ମେଷ
ଅଶ୍ୱନ - ଦିନର ଆରମ୍ଭ ଟିକେ କ୍ଲାନ୍ତକାରୀ ହୋଇପାରେ, କିନ୍ତୁ ଦିନ ଯେତେ ଆଗକୁ ବଢୁଛି, ତୁମେ ଭଲ ଫଳାଫଳ ପାଇବା ଆରମ୍ଭ କରିବ । ସ୍ୱାସ୍ଥ୍ୟ ନେଇ ସତର୍କ ରୁହନ୍ତୁ ।
ଦ୍ୱିଜା – ଅଫିସ୍ ର କାମ ଠିକ୍ ସମୟରେ ପୂରା ହୋଇଯିବ । ପାରିବାରିକ ଜୀବନ ସୁଖକର ହେବ । ପିଲାମାନେ ଖେଳ କୁଦରେ ମାତିବେ ।
କୃତିକା - ରାଜନୀତି କ୍ଷେତ୍ରରେ ସାବଧାନ ସହ ପଦକ୍ଷେପ ନିଅନ୍ତୁ । ଅର୍ଥ ସମ୍ବନ୍ଧୀୟ ସମସ୍ୟାକୁ ସାମ୍ନା କରିବାକୁ ପଡିବ । ଜମି କିଣିବା ଲାଗି ଭାବି ପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ବୃଷ
କୃତିକା - ପରିବାରର ସଦସ୍ୟ ମାନେ ଆପଣଙ୍କ ମତାମତକୁ ସମର୍ଥନ କରିବେ । ସିଭିଲ ଇଂଜିନିୟରଙ୍କ ଲାଗି ଦିନଟି ଆରାମଦାୟକ ରହିବ ।
ରୋହିଣୀ – ବ୍ୟବସାୟରେ ଭଲ ଟଙ୍କା ରୋଜଗାର କରିବେ କିନ୍ତୁ ଖର୍ଚ୍ଚର ବୃଦ୍ଧି ଆପଣଙ୍କୁ ସଞ୍ଚୟ କରିବା କଷ୍ଟକର କରିବ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ ।
ମୃଗଶିରା - ରାଜନୀତି କ୍ଷେତରେ ଉଚ୍ଚ ପଦକ୍ଷେପ ନେବା ପାଇଁ ପଡିପାରେ । ଯାନ ବାହନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଭୋକିଲା ଲୋକଙ୍କୁ ନିରାଶ କରନ୍ତୁ ନାହିଁ
ମିଥୁନ
ମୃଗଶିରା - ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ ଓ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ମଧ୍ୟ ଦୃଢ଼ ପଦକ୍ଷେପ ନେଇ କୃତକାର୍ୟ୍ୟ ହେବେ।
ଆଦ୍ରା – ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ଫଳରେ ଆଶାତିତ ଲାଭ ପାଇବେ । ଜୀବନସାଥୀଙ୍କ ସହିତ ପୂର୍ବ କଥାକୁ ନେଇ ମନୋମାଳିନ୍ୟ ହେବ ।
ପୁନର୍ବସୁ - ବିରୋଧୀମାନେ ଆପଣଙ୍କ ସମ୍ମୁଖକୁ ଆସିବା ପାଇଁ ଭୟକରିବେ । ବିଦ୍ୟାର୍ଥୀମାନେ ଶୁଭ ଫଳ ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ଖାଇବାକୁ ଦିଅନ୍ତୁ
କର୍କଟ
ପୁନର୍ବସୁ – କର୍ମ କ୍ଷେତ୍ରରେ କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ । ଆୟର ପନ୍ଥା ସହଜ ହେବ । ପାରିବାରିକ ସମସ୍ୟାର ଅନ୍ତ ଘଟିବ ।
ପୁଷ୍ୟା - ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶା କରୁଥିବା ଫଳ ନିଶ୍ଚିତ ପାଇବେ । ରାଜନୀତିରେ ସଫଳତା ପାଇବେ । ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁ ବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନ ହେବ ।
ଅଶ୍ଲେଷା - ଦୀର୍ଘଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। ଜମି କିଣିବା ପାଇଁ ଚିନ୍ତା କରିପାରନ୍ତି । ବିଦେଶୀ ବାଣିଜ୍ୟ ସହିତ ଆପଣଙ୍କର ସଂଯୋଗ ରହିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ
ମଘା – ପିଲାମାନଙ୍କ ଉନ୍ନତିରେ ପ୍ରସନ୍ନ ରହିବେ । ଲେଖକଙ୍କ ଲାଗି ଭଲ ଦିନଟିଏ । କାରବାରରେ ଲାଗିରହିଥିବା ସମସ୍ୟାର ନିବାରଣ ହେବ ।
ପୂ- ଫାଲ୍ଗୁନୀ – ରାଜନୈତିକ କ୍ଷେତ୍ରରେ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଆଚାର ବ୍ୟବହାର କଥାବାର୍ତାରେ ନିୟନ୍ତ୍ରଣ ନ ରଖିଲେ କୌଣସି ଭୁଲ୍ କାମ କରି ଅନୁତାପ କରିପାରନ୍ତି ।
ଉ-ଫାଲ୍ଗୁନୀ - କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରି ପ୍ରଶଂସିତ ହେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା
ଉ-ଫାଲ୍ଗୁନୀ - ପାରିବାରିକ ଚାପର ସମ୍ମୁଖୀନ ହେବାକୁ ପଡିବ । ନୂତନ କାର୍ଯ୍ୟ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ୍ । ସମ୍ମୁଖକୁ ଆସୁଥିବା ସବୁ ଆହ୍ୱାନର ଦୃଢ ମୁକାବିଲା କରିବେ ।
ହସ୍ତା –ରାଜନୈତିକ କ୍ଷେତ୍ରରେ ବାଦ ବିବାଦ ଠାରୁ ଦୂରେଇ ରହିବା ଉଚିତ୍ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଜୀବନ ସାଥୀଙ୍କ ସହ ଦିନ ଭଳରେ କାଟିବେ ।
ଚିତ୍ରା - ନିଜର କ୍ରୋଧ ଉପରେ ନିୟତ୍ରଣ ନ ରଖିଲେ ପ୍ରତି କ୍ଷେତ୍ରରେ ବିଫଳ ହେବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସୁନାମ ଅର୍ଜନ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ତୁଳା
ଚିତ୍ରା – କର୍ମକ୍ଷେତ୍ରରେ ଗୁରୁତ୍ୱ ପୂର୍ଣ୍ଣ ନିସ୍ପତି ନେବା ଫଳରେ ମନରେ ଥିବା କାମନା ପୂର୍ଣ୍ଣ ହେବ । ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ବ୍ୟସ୍ତ ରହିବେ । ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ ।
ସ୍ୱାତୀ – ଯୋଗ୍ୟ ସନ୍ତାର ବିବାହ ବିଷୟରେ ଆଲୋଚନା ହୋଇପାରେ । ମହିଳା ମାନେ କଠିନ ପରିଶ୍ରମ କରିବେ । ବ୍ୟବସାୟରେ ଆଶାଜନକ ଫଳ ମିଳିବ ।
ବିଶାଖା - ଗୃହସୀମାକୁ କେନ୍ଦ୍ରକରି କିଛି ସମସ୍ୟା ଦେଖାଦେଇପାରେ । ଆତ୍ମ ସମ୍ମାନ ଉପରେ ଆପୋଷ ବୁଝାମଣା କରନ୍ତୁ ନାହିଁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କୁ ପୂଜା କରନ୍ତୁ
ବିଛା
ବିଶାଖା - ତରବର ନ ହୋଇ ଧୀରସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। ଜୀବନ ସାଥୀଙ୍କ ସମର୍ଥନ ଓ ବନ୍ଧୁ ଙ୍କ ପ୍ରେରଣା ଅନେକ ଚିନ୍ତାକୁ ଦୂରେଇ ଦେବ ।
ଅନୁରାଧା - ସଭା ସମିତିରେ, ସମ୍ମାନ ଲାଭ ଓ ପଦମର୍ୟ୍ୟାଦା ବୃଦ୍ଧି ପାଇବ। ଭାଇ ଭାଇ ଭିତରେ ଛୋଟ କଥାକୁନେଇ କଳହ ସୃଷ୍ଟି ହୋଇପାରେ ।
ଜ୍ୟୋଷ୍ଠା - ଦାମୀଯାନ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିବା ପାଇଁ ମନ ବଳେଇ ପାରନ୍ତି । ପିଲାମାନେ ପିତା ମାତାଙ୍କ ମୁଣ୍ଡ ଉପରକୁ ହେଲାଭଳି କାମ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ
ଉୂଳା - ଦାମ୍ପତ୍ୟ ସଂମ୍ପର୍କରେ ପରସ୍ପର ପ୍ରତି ସମର୍ପିତ ହୋଇ ଶାନ୍ତି ପାଇବେ । ଆପଣଙ୍କ ବିଚାର ସକାରାତ୍ମକ ରହିବ । ଯାହାବି କାମ କରିବେ ସଫଳତା ପାଇବେ ।
ପୂ, ଷାଢା – କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କ ର ସାହାର୍ଯ୍ୟ ସହଯୋଗ ମିଳିବ । ନୂଆ ବେପାରରେ ସାମିଲହେବାର ସ୍ୟୁୋଗ ପାଇପାରନ୍ତି ।
ଉ, ଷାଢା - ରାଜନେତାଙ୍କ ଲାଗି ଭଲ ଦିନଟିଏ । ଛାତ୍ର ଛାତ୍ରୀମାନେ ପଢାରେ ମନ ଦେବେ ନାହିଁ । ସମ୍ପତ୍ତି ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ୱାରା ଦୂର ହେବ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ
ମକର
ଉ, ଷାଢା – କର୍ମ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ଫଳରେ ମନରେ ଥିବା କାମନା ପୂର୍ଣ୍ଣ ହେବ । ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ । ଅଫିସ୍ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିବେ ।
ଶ୍ରବଣା - ବନ୍ଧୁ ଓ ପରିବାର ଲୋକଙ୍କ ସହିତ ହସ ଖୁସିରେ ସମୟ ବିତିବ । ଗାୟକଙ୍କ ଲାଗି ଭଲ ଦିନଟିଏ । ରାଜନୀତିରେ ପଦୋନ୍ନତି ମିଳିବାର ସୁଯୋଗ ରହିଛି ।
ଧନିଷ୍ଠା - ଦାମୀଯାନ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିବା ପାଇଁ ମନ ବଳେଇ ପାରନ୍ତି । ସମାଜରେ ମାନ ସମ୍ମାନ ବଢିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ
ଧନିଷ୍ଠା – ବ୍ୟବସାୟରେ ନାନା ପ୍ରକାର ସୁବିଧା ସୁଯୋଗ ମିଳିନ । । ଦୀର୍ଘ ଦୀନରୁ ଲାଗିରହିଥିବା ଚିନ୍ତା କମ୍ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଚଳ ରହିବ ।
ଶତଭିଷା - ଶିକ୍ଷା କ୍ଷେତ୍ରରେ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ।
ପୂ, ଭାଦ୍ରପଦ –ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଛାତ୍ର ଛାତ୍ରୀମାନେ ଖେଳ କୁଦରେ ମାତି ରହିିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମୀନ
ପୂ, ଭାଦ୍ରପଦ -ଧର୍ମ କାର୍ଯ୍ୟରେ ଯୋଗ ଦେଇ ଦେବ ଦର୍ଶନ କରିବେ । ଛାତ୍ର ଛାତ୍ରୀମାନେ ପଢାରେ ମନଦେବେ ନାହିଁ । ପରିବାରରେ ସମସ୍ତେ ହସ ଖୁସିରେ ଦିନ କାଟିବେ
ଉ, ଭାଦ୍ରପଦ - ପୁରୁଣା ରାଗ ଶୁଝାଇବା ସକାଶେ କେହି ଜଣେ ମିଥ୍ୟା ଅଭିଯୋଗ ଆଣିପାରନ୍ତି। କର୍ମକ୍ଷେତ୍ର ଭଲ ରହିଲେ ମଧ୍ୟ ପିଲାମାନଙ୍କ ସକାଶେ ମନ ଅସ୍ଥିର ରହିବ।
ରେବତୀ - ଜମିଜମା ବାବଦରେ ଖର୍ଚ୍ଚ ପରିମାଣ ଦିଗୁଣା ହେବାର ସମ୍ଭାବନା ଅଛି । ଯେତେ ସତର୍କରେ ଚଳିଲେ ମଧ୍ୟ କିଛି ନା କିଛି ସମସ୍ୟା ମନକୁ ଅସ୍ଥିର କରିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର: