୧୦.ରବିବାର
ମେଷ
ଅଶ୍ୱନୀ – ଯେଉଁ ଜିନିଷ ପାଇବା ପାଇଁଚିନ୍ତା କରୁଥିଲେ ତାହା ସହଜରେ ପାଇ ପାରନ୍ତି । ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ ।
ଦ୍ୱିଜା - କର୍ମକ୍ଷେତ୍ରକୁ ଯିବା ବାଟରେ ଅପ୍ରିୟ ସତ୍ୟ କହିବା ସମସ୍ୟା ସୃଷ୍ଟି ହୋଇପାରେ । ପିଲାମାନେ ପଢାରେ ମନ ଦେବେ ।ଅଫିସ୍ ରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ ।
କୃତିକା - ଆଜି ଟିକିଏ କଥାରେ କ୍ରୋଧ ପ୍ରକାଶ କରି ପରିବେଶକୁ ଗମ୍ଭୀର କରିଦେଇପାରନ୍ତି ।
ଆଜିର ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ହନୁମାନଙ୍କର ଆରାଧନା କରନ୍ତୁ
ବୃଷ
କୃତିକା - ନୂତନ ବନ୍ଧୁ ସମ୍ପର୍କ ଆଜିର ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ହାସଲ କରିବାରେ ସାହାଯ୍ୟ କରିବେ। ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ ।
ରୋହିଣୀ - ସାଧାରଣ କଥାରେ ଭୁଲ୍ ବୁଝାମଣା ଯୋଗୁ ପାରିବାରିକ ସମସ୍ୟା ଦେଖାଦେଇପାରେ । ସାମାଜିକ ସ୍ତରରେ ଅସତ୍ୟ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
ମୃଗଶିରା - ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ ଓ କଚେରି ମାମଲା ସପକ୍ଷରେ ଯିବ । ପଢା କ୍ଷେତ୍ରରେ ପିଲାମାନେ ସୁନାମ ଅର୍ଜନ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ
ମୃଗଶିରା - କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଆଦ୍ରା - ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ । ଅବହେଳିତ କାମ କିମ୍ବା ଆଳସ୍ୟ ଯୋଗୁ ବନ୍ଧୁ ମେଳରେ ଅପମାନିତ ହୋଇପାରନ୍ତି।
ପୁନର୍ବସୁ - କଚେରି ମାମଲା ନେଇ ବ୍ୟସ୍ତତା ବଢ଼ିବ କିନ୍ତୁ କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରୁ ସୁନାମ ମିଳିବ। ପରିବାରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ
ପୁନର୍ବସୁ – ବ୍ୟବସାୟରେ ଆକସ୍ମିକ ଧନପ୍ରାପ୍ତି ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଯେତେ ପ୍ରତିବନ୍ଧକ ଆସିଲେ ମଧ୍ୟ ଦୃଢ଼ତାର ସହ କାମ ହାସଲ କରିବାରେ ସମର୍ଥ ହେବେ।
ପୁଷ୍ୟା - ରାଜନୀତିରେ କ୍ଷେତ୍ରରେ ଆପଣଙ୍କ ଭଲ କାମ ଯୋଗୁ ବିଭିନ୍ନ ଜାଗାରେ ସମ୍ମାନୀତ ହେବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ଉଚ୍ଚ ଆଶା ସଫଳ ହେବ ।
ଅଶ୍ଲେଷା - ବନ୍ଧୁଙ୍କ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି । ପରିବାରରେ ଛୋଟ ଛୋଟ କଥାକୁ ନେଇ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ
ମଘା –ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ଶିକ୍ଷାର୍ଥୀମାନେ କମ୍ ପରିଶ୍ରମରେ ମଧ୍ୟ ଭଲ ଫଳ ମିଳିବ ।
ପୂ- ଫାଲ୍ଗୁନୀ – କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ଏକାଧିକ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ପୂରୁଣା ବନ୍ଧୁକୁ ଭେଟି ଖୁସି ଅନୁଭବ କରିବେ ।
ଉ-ଫାଲ୍ଗୁନୀ - ସାଧାରଣ କଥାକୁ କେନ୍ଦ୍ରକରି ମାନସିକ ସ୍ଥିତି ବିଗିଡ଼ି ଯାଇପାରେ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ଥିବା ଆଶାଠାରୁ ଅଧିକ ଓ ଭଲ ଫଳ ମିଳିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ
କନ୍ୟା
ଉ-ଫାଲ୍ଗୁନୀ – ପୈତୃକ ସମ୍ପତି ପାରିବାରିକ ଦ୍ୱନ୍ଦର ସମାଧାନ ହେବ । ନୂତନ କାର୍ଯ୍ୟରେ ଉନ୍ନତି ହେବା ସହ ଶାନ୍ତି ପାଇବେ ।
ହସ୍ତା - ସମସ୍ୟା ରହିଥିଲେ ମଧ୍ୟ କାମ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବନାହିଁ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ । ପର ହାତରେ ଥିବା ଧନ ପ୍ରପ୍ତି ହେବ ।
ଚିତ୍ରା - ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ । ଘର ନିର୍ମାଣାଧୀନ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିବାର ସାମୟିକ ଆଶ୍ୱସ୍ତି ଅନୁଭବ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ
ତୁଳା
ଚିତ୍ରା -ଆଜି ଆପଣଙ୍କର କୌଣସି କାମ ଅଟକିବ ନାହିଁ ଏବଂ ବିଭିନ୍ନ ଦିଗରୁ ଶୁଭ ଫଳ ଲାଭ କରିବା ସହ ଅନୁକୂଳ ବାତାବରଣରୁ ଖୁସି ରହିବେ ।
ସ୍ୱାତୀ - ଆଗାମୀ ସମୟକୁ ଆଖିଆଗରେ ରଖି କାମ କରନ୍ତୁ, ସବୁକିଛି ଠିକ୍ ହୋଇଯିବ । ଅବିବାହିତଙ୍କ ପାଇଁ ଘରକୁ ବନ୍ଧୁ ଆସିବେ ।ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତିକୁ ସରଳ କରିବେ ।
ବିଶାଖା - ବ୍ୟବସାୟ ସମ୍ପର୍କିତ ସମସ୍ୟା ମଧ୍ୟାହ୍ନରେ ଦୂର ହୋଇଯିବ । ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ହଠାତ୍ ନୂତନ ସମସ୍ୟା ଦେଖାଦେଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ
ବିଛା
ବିଶାଖା – ବନ୍ଧୁଙ୍କ ସାହାଯ୍ୟରେ ଅଟକିଥିବା କାମଟି ଆଜି ସମ୍ପୂର୍ଣ ହୋଇଯିବ । କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନବଳକୁ ବଢେଇ ଦେବେ ।
ଅନୁରାଧା - ବାଣିଜ୍ୟ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ଆଶାନୁରୂପ ଫଳ ପାଇବେ । ଶତ୍ରୁ ଚେଷ୍ଟା କଲେ ମଧ୍ୟ କ୍ଷତି କରିପାରିବେ ନାହିଁ ।
ଜ୍ୟୋଷ୍ଠା - ବିଶେଷ ଖର୍ଚ୍ଚାନ୍ତ ହେବା କାରଣରୁ ମନ ଭଲ ରହିବନି । ପ୍ରଶାସନିକ ସ୍ତରରେ ଓ ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନ କରନ୍ତୁ
ଧନୁ
ଉୂଳା – ମହିଳାମାନେ ସାମାଜିକ କାର୍ୟ୍ୟ ପ୍ରତି ମନ ବଳାଇବେ । ଘରେ ଛୋଟ ପିଲାଙ୍କ ସ୍ୟାସ୍ଥରେ ଉନ୍ନତି ଘଟିବ । ପରିବାରରେ ମାନ ମନାନ୍ତର ଦୂର ହେବ ।
ପୂ, ଷାଢା - କଳା, ସଙ୍ଗୀତ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ସଭାସମିତି, ତର୍କ ବିତର୍କ ଆଲୋଚନାରେ ଭାଗ ନେଇ ପ୍ରଶଂସିତ ହେବେ । ସନ୍ତାନଙ୍କ ବିବାହ ସମସ୍ୟା ନେଇ ପରିବାରରେ ଦୁଶ୍ଚିନ୍ତା ବଢ଼ିପାରେ ।
ଉ, ଷାଢା - ଆନୁଷ୍ଠାନିକ କାମ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ବିଭିନ୍ନ ଜାଗାରେ ପ୍ରଶଂସିତ ହେବେ । ରପ୍ତାନି ବାଣିଜ୍ୟ, ବ୍ୟବସାୟରେ ବେଶ୍ ଉନ୍ନତି ଘଟିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଅସହାୟଙ୍କୁ ସାହାର୍ଯ୍ୟ କରନ୍ତୁ
ମକର
ଉ, ଷାଢା - କୌଣସି ଆନୁଷ୍ଠାନିକ କାମ ସକାଶେ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଆଶ୍ୱସ୍ତି ଲାଭ କରିବେ । ପିତା ମାତା ପିଲାଙ୍କ କାମ ଦେଖି ବହୁତ୍ ଖୁସି ଅନୁଭବ କରିବେ
ଶ୍ରବଣା - ଅନ୍ୟମାନଙ୍କୁ ସାହାଯ୍ୟ କରିବେ ପ୍ରତିଦାନରେ ସମାଲୋଚନା ବ୍ୟତୀତ କିଛି ପାଇ ପାରିବେ ନାହିଁ । ପାରିବାରିକ ସମସ୍ୟା ବିଷୟରେ ସବୁ ଜାଣିଶୁଣି ନୀରବନ ରହି ସମାଧାନର ବାଟ ଖଜିବେ ।
ଧନିଷ୍ଠା - ସଭାସମିତିରେ ଆପଣଙ୍କ ଯୁକ୍ତିକୁ ଅନ୍ୟମାନେ ଗ୍ରହଣ କରିବେ । ଅର୍ଥ ସମ୍ପର୍କ ଓ ପ୍ରଶାସନିକ ସ୍ତରରେ ସଫଳତା ଅର୍ଜନ କରିବେ । ପୁରୁଣା ଭୁଲ ଯୋଗୁ ମାନସିକ ଚାପ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ
କୁମ୍ଭ
ଧନିଷ୍ଠା - ଆଜି ବନ୍ଧୁମାନଙ୍କ ସାହାଯ୍ୟରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ । ନୂତନ ଯାନବାହନ ଓ ଜମି କିଣି ପାରନ୍ତି ।
ଶତଭିଷା - କୌଣସି ନୂତନ ଯୋଜନା କିମ୍ବା ଦୂରଯାତ୍ରା ସକାଶେ ମନ ବଳାଇପାରନ୍ତି । କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଯୋଜନା ମୁତାବକ ସଫଳତା ପାଇବେ ।
ପୂ, ଭାଦ୍ରପଦ - ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଖରାପ ନ ହେଲେ ମଧ୍ୟ ବିଶେଷ ଭଲ ରହିବ ନାହିଁ । ପିଲାମାନେ ପଢାରେ ସେତେଟା ମନ ଦେବେ ନାହିଁ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ
ମୀନ
ପୂ, ଭାଦ୍ରପଦ - ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ । କିଛି ନୂଆ କଥା ଶିକ୍ଷିବା ପାଇଁ ସୁଯୋଗ ପାଇ ବହୁତ ଖୁସିହେବେ ।
ଉ, ଭାଦ୍ରପଦ - ପୂର୍ବ ସମସ୍ୟାର ସମାଧାନ ହେବାରେ ପଡ଼ୋଶୀ ସାହାଯ୍ୟ କରିବେ । ବନ୍ଧୁଙ୍କ ସହ ଭ୍ରମଣ ସୁଯୋଗ ପାଇ ବେଶ୍ ଖୁସି ଅନୁଭବ କରିବେ ।
ରେବତୀ - ବ୍ୟବସାୟ, ବାଣିଜ୍ୟରେ ବେଶ୍ ଲାଭବାନ୍ ହେବେ । ନିଜ ଅବହେଳା ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଆଶଙ୍କା ଦେଖାଦେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର: