ମେଷ-
ଅଶ୍ୱନୀ- କୈାଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କର୍ମକ୍ଷେତ୍ରରେ ଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ ଉଚ୍ଚପ୍ରଶଂସିତ ହେବେ।
ଦ୍ୱିଜା- ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଅପରାହ୍ନରେ ପାଇ ଖୁସି ହେବେ। ନିର୍ମାଣ, ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
କୃତିକା- ବିଭିନ୍ନ ପ୍ରକାର ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇପାରନ୍ତି । ବନ୍ଧୁମାନଙ୍କୁ ମିଠା କଥା ଦ୍ୱାରା କରି କାମ ହାସଲ କରିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- ଅସୁବିଧାବଶତଃ ଅତ୍ୟାବଶ୍ୟକ କାମଗୁଡ଼ିକ ଅଟକି ରହିଥିବା କାରଣରୁ ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି । ବନ୍ଧୁଙ୍କ ସହ ଆଳାପରେ ଅଧିକାଂଶ ସମୟ କଟାଇବେ।
ରୋହିଣୀ- ପ୍ରିୟବନ୍ଧୁଙ୍କୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି କିଛି ସମସ୍ୟାର ସୂଚନା ରହିଛି। ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ବିଦ୍ୟାର୍ଥୀ ମାନେ ନାନା ସମସ୍ୟାରେ ଆଗେଇବେ ।
ମୃଗଶିରା- ଜମିଜମା, ଗୃହସୀମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ଏବଂ କୃତକାର୍ୟ୍ୟ ମଧ୍ୟ ହେବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ
ମିଥୁନ-
ମୃଗଶିରା- ଦୁର୍ବଳତା ହେତୁ ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହେବା କାରଣରୁ ମନ ଭଲ ରହିବ ନାହିଁ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି
ଆଦ୍ରା- ି । ଜିବିକା ଅର୍ଜନରେ ସଫଳତା ଲାଭ ପାଇବେ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହଯୋଗରୁ ଉପକୃତ ହେବେ।
ପୁନର୍ବସୁ- ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯିବାର ଅନୁଭବ କରିବେ। ବଳହୀନତାରୁ ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପଛରୁ ଗୋଡ ଟାଣିପାରନ୍ତି।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ମିଳିବ।
ପୁଷ୍ୟା- ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହେବେ। ବାଣିଜ୍ୟ, ପରିବହନ, ପ୍ଲଟିଂ କାରବାର, ଆଲୋଚନା ଓ କଚେରି ମାମଲା କ୍ଷେତ୍ରରେ ଶୁଭଫଳ ମିଳିବ।
ଅଶ୍ଳେଷା- ଛୋଟ ଛୋଟ କଥାକୁ ଚିନ୍ତାକରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି । କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍ ବୁଝିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ
ସିଂହ-
ମଘା- ନିଜର କେତେକ ବ୍ୟକ୍ତିଗତ କାରଣରୁ ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ୟ୍ୟ ସକାଶେ ଅନୁତାପ କରିବେ। ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରିବେ। ପରିବାର ଭିତରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ।
ପୂ- ଫାଲ୍ଗୁନୀ- କର୍ମକ୍ଷେତ୍ରରେ ତରବରିଆ ଭାବେ କୌଣସି କାମ କଲେ ଓଲଟା ଫଳ ପାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ।
ଉ- ଫାଲ୍ଗୁନୀ- ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହିପାରନ୍ତି । ସାଙ୍ଗଠନିକ କ୍ଷେତ୍ରରେ ଭାବୁଥିବା କାମଟିକୁ ଶେଷ କରିପାରିବେନି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ
କନ୍ୟା-
ଉ- ଫାଲ୍ଗୁନୀ- ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ କେତେକ ଘରୋଇ କାରଣକୁ ନେଇ ମନ ବିଚଳିତ ରହିବ । ବାରମ୍ବାର ସ୍ବାସ୍ଥ୍ୟ ଖରାପ ଦେଖାଦେଇପାରେ
ହସ୍ତା- ବ୍ୟବସାୟରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ଚିତ୍ରା- ବନ୍ଧୁ ସାହାଯ୍ୟ ସହଯୋଗର ପ୍ରତିଶ୍ରୁତି ରକ୍ଷା କରିବେ। ସଭାସମିତି, ଆଲୋଚନା କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଗରିବଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ
ତୁଳା-
ଚିତ୍ରା- କର୍ମକ୍ଷେତ୍ରର ସମସ୍ୟା ଦୃଢ଼ ହସ୍ତରେ ଦମନ କରିବାରେ ସମର୍ଥ ହେବେ। ଛୋଟ ଘଟଣା ପ୍ରତି ଧ୍ୟାନ ଦେଲେ ନିଜ ଲୋକ ସନ୍ଦେହ ପରିସରକୁ ଆସିଯିବେ।
ସ୍ୱାତୀ- ବ୍ୟବସାୟରେ ଉଚ୍ଚ ଫଳ ପ୍ରାପ୍ତି ହେବ । ମହିଳାମାନେ ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣ ହେବେ। ପରିବହନରେ ସ୍ଥିତି ମାନ୍ଦା ହେବନାହଁ।
ବିଶାଖା- ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ସହକର୍ମୀର ମନୋଭାବ ବଦଳିଯାଇପାରେ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ପାରିବାରିକ ସ୍ଥିତିରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି ।
ଅନୁରାଧା- କାର୍ୟ୍ୟବ୍ୟସ୍ତତା କାରଣରୁ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେବାର ଆଶଙ୍କା ରହିଛି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ମୁକ୍ତ ରହିବେ।
ଜ୍ୟୋଷ୍ଠା- ମନ ଚାହୁଁ ନଥିବା କେତେକ ପରିସ୍ଥିତିର ସମ୍ମୁଖୀନ ହେବା କାରଣରୁ ଧୈର୍ୟ୍ୟଚ୍ୟୁତି ଘଟିପାରେ। ବିବାଦୀୟ ପରିସ୍ଥିତି କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ମୂଳା- ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। କର୍ମକ୍ଷେତ୍ରରେ ଅବହେଳିତ କାର୍ୟ୍ୟ ସକାଶେ ଉତ୍ତରଦାୟୀ ହେବାକୁ ପଡ଼ିପାରେ।
ପୂ, ଷାଢା- ଅସାବଧାନତା କାରଣରୁ ଧନହାନି ଘଟିପାରେ। ବୟସ୍କଙ୍କ କଥା ନ ମାନିଲେ ସମସ୍ୟାର ସମ୍ମୁଖୀନ ହେବେ ।
ଉ, ଷାଢା- ଶିକ୍ଷା, ଲେଖାପଢ଼ା ତଥା ସନ୍ତାନଙ୍କ କ୍ଷେତ୍ରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ଆନୁଷ୍ଠାନିକ କାମ ସକାଶେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର
ଉ, ଷାଢା- ପାରିବାରିକ ସମସ୍ୟା ଲାଗି ରହିବା କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିବା ଆଶଙ୍କା ରହିଛି।
ଶ୍ରବଣା- ଶିକ୍ଷା କ୍ଷେତ୍ରରେ ଅପୂରଣୀୟ ଆଶା ଓ ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ମାନସିକ ସ୍ଥିତିକୁ ଦୁର୍ବଳ କରିଦେବ। ମୂଲ୍ୟବାନ ଜିନିଷ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିବ।
ଧନିଷ୍ଠା- ପ୍ରତ୍ୟେକ କ୍ଷେତ୍ରରେ ଦୋଦୁଲ୍ୟମାନ ଅବସ୍ଥାରେ ରହିବାକୁ ବାଧ୍ୟ ହେବେ। ବିଭିନ୍ନ ଅସୁବିଧା ଭିତରେ ଗତି କରୁଥିବାରୁ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିପାରେ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ
କୁମ୍ଭ
ଧନିଷ୍ଠା- କର୍ମକ୍ଷେତ୍ରରେ ହେଉ କିମ୍ବା ନିଜ ପରିସରରେ କର୍ମଦକ୍ଷତାରୁ ପ୍ରତିଷ୍ଠିତ ହେବେ। ମାଙ୍ଗଳିକ କାର୍ୟ୍ୟ କିମ୍ବା ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ଶତଭିଷା- ଜମିଜମା, ମାଲି ମକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ଯିବ। ମାନସିକ ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କ’ଣ କରିବେ କିମ୍ବା କ’ଣ ନ କରିବେ ସ୍ଥିର କରିପାରିବେ ନାହିଁ।
ପୂ, ଭାଦ୍ରପଦ- ମନୋରଞ୍ଜନ କାର୍ୟ୍ୟରେ ନିଜକୁ ନିୟୋଜିତ କରି ଖୁସି ରହିବାର ସୁଯୋଗ ପାଇବେ। ମାଲିମକଦ୍ଦମାରେ ସଫଳତା ହାସଲର ସୌଭାଗ୍ୟ ଅର୍ଜନ କରିପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ
ପୂ, ଭାଦ୍ରପଦ- ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ
ଉ, ଭାଦ୍ରପଦ- ପ୍ରତ୍ୟେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ୟ୍ୟ ହେବେ। ନିଜ ଲୋକମାନେ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ ଯଥା ସମୟରେ ସବୁ କିଛି ଠିକ୍ ହୋଇଯିବ।
ରେବତୀ- ସମସ୍ୟାକୁ ପ୍ରତିହତ କରି ଆଗକୁ ବଢ଼ିବା ସକାଶେ ପଦକ୍ଷେପ ନେବେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ଥିଲେ ମଧ୍ୟ ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ମନକୁ ଭାରାକ୍ରାନ୍ତ କରିପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଗୋମାତାଙ୍କୁ ଗୁଡ,ବୁଟ, ପାଚୀଲା କନ୍ଦଳୀ ଖାଇବାକୁ ଦିଅନ୍ତୁ।
ଅଧିକ ପଢ଼ନ୍ତୁ ରାଶିଫଳ ଖବର: