର ବୃତିରେ ସଫଳତା ହାସଲ କରିବେ ।
ଦ୍ୱିଜା - ମାନସିକ ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କଣ କରିବେ କିମ୍ବା କଣ ନ କରିବେ ସ୍ଥିର କରିପାରିବେ ନାହିଁ । ଦୂର ଯାତ୍ରା ଭ୍ରମଣ କରିପାରନ୍ତି । ଚାକିରିରେ ଅପଦସ୍ତ ହୋଇପାରନ୍ତି ।
କୃତିକଦା - ଅଧିକ ପରିଶ୍ରମ ହେତୁ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ଛାତ୍ର ଛାତ୍ରୀମାନେ ପଢାରେ ମନଦେବେ । ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ପ୍ରସାଦ ସେବନ କରନ୍ତୁ
ବୃଷ
କୃତିକ - ମହିଳାମାନେ ଅତୀତ କଥାକୁ ଚିନ୍ତା କରି ଦୁଃଖିତ ହୋଇପାରନ୍ତି । ପିଲାମାନେ ପରୀକ୍ଷାରେ ଭଲ ନମ୍ବରରେ ଉତ୍ତୀର୍ଣ୍ଣ ହେବେ । କିଛି ନୂଆ କଥା ଶିଖିବାକୁ ସୁଯୋଗ ମିଳିବ
ରୋହିଣୀ - ଛୋଟ ଛୋଟ କଥାକୁ ନେଇ ପ୍ରେମି ଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ବିଦ୍ୟାର୍ଥି ମାନେ ଏକାଗ୍ରତା ରକ୍ଷା କରିବେ ।
ମୃଗଶିରା - ପାରିବାରିକ ଜୀବନ ହସ ଖୁସିରେ କଟିବ । ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ୱେତଚନ୍ଦନ କର୍ପୂରମିଶେଇ ମସ୍ତକରେ ଧାରଣ କରନ୍ତୁ
ମିଥୁନ
ମୃଗଶିରା - ଯେଉଁ କାମ ହାତକୁ ନେଇଛନ୍ତି ତାହା ସହଜରେ ସମ୍ପନ୍ନ ହୋଇଯିବ କୌଣସି ଅସୁବିଧା ହେବନାହିଁ। ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡ଼ିବା ପାଇଁ ଚିନ୍ତା କରିବେ।
ଆଦ୍ରା – ବନ୍ଧୁମାନେ ଅସୁବିଧା ସମୟରେ ଆପଣଙ୍କୁ ନିଶ୍ଚିନ୍ତ ସାହାଯ୍ୟ କରିବେ । ବିଦେଶ ଯାତ୍ରାର ସମ୍ଭାବନା ଅଛି । ସମୟ ଆନନ୍ଦ ଦାୟକ ରହିବ ଏବଂ ଚିନ୍ତା ମୁକ୍ତ ରହିବେ ।
ପୁନର୍ବସୁ - କାର୍ୟ୍ୟବ୍ୟସ୍ତତା କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। ଜମିବାବଦକୁ ପରିବାରରେ ଅଶାନ୍ତି ଦେଖାଦେଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ
ପୁନର୍ବସୁ - କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍ ବୁଝିବେ। ଆଜି ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ କେତେକ ଘରୋଇ କାରଣକୁ ନେଇ ମନ ବିଚଳିତ ରହିବ।
ପୁଷ୍ୟା - ଦୂର ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ହାସଲ କରିବେ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
ଅଶ୍ଲେଷା - ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେଇ ପ୍ରତିିଶ୍ରୁତି ରକ୍ଷା କରିବେ। ସମ୍ପର୍କୀୟଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – କୈାଣସି ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ
ସିଂହ
ମଘା - ଖାଦ୍ୟ ପେୟରେ ସତର୍କତା ଅବଲମ୍ବନ କରିବା ସହିତ ମାନସିକ ଚାପରୁ ଦୂରେଇ ରୁହନ୍ତୁ । ଆଜି ଦିନଟି ବନ୍ଧୁ ମାନଙ୍କ ସହ ବିତାଇବେ । ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କୁ ଭଲ ଫଳ ମିଳିବ
ପୂ- ଫାଲ୍ଗୁନୀ - ପାରିବାରିକ ସମସ୍ୟା ସକାଶେ ମାନସିକ ଅସ୍ଥିରତା ଦେଖା ଦେଇପାରେ । ପିତା ମାତା ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ବଦଳିବା ଯୋଗୁ ଚିନ୍ତିତ ହୋଇପାରନ୍ତି ।
ଉ-ଫାଲ୍ଗୁନୀ - କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସାଙ୍ଗକୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ ଡରି ନ ଯାଇ ସାହସର ସହ ମୂକାବିଲା କରନ୍ତୁ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଫଟୋ କୁ ପୂଜା କରନ୍ତୁ
କନ୍ୟା
ଉ-ଫାଲ୍ଗୁନୀ - ଆଜି ଦିନଟିରେ ଯେଉଁ କାମରେ ହାତ ଦେବେ ନିଶ୍ଚିତ ସଫଳତା ପାଇବେ। ଯାନବାହାନ ସତର୍କତା ସହ ଚଲାନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ହସ୍ତା - ବାଣିଜ୍ୟ, କାରବାର ଓ କଚେରି ମାମଲା କ୍ଷେତ୍ରରେ ଶୁଭଫଳ ମିଳିବ। ଅତି ଭଲ ସମ୍ପର୍କ ଥିବା ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ।
ଚିତ୍ରା - ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ଛାତ୍ର ଛାତ୍ରୀମାନେ ପଢାରେ ମନଦେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା
ଚିତ୍ରା - କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମ ଗୁଡିକ ସମ୍ପୂର୍ଣ୍ଣ ହୋଇଯିବ । ନିଜ ଲୋକମାନେ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ ଯଥା ସମୟରେ ସବୁ କିଛି ଠିକ୍ ହୋଇଯିବ।ପ୍ରେମୀ ଯୁଗଳ ଙ୍କ ସମ୍ପର୍କ ମଧୁର ରହିବ ।
ସ୍ୱାତୀ - ପାରିବାରିକ ସ୍ଥିତିରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ଶିକ୍ଷା କ୍ଷେତ୍ରରେ ଅପୂରଣୀୟ ଆଶା ପୂରଣ ହୋଇଯିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ବିଶାଖା - ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି । ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇଯିବାର ଆଶଙ୍କା ରହିଛି। ଆଜି ଦିନଟି ବନ୍ଧୁମେଳରେ କଟିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା
ବିଶାଖା - ପରିବାରର ସମସ୍ତ ବ୍ୟକ୍ତି ମନ୍ଦିର ଭ୍ରମଣ ପାଇଁ ଯିବେ । ବ୍ୟବସାୟରେ ଅତ୍ୟଧିକ ଲାଭବାନ୍ ହେବେ । ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ କରିପାରିବେ ।
ଅନୁରାଧା - ଦେହ ଭଲ ରହିଲେ ମଧ୍ୟ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିବେ। କୌଣସି ମୂଲ୍ୟବାନ ଜିନିଷଟି ନ ପାଇ ବନ୍ଧୁଙ୍କ ଉପରେ ରାଗିପାରନ୍ତି।
ଜ୍ୟୋଷ୍ଠା - ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ମାନସିକ ସ୍ଥିତିକୁ ଦୁର୍ବଳ କରିଦେବ। ପିଲାମାନେ ଅସୁସ୍ଥତା ବଶତଃ କର୍ତବ୍ୟରେ ତ୍ରୁଟି କରିପାରନ୍ତି । ଚାକିରୀଆ ମାନେ ଉପରିସ୍ଥ ମାନଙ୍କର ଶ୍ରଦ୍ଧା ଲାଭ କରିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ
ଧନୁ
ଉୂଳା - ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନ ବଳାଇ ନୂତନ କର୍ମମୁଖର ହେବେ। ଶିକ୍ଷକ ପଢାକୁ ନେଇ ପିଲାମାନଙ୍କ ଉପରେ ବିଗିଡି ପାରନ୍ତି ।
ପୂ, ଷାଢା - ପଡ଼ୋଶୀଙ୍କ ସହାୟତାରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ଦିଅନ୍ତୁ ।
ଉ, ଷାଢା - ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ବିଭିନ୍ନ ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମ ରକ୍ଷକ ସ୍ତୋତ୍ର ପାଠ କରନ୍ତୁ
ମକର
ଉ, ଷାଢା - ନୂତନ ଘର ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କାମ ସ୍ଥଗିତ ରହିବ ନାହିଁ । ଆର୍ଥିକ ପରିସ୍ଥିତି ଭଲ ନ ଥିଲେ ବ ଛାତ୍ର ଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବେ
ଶ୍ରବଣା - ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ସଫଳତା ପାଇବେ। ହଠାତ୍ ଉଚ୍ଚ ଅଧିକାରୀଙ୍କ ସହ ଦୂର ଯାତ୍ରା କରିପାରନ୍ତି ।
ଧନିଷ୍ଠା – ପରୀକ୍ଷାରେ ସଫଳ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ସଂମ୍ପତିକୁ ନେଇ ଭାଇ ଭାଇ ଭିତରେ କଳହ ଦେଖାଦେଇପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ
ଧନିଷ୍ଠା - କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ । ବିଦ୍ୟାର୍ଥୀମାନେ କମ୍ ପରିଶ୍ରମରେ ଭଲ ଫଳ ମିଳିବ ।
ଶତଭିଷା - ଦୀର୍ଘଦିନ ହେଲା ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ତାହା ଅତି ସୁବିଧାରେ ପାଇଯିବେ। ଜଣେ ବନ୍ଧୁ ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ।
ପୂ, ଭାଦ୍ରପଦ - ଉଚ୍ଚ ଶିକ୍ଷା ପାଇଁ ବିଦେଶା ଗତ ହୋଇ ପାରନ୍ତି । ଜମିଜମା ପ୍ରଭୃତି କିଣାବିକାରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ସତର୍କ ରୁହନ୍ତୁ ଆପଣଙ୍କ ବ୍ୟବହାରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ
ପୂ, ଭାଦ୍ରପଦ - ବିବାଦୀୟ ପରିସ୍ଥିତିରେ ନିଜ ଘର ଅପେକ୍ଷା ବାହାର ଲୋକ ଆପଣଙ୍କ ପକ୍ଷ ସମର୍ଥନ କରିବେ। ପୁରୁଣା ବନ୍ଧୁଙ୍କ ସହ ଆଜି ହଠାତ୍ ଭେଟ ହେବ ।
ଉ, ଭାଦ୍ରପଦ - କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା କାରଣରୁ ସେହିକଥା ଭାବି ଅନ୍ୟମନସ୍କ ରହିପାରନ୍ତି। ଅଫିସ୍ ରେ କୌଣସି ବ୍ୟକ୍ତିଠାରୁ କିଛି ଗୋପନୀୟ କଥା ଶୁଣି ନିଜ ଲୋକଙ୍କୁ ଭୁଲ୍ ବୁଝିବେ।
ରେବତୀ - ପିଲାମାନେ ପଢା ପଢିରେ ମନଦେଇ ପଢିବେ । ପରିବାରରେ ସମସ୍ତେ ହସ ଖୁସିରେ ଦିନ କାଟିବେ । ସାହାଯ୍ୟ କରିବାର ତୁମର କ୍ଷମତା ତୁମକୁ ସମ୍ମାନ ଆଣିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ: ଏମ୍ ଏସ୍ ସ୍ବାମୀନାଥନଙ୍କ ପରଲୋକ । ଆରପାରିରେ ପ୍ରଖ୍ୟାତ କୃଷି ବୈଜ୍ଞାନିକ ‘ସବୁଜ ବିପ୍ଳବ’ର ଜନକ ଥିଲେ ସ୍ବାମୀନାଥନ । କୃଷି କ୍ଷେତ୍ରରେ ସ୍ବାମୀନାଥନଙ୍କ ରହିଛି ଉଲ୍ଲେଖନୀୟ ଅବଦାନ । ଚେନ୍ନାଇରେ ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।
ଆହୁରି ପଢନ୍ତୁ ଭାରତ ଖବର...
ପୁରୀ/ନୂଆଦିଲ୍ଲୀ: ଖୁସି ଓ ଗର୍ବର ବିଷୟ। ପୁରୀ ଜିଲ୍ଲାର ରଘୁରାଜପୁର ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ‘ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ’ର ମାନ୍ୟତା ଲାଭ କରିଛି। କେନ୍ଦ୍ରମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ ଏନେଇ ଟୁଇଟ୍ କରି କହିଛନ୍ତି ଓଡ଼ିଶାର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ ଐତିହ୍ୟ ଗ୍ରାମ ଭାବେ ସୁଖ୍ୟାତି ଅର୍ଜନ କରିଥିବା ରଘୁରାଜପୁର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ମାନ୍ୟତା ପାଇବା ଆମ ଓଡ଼ିଶା ପାଇଁ ଗର୍ବର ବିଷୟ । ଏଥିପାଇଁ ରଘୁରାଜପୁରର ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କିସନ ରେଡ୍ଡିଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଶ୍ରୀଯୁକ୍ତ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ମୁଁ ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ସହ ‘ମୋ ମାଟି ମୋ ଦେଶ’ ଅଭିଯାନ ଅନ୍ତର୍ଗତ ଏହି ଐତିହ୍ୟ ଗ୍ରାମକୁ ଯାଇ ପ୍ରତିଭାବାନ ଶିଳ୍ପୀ ମାନଙ୍କୁ ସାକ୍ଷାତ୍ କରିଥିଲୁ । ଆମର କଳା ଓ ସଂସ୍କୃତିକୁ ଏକବିଂଶ ଶତାବ୍ଦୀର ନୂଆପିଢି ପାଖରେ ପହଞ୍ଚାଇ ପରମ୍ପରାକୁ ବଜାୟ ରଖିଥିବାରୁ ରଘୁରାଜପୁରର ପ୍ରତ୍ୟେକ ଶିଳ୍ପୀକାର ମାନଙ୍କୁ ସାଧୁବାଦ । ୨୦୨୩ ବର୍ଷ ପାଇଁ ଓଡ଼ିଶାର ଐତିହ୍ୟ ଗ୍ରାମ ରଘୁରାଜପୁର ବେଷ୍ଟ ଟୁରିଜିମ୍ ଭିଲେଜ ର ମାନ୍ୟତା ସହ ସମ୍ମାନିତ ହୋଇଛି। ଗତକାଲି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ସ୍ୱତସ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା। ମା'ଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିବ। ଏବେବି ସଜେଇ ହେଲାଣି ରାଜଧରନୀ ସମେତ ବିଭିନ୍ନ ସ୍ଥାନ। ଏଥର ମଣ୍ଡପରେ ମିଟର ଲଗାଇବାକୁ ବାଧ୍ୟତାମୂଳକ କରିବ ବିଧ୍ୟୁତି ବିତରକ କମ୍ପାନୀ ଟାଟା ପାଓ୍ୱାର ଲିମିଟେଡ। ଯାହାକୁ ନେଇ ପୂଜା କମିଟିମାନଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି। ଯେଉଁଠି ଭୁବନେଶ୍ୱରର ପୂଜା ମଣ୍ଡପରେ ହାଉସ ରେଣ୍ଟ ଛାଡ କରାଗଲା ସେଠି କଟକରେ ବିଦ୍ୟୁତ ଦେୟରେ ରିହାତି କାହିଁକି ଦିଆଯାଉନାହିଁ ବୋଲି କମିଟିଗୁଡିକ ପ୍ରଶ୍ନ କରିଛନ୍ତି।
ଗତବର୍ଷ ଦୁର୍ଗା ପୂଜାରେ ସହରର ପ୍ରତ୍ୟେକ ପୂଜା ମଣ୍ଡପରେ ବିଦ୍ୟୁତ ମିଟର ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କରୋନା ଜନିତ ମାନ୍ଦାବସ୍ଥା ଏବଂ ଆର୍ଥିକ ଦୁଃସ୍ଥିତି ଦର୍ଶାଇ ପୂଜା କମିଟିମାନେ ଏହାର ଜୋରଦାର ବିରୋଧ କରିଥିଲେ। ଫଳରେ ମିଟର ନଲଗାଇ ପୂର୍ବଭଳି କିଛି ନିର୍ଦ୍ଦେିଷ୍ଟ ଅର୍ଥରାଶି ବିନିମୟରେ ପୂଜା ଆୟୋଜକଙ୍କୁ ବିଦ୍ୟୁତ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଚଳିତ ବର୍ଷର ଏପରି ନିଷ୍ପତ୍ତିକୁ ନେଇ ଦୁର୍ଗାପୂଜା ପୂର୍ବରୁ ବିଭ୍ରାଟ ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
ଦୁର୍ଗାପୂଜା ଆସିଲେ କଟକ ସହର ଚଳଚଞ୍ଚଳ ହୋଇଉଠେ। ପୂଜା ପୂର୍ବରୁ ଆକର୍ଷଣୀୟ ସାଜସଜ୍ଜା ସହରବାସୀଙ୍କୁ ଉତ୍ସାହିତ କରିଥାଏ। ସୁଉଚ୍ଚ ତୋରଣ ସାଙ୍ଗକୁ ଲାଇଟ ଗେଟ୍ ଏବଂ ଆଲୋକ ସଜା ସହରର ରଙ୍ଗ ବଦଳାଇଦିଏ। ପ୍ରତ୍ୟେକ ପୂଜା କମିଟି ସାଜସଜା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ଆଲୋକମାଳା ସାଙ୍ଗକୁ ଲାଇଟ ଗେଟ୍ କରି ଲୋକଙ୍କୁ ସ୍ୱାଗତ କରନ୍ତି। ବିଦ୍ୟୁତ ବିଭାଗର ଆକଳନ କହୁଛି, କଟକର ପ୍ରାୟ ୧୭୦ ପୂଜା ମଣ୍ଡପରେ ପୂଜାର ୫ଦିନ ଭିତରେ ପ୍ରାୟ ୧୦ ଲକ୍ଷ ୟୁନିଟରୁ ଅଧିକ ବିଦ୍ୟୁତ ବ୍ୟବହାର କରାଯାଇଥାଏ। ଫଳରେ ସହର ପାଇଁ ଆବା୍ୟକ ଦୈନିକ ବିଦ୍ୟୁତ ଯୋଗାଣର ୩ ଶହ ମେଗାଓ୍ୱାଟ ଅତିରିକ୍ତ ବୋଝ ପଡିଥାଏ। ଏ ବାବଦରେ ଯଦିଓ ପୂଜା କମିଟି ତରଫରୁ କିଛି ଟଙ୍କା ଡିପୋଜିଟ କରାଯାଏ କିନ୍ତୁ ତାର କୌଣସି ହିସାବ ନଥାଏ। ସହରର ପୂଜା କମିଟି ମାନେ ପ୍ରାୟ ୧୦ ହଜାର ଟଙ୍କା ବିଦ୍ୟୁତ ବିଲ ବାବଦରେ ଅଗ୍ରୀମ ଡିପୋଜିଟ୍ କରି ମଣ୍ଡପକୁ ଲାଇନ ଆଣଶିଥାନ୍ତି। ପରେ ମନଇଚ୍ଛା ପାଞ୍ଚ ଦିନ ଧରି ବ୍ୟବହାର କରିଥାନ୍ତି। ଯାହାକୁ ନେଇ ଚଳିତ ବର୍ଷ ପୂଜା ଆୟୋଜକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ଅଧିକ ପମନ୍ତୁ ଓଡିଶା ଖବର: