ବୃଷ :
କୃତିକା- ନେତ୍ରା ଜନିତ ସମସ୍ୟା ଅନୁଭବ କରି ପାରନ୍ତି । ପାରିବାରିକ ଜୀବନ ଶାନ୍ତିରେ କଟିବ ଏବଂ ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ
ରୋହିଣୀ - ଶିକ୍ଷାର୍ଥୀ ମାନେ ଆତ୍ମ ନିର୍ଭରଶୀଳ ରହିବେ । ବ୍ୟବସାୟ ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ହେବ । ରାଜନେତାଙ୍କ ସାହାଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ
ମୃଗଶିରା- ମହିଳା ମାନେ କର୍ମକ୍ଷେତ୍ରରେ ପ୍ରଶଂସା ଲାଭ କରିବେ । ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ଦୂର ଯାତ୍ରାରେ ସଫଳତା ପ୍ରାପ୍ତି ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ :
ମୃଗଶିରା - ଭାତୃ ସଂପର୍କରେ ଉନ୍ନତି ଘଟିବ । ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗବିଳାସ ରେ ଭାଗୀ ହେବେ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ । କୈାଣସି ବଡ ସୁବିଧା ମିଳିବା ଯୋଗୁଁ ଧନ ଲାଭ ହେବ ।
ଆଦ୍ରା- ରାଜନିତିରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଚାକିରି କ୍ଷେତ୍ରରେ ଆଶା ଅଭିଳାଷା ପୂରଣ ହୋଇପାରେ
ପୁନର୍ବସୁ- ପ୍ରେମିଯୁଗଳ ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପରିବାରରେ ଆନନ୍ଦମୟ ମୂହୁର୍ତ୍ତ ସହିତ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନ ଜନକ ଘଟଣା ଦେଖାଦେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
କର୍କଟ :
ପୁନର୍ବସୁ - ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । ବନ୍ଧୁଙ୍କ ସାହାର୍ୟ୍ୟ ଦ୍ୱାରା କଠିନ କାର୍ୟ୍ୟ କରିବେ । ବୃଦ୍ଧି ବିଦ୍ୟାର ଉତମ ଉପଯୋଗ କରି କାର୍ୟ୍ୟରେ ସଫଳତା ପାଇବେ ।
ପୁଷ୍ୟା – ଚାକିରି ସମ୍ବଦ୍ଧିୟ ଭଲ ଖବର ମିଳିପାରେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ମିଳିବ । ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ
ଅଶ୍ଳେଷା - ସପରିବାର ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରି ପାରନ୍ତି । କୋର୍ଟ କଚେରୀରେ ଶୁଭ ଫଳ ମିଳିବ । ସନ୍ତାନ ଆପଣଙ୍କୁ କୈାଣସି ଭଲ ଖବର ଶୁଣାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ :
ମଘା- ରୋଗର ପ୍ରକୋପ ବୃଦ୍ଧି ପାଇବ । ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି
ପୂ- ଫାଲ୍ଗୁନୀ- ଯେ କୌଣସି କାମରେ ହାତ ଦେଲେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ ।
ଉ- ଫାଲ୍ଗୁନୀ- ରାଜନିତି କ୍ଷେତ୍ରରେ କୈାଶଳପୂର୍ଣ୍ଣ ଦୃଢ ପଦଦେକ୍ଷପ ନେବେ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି । ଶତୃମାନେ ପୁନରାୟ ପଛରେ ଲାଗି ଯାଇ ପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
କନ୍ୟା :
ଉ- ଫାଲ୍ଗୁନୀ- ଆତ୍ମିୟଙ୍କ ସହଯୋଗରେ ସନ୍ତାନଙ୍କ ବିବାହ କାର୍ଯ୍ୟ ସଂପୂର୍ଣ୍ଣ ହେବ । ଚାକିରିରେ ପ୍ରାଧ୍ୟନ ମିଳିବ ଓ ପ୍ରଶଂସିତ ହେବେ । ସ୍ୱାସ୍ଥ୍ୟରେ ସୁଧାର ଆସିବ ।
ହସ୍ତା- ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ । ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ । ରାଜନୈତିକ ପୃଷ୍ଠପୋଷକତା ଲାଭ କରିବେ । ବିଦ୍ୟାର୍ଥୀ ପଢାରେ ତ୍ରୂଟି କରିପାରନ୍ତି
ଚିତ୍ରା- ନୂଆ ପୋଷାକ ଭୂଷଣ କରିବେ । ଜମିବାଡି ପୂର୍ବ ସମସ୍ୟା ପୁଣି ଦେଖା ଦେଇପାରେ । ଭଲ କର୍ମ ପାଇଁ ସମ୍ମାନିତ ହେବା ସହିତ ଦକ୍ଷତା ପ୍ରତିପାଦିତ କରିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା :
ଚିତ୍ରା- ସୁସ୍ଥତା ପ୍ରକାଶ ପାଇବ । ଅଭାବ ହେତୁ ପରିବାରରେ କଳହ ଦେଖାଦେବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି ହେବ
ସ୍ୱାତୀ- ନୂଆ କାମ ହାସଲ କରିବେ । ରାଜନୀତିରେ ବିବାଦରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ବିଦ୍ୟାର୍ଥୀ ମାନେ ପଢାରେ ଚିନ୍ତିତ ରହିବେ ।
ବିଶାଖା- ଚାକିରିରେ ସହକର୍ମୀ ମାନେ ଅସହଯୋଗ କରିବେ । ରାଜନୀତିରେ ଦଳୀୟ ନେତାଙ୍କ ଠାରୁ ସାବଧାନ୍ ରୁହନ୍ତୁ । ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶିବଙ୍କର ଦର୍ଶନ ସହ ପୂଜାପାଠ କରନ୍ତୁ
ବିଛା :
ବିଶାଖା- ଶରୀର ପାଇଁ ଚିନ୍ତା ଆଦୌ ରହିବ ନାହିଁ । ବୃତିଗତ ଧନ୍ଦାରୁ ବୈଷୟିକ ଅଭିବୃଦ୍ଧି ଘଟିବ । ମିତ୍ର ଆପଣଙ୍କ ପ୍ରଶଂସା କରିଲେ ମଧ୍ୟ ସାବଧାନ ରୁହନ୍ତୁ ।
ଅନୁରାଧା- ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୈାଭାଗ୍ୟ ପ୍ରଦାନ କରିବ । କର୍ତୁପକ୍ଷ ଆପଣଙ୍କୁ କୌଣସି ଦାୟିତ୍ୱ ଦେବେ । ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ
ଜ୍ୟୋଷ୍ଠା- ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ । ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ । ଗୃହିଣୀ ମାନେ କର୍ତବ୍ୟପରାୟଣ ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ :
ମୂଳା- ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ଅଚାନକ କୈାଣସି ପୁରୁଣା ବନ୍ଧୁ ଦେଖାହେବେ । ନିଜର ଅହଂଭାବ ଯୋଗୁ କୈାଣସି କାର୍ୟ୍ୟ ଠିକ୍ ଭାବରେ କରି ପାରିବେ ନାହିଁ
ପୂ, ଷାଢା- ବ୍ୟବସାୟରେ ସୈଜନ୍ୟ ହାନି ଘଟିବ । ଦଳୀୟ ନେତାଙ୍କ ସହିତ କୈାଣସି କଥା ଆଲୋଚନା କରିପାରନ୍ତି । ଛାତ୍ରଛାତ୍ରୀ ମାନେ ଏକାଗ୍ରତାର ସହ ପଢାରେ ମନ ଲଗାଇବେ
ଉ, ଷାଢା- ଲୋକ କଲ୍ୟାଣ କାର୍ୟ୍ୟ କରିବେ । ଜମିରେ ଲାଗିଥିବା ପୂର୍ବ ସମସ୍ୟାର ସମାଧାନ ହୋଇପାରେ । ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର :
ଉ, ଷାଢା- ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ରହିବ । କାର୍ୟ୍ୟକ୍ଷେତ୍ରରେ ଆମଦାନି ବୃଦ୍ଧିର ସୁଯୋଗ ପାଇବେ । ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ ।
ଶ୍ରବଣା- କର୍ମ ସ୍ଥାନରେ ବହୁ ବାଧାବିଘ୍ନ ଓ ବିବାଦ ଦେଖାଦେଇ ପାରେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ମିଳିବ । ପିଲାମାନେ ସୁଗୁଣରେ ଅନୁପ୍ରାଣିତ ହେବେ
ଧନିଷ୍ଠା- ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି । ମହିଳା ମାନେ ପରିବାରରେ ଗୁରୁ ଦାୟିତ୍ୱ ତୁଲାଇବେ । ମାଲି ମକଦ୍ଦମାରେ ଜୟଯୁକ୍ତ ହୋଇ ପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କୁମ୍ଭ :
ଧନିଷ୍ଠା- ଶାରିରୀକ ଦୁର୍ବଳତାରୁ ମୁକ୍ତି ପାଇବେ । ପାରିପାରିକ ଜୀବନ ସୁଖକର ହୋଇପାରେ । ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ । କର୍ମକ୍ଷେତ୍ରରେ କିଛି ନୂଆ ଅଭୀଜ୍ଞତା ହାସଲ କରିବେ ।
ଶତଭିଷା- ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ମହିଳା ମାନେ ବନ୍ଧୁପ୍ରିୟ ରହିବେ ।
ପୂ, ଭାଦ୍ରପଦ- ଯାନ୍ତ୍ରିକ ଶିଳ୍ପ କ୍ଷେତ୍ରରେ ଲାଭବାନ୍ ହୋଇ ଖୁସି ଅନୁଭବ କରିବେ । ସମ୍ପତି ବିକ୍ରୟ ବେଳେ ତରବରିଆ ଭାବେ ନିସ୍ପତି ନିଅନ୍ତୁ ନାହିଁ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା ସହ ପୂଜାପାଠ କରନ୍ତୁ
ମୀନ :
ପୂ, ଭାଦ୍ରପଦ-ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ ପଡିପାରେ । ବ୍ୟବସାୟରେ ପ୍ରତିହିଂସା ଲାଗି ରହିବ । କର୍ମ କ୍ଷେତ୍ରରେ ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ ଫାଇଦା ହେବ
ଉ, ଭାଦ୍ରପଦ- ରାଜନୀତି କର୍ମୀ ମାନେ କୈାଣସି ସଭାରେ ଯୋଗ ଦେବେ । ଅବିବାହିତଙ୍କୁ କୈାଣସି ସମାରୋହରେ ଜୀବନସାଥି ମିଳିପାରେ । ବିଦ୍ୟାର୍ଥୀ ମାନେ ହତୋତ୍ସାହ ହେବେ ।
ରେବତୀ- କୈାଣସି ନିସ୍ପତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଜମି-ବାଡି ଭାଗ-ଭାଗ କରି ପାରନ୍ତି । ମହିଳା ମାନେ ଚିନ୍ତାଗ୍ରସ୍ତ ଥିଲେ ମଧ୍ୟ ସହନଶୀଳତା ଭାବ ଜାଗ୍ରତ କରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ