ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ: କେମିତି କଟିବ ଆପଣଙ୍କର ଆଜିର ଦିନ। କଣ କହୁଛି ଆପଣଙ୍କ ରାଶି ନଜର ପକାନ୍ତୁ...
ମେଷ
ଅଶ୍ୱନୀ – ବୁଦ୍ଧି ବିଦ୍ୟାର ଉପଯୁକ୍ତ ପ୍ରୟୋଗ କରି ଅନେକ କଷ୍ଟସାଧ୍ୟ କାମ କରିବେ । ଦେହ, ମନକୁ ଭଲ ରଖିବା ପାଇଁ ଚେଷ୍ଟା କରିବେ । ଭାଗ୍ୟବାଦୀ ନ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ଚେଷ୍ଟା କରିବେ ।
ଦ୍ୱିଜା – ଛାତ୍ରଛାତ୍ରୀ ମାନେ ପଢ଼ାରେ ଏକାଗ୍ରତା ରକ୍ଷା କରି କାର୍ଯ୍ୟ ହେବେ । ଆଜି ରହିଯାଇଥିବା କାମକୁ ଶେଷ କରିବାକୁ ଚିନ୍ତା କରିପାରନ୍ତି।
କୃତିକା –ଗୃହିଣୀ ମାନେ କର୍ତ୍ତବ୍ୟ ନିର୍ବାହ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇ ପଡ଼ୋଶୀଙ୍କ ସହ ବିଭିନ୍ନ ଆଲୋଚନାରେ ସମୟ କଟାଇବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ
ବୃଷ
କୃତିକା - ଅଫିସରେ ଜରୁରୀ କାମରେ କର୍ମଚାରୀଙ୍କ ଠାରୁ ସାହାଯ୍ୟ ପାଇବେ । ଔଷଧ ସମ୍ପନ୍ଧୀୟ ବ୍ୟବସାୟ, ଖଣିଜ ସମ୍ପଦ ବ୍ୟବସାୟରୁ ଲାଭବାନ୍ ହେବେ ।
ରୋହିଣୀ – ଆପଣଙ୍କର ଆତ୍ମ ବିଶ୍ୱାସ ସ୍ଥର ଉଚ୍ଚ ରହିବ । ପରିବାରର ସଦସ୍ୟଙ୍କ ସହିତ ଭଦ୍ର ଭାବରେ କଥା ହେବେ ଏବଂ ସହନଶୀଳତା ବଜାୟ ରଖିବେ
ମୃଗଶିରା – ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ କିଛି ଅର୍ଥ ସଞ୍ଚୟ କରି ପାରନ୍ତି । ନୂଆ ଗୃହ ନିର୍ମାଣ କରି ଘରକୁ ଅଧିକ ଆକର୍ଷଣ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ମିଥୁନ-
ମୃଗଶିରା- ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସଂପନ୍ନ ହେବା କଷ୍ଟକର ହୋଇପାରେ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ
ଆଦ୍ରା- କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାମାଜିକ ସହଯୋଗ ଲାଭ କରିବେ । ପିଲାମାନେ ଅସୁସ୍ଥତା ବଶତଃ କର୍ତ୍ତବ୍ୟରେ ତ୍ରୁଟି କରିପାରନ୍ତି ।
ପୁନର୍ବସୁ- କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ମହିଳାମାନେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଗଣେଷଙ୍କୁ ଦ୍ୱବ ଦାନ କରନ୍ତୁ
କର୍କଟ
ପୁନର୍ବସୁ - ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । କୌଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ ।
ପୁଷ୍ୟା – ଛାତ୍ରଛାତ୍ରୀଙ୍କର ପାଠ ପଢାରେ ମନ ଲାଗିବ । ରାଜନୈତିକ ସମର୍ଥନ ପାଇବେ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି
ଅଶ୍ଳେଷା - ନୂତନ ବନ୍ଧୁ ଲାଭହେବା ସହ ନୂଆ ସମ୍ପର୍କରେ ଉନ୍ନତି ହେବ । ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ୱାସ ରହିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ
ସିଂହ
ମଘା – ରୋଗ ପୀଡା ପାଇଁ ଚିନ୍ତାରେ ରହିବେ । ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇପାରେ । ଘରକାମରେ ଭାଇ-ଭଉଣୀ ମାନେ ସହଯୋଗ କରିବେ ।
ପୂ , ଫାଲଗୁନୀ - ପତ୍ନୀଙ୍କ ସହ ମନୋମାଳିନ୍ୟ ଦେଖାଦେଇପାରେ । ଅଫିସରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଶିକ୍ଷାର୍ଥୀ ମାନେ ପଢାରେ ଚିନ୍ତିତ ରହିବେ ।
ଉ ,ଫାଲଗୁନୀ – ଭୁସମ୍ପତି ସମାନ ପରିମାଣରେ ଭାଗ ହୋଇପାରେ । ସାମ୍ବାଦିକତା ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ
କନ୍ୟା
ଉ , ଫାଲଗୁନୀ – କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ। ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ । ଛାତ୍ରଛାତ୍ରି ମାନେ ପଢାରେ ପ୍ରଂଶସିତ ହେବେ ।
ହସ୍ତା – ପରିପ୍ରେକ୍ଷୀରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ସରକାରୀ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।
ଚିତ୍ରା – ସାଂସାରିକ ଜୀବନ ଶାନ୍ତି ଦାୟକ ରହିବ । ଅଫିସ୍ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଜମିବାଡିକୁ ନେଇ ପରିବାରରେ ସାମୟିକ ଅଶାନ୍ତି ଦେଖାଦେବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ
ତୁଳା-
ଚିତ୍ରା- ଅନିଦ୍ରା, କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ୱାସ୍ଥ୍ୟହାନିର କାରଣ ହେବ । ଅନ୍ୟମାନଙ୍କୁ ବୁଝାଇ କାମ ହାସଲ କରିବା ପାଇଁ ଚେଷ୍ଟା କରିବେ
ସ୍ୱାତୀ- ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରିବେ । ସହଯୋଗ କ୍ରମେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ।
ବିଶାଖା- ଛାତ୍ରମାନେ ପାଠ ପଢ଼ାରେ ବହୁତ ଉପକୃତ ହେବେ । ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ । ଅଧା ରହିଥିବା କାର୍ଯ୍ୟ ପୁରା ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପାରାକୁ କିଛି ଖାଦ୍ୟ ଦେଇ ଖାଦ୍ୟ ଗ୍ରହଣ କରନ୍ତୁ ।
ବିଛା
ବିଶାଖା – ସହମର୍କୀଙ୍କ କଥାରେ ପ୍ରଭାବିତ ହୋଇ କୈାଣସି ନୂତନ କାମ କରିପାରନ୍ତି । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବା ସକାଶେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡିବ
ଅନୁରାଧା – ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଘରୋଇ କଂପାନୀରେ ଚାକିରି ମିଳିପାରେ । ଲେଖାପଢାରେ ଧନ ଅର୍ଜନ କରିବେ ।
ଜ୍ୟେଷ୍ଠା – ବ୍ୟାଙ୍କରୁ ଋଣ ପାଇବାର ପଥ ପରିଷ୍କାର ହୋଇଯିବ । ପୁରୁଣା ବନ୍ଧୁଙ୍କ ସହିତ ଦିନଟି ବିତାଇବେ । ମହିଳା ମାନେ ଅର୍ଥଲାଭ କରିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବିଦ୍ଧି ପୂର୍ବକ ଶିବଙ୍କର ପୂଜା କରନ୍ତୁ
ଧନୁ
ମୂଳା – କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ ।
ପୂ , ଷାଢା – ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ । ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ ।
ଉ , ଷାଢା – ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ମହିଳା ମାନେ ସୁସ୍ୱାଦ ଭୋଜନ କରିବେ । ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର
ଉ , ଷାଢା - ଶରୀରରେ ଆଘାତ ଲାଗିପାରେ । ବ୍ୟପାରୀ ବର୍ଗଙ୍କୁ ଅଚାନକ ଧନ ଲାଭ ହେବ । କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରି ଆପଣଙ୍କୁ ଉପହାର ଦେବେ
ଶ୍ରବଣା – କାହାକୁ କୌଣସି କଥା ବୁଝାଇବାରେ ଭୁଲ ହୋଇପାରେ । ରାଜନେତାଙ୍କର ସମାଜରେ ଆଦର ବଢିବ । ପଢାରେ ଗୁରୁଜନଙ୍କ ଆଶ୍ରିବାଦ ଲାଭ କରିବେ
ଧନିଷ୍ଠା – ନିଜର ଶବ୍ଦବ୍ୟବହାର ଦ୍ୱାରା ଲୋକଙ୍କୁ ପ୍ରଭାବିତ କରିପାରିବେ । ପ୍ରେମ ସମ୍ପର୍କରେ ସନ୍ଦେହ ଆସିବାକୁ ଦିଅନ୍ତୁ ନାହିଁ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ
ଧନିଷ୍ଠା- ବ୍ୟବସାୟୀମାନେ ପରିବହନରେ କାମ ହାସଲ କରିବେ । କର୍ମ କ୍ଷେତ୍ରରେ ଉତ୍ସାହ ଯୋଗେ ମାନ ସମ୍ମାନ ବଜାୟ ରହିବ ।
ଶତଭିଷା- ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ହୃଦୟ ଜନିତ କୌଣସି ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ ।
ପୂ, ଭାଦ୍ରପଦ- ସାବଧାନ ରହନ୍ତୁ ନତବା, ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତବା ଅଦଳବଦଳ ହୋଇଯାଇପାରେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ
ମୀନ
ପୂ , ଭାଦ୍ରପଦ - କୌଣସି ବଡ ସୁବିଧା ମିଳିବା ଯୋଗୁଁ ଧନ ଲାଭ ହେବ । ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ । ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି ।
ଉ , ଭଦ୍ରପଦ - ଜୀବନ ସାଥିଙ୍କୁ ମନ ପସନ୍ଦ ଉପହାର ଦେବେ । ରାଜନୀତିରେ ନିଜର ସଂଗଠନିକ ଦକ୍ଷତା ଯୋଗ୍ୟତା ଅନୁସାରେ କୈାଣସି ଉଚ୍ଚ ପଦବୀ ମିଳିପାରେ । ବିଦ୍ୟାର୍ଥୀ ମାନେ ପଢାପଢି ପ୍ରସନ୍ନ ରହିବେ ।
ରେବତୀ –ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇ ବାକୁ ବାଧ୍ୟ ହେବେ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ । ନାରୀ ମାନେ ସମାଜରେ ସମ୍ମାନ ପାଇବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସୂର୍ଯ୍ୟ ନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ: ଏମ୍ ଏସ୍ ସ୍ବାମୀନାଥନଙ୍କ ପରଲୋକ । ଆରପାରିରେ ପ୍ରଖ୍ୟାତ କୃଷି ବୈଜ୍ଞାନିକ ‘ସବୁଜ ବିପ୍ଳବ’ର ଜନକ ଥିଲେ ସ୍ବାମୀନାଥନ । କୃଷି କ୍ଷେତ୍ରରେ ସ୍ବାମୀନାଥନଙ୍କ ରହିଛି ଉଲ୍ଲେଖନୀୟ ଅବଦାନ । ଚେନ୍ନାଇରେ ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।
ଆହୁରି ପଢନ୍ତୁ ଭାରତ ଖବର...
ପୁରୀ/ନୂଆଦିଲ୍ଲୀ: ଖୁସି ଓ ଗର୍ବର ବିଷୟ। ପୁରୀ ଜିଲ୍ଲାର ରଘୁରାଜପୁର ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ‘ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ’ର ମାନ୍ୟତା ଲାଭ କରିଛି। କେନ୍ଦ୍ରମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ ଏନେଇ ଟୁଇଟ୍ କରି କହିଛନ୍ତି ଓଡ଼ିଶାର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ ଐତିହ୍ୟ ଗ୍ରାମ ଭାବେ ସୁଖ୍ୟାତି ଅର୍ଜନ କରିଥିବା ରଘୁରାଜପୁର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ମାନ୍ୟତା ପାଇବା ଆମ ଓଡ଼ିଶା ପାଇଁ ଗର୍ବର ବିଷୟ । ଏଥିପାଇଁ ରଘୁରାଜପୁରର ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କିସନ ରେଡ୍ଡିଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଶ୍ରୀଯୁକ୍ତ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ମୁଁ ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ସହ ‘ମୋ ମାଟି ମୋ ଦେଶ’ ଅଭିଯାନ ଅନ୍ତର୍ଗତ ଏହି ଐତିହ୍ୟ ଗ୍ରାମକୁ ଯାଇ ପ୍ରତିଭାବାନ ଶିଳ୍ପୀ ମାନଙ୍କୁ ସାକ୍ଷାତ୍ କରିଥିଲୁ । ଆମର କଳା ଓ ସଂସ୍କୃତିକୁ ଏକବିଂଶ ଶତାବ୍ଦୀର ନୂଆପିଢି ପାଖରେ ପହଞ୍ଚାଇ ପରମ୍ପରାକୁ ବଜାୟ ରଖିଥିବାରୁ ରଘୁରାଜପୁରର ପ୍ରତ୍ୟେକ ଶିଳ୍ପୀକାର ମାନଙ୍କୁ ସାଧୁବାଦ । ୨୦୨୩ ବର୍ଷ ପାଇଁ ଓଡ଼ିଶାର ଐତିହ୍ୟ ଗ୍ରାମ ରଘୁରାଜପୁର ବେଷ୍ଟ ଟୁରିଜିମ୍ ଭିଲେଜ ର ମାନ୍ୟତା ସହ ସମ୍ମାନିତ ହୋଇଛି। ଗତକାଲି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ସ୍ୱତସ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା। ମା'ଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିବ। ଏବେବି ସଜେଇ ହେଲାଣି ରାଜଧରନୀ ସମେତ ବିଭିନ୍ନ ସ୍ଥାନ। ଏଥର ମଣ୍ଡପରେ ମିଟର ଲଗାଇବାକୁ ବାଧ୍ୟତାମୂଳକ କରିବ ବିଧ୍ୟୁତି ବିତରକ କମ୍ପାନୀ ଟାଟା ପାଓ୍ୱାର ଲିମିଟେଡ। ଯାହାକୁ ନେଇ ପୂଜା କମିଟିମାନଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି। ଯେଉଁଠି ଭୁବନେଶ୍ୱରର ପୂଜା ମଣ୍ଡପରେ ହାଉସ ରେଣ୍ଟ ଛାଡ କରାଗଲା ସେଠି କଟକରେ ବିଦ୍ୟୁତ ଦେୟରେ ରିହାତି କାହିଁକି ଦିଆଯାଉନାହିଁ ବୋଲି କମିଟିଗୁଡିକ ପ୍ରଶ୍ନ କରିଛନ୍ତି।
ଗତବର୍ଷ ଦୁର୍ଗା ପୂଜାରେ ସହରର ପ୍ରତ୍ୟେକ ପୂଜା ମଣ୍ଡପରେ ବିଦ୍ୟୁତ ମିଟର ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କରୋନା ଜନିତ ମାନ୍ଦାବସ୍ଥା ଏବଂ ଆର୍ଥିକ ଦୁଃସ୍ଥିତି ଦର୍ଶାଇ ପୂଜା କମିଟିମାନେ ଏହାର ଜୋରଦାର ବିରୋଧ କରିଥିଲେ। ଫଳରେ ମିଟର ନଲଗାଇ ପୂର୍ବଭଳି କିଛି ନିର୍ଦ୍ଦେିଷ୍ଟ ଅର୍ଥରାଶି ବିନିମୟରେ ପୂଜା ଆୟୋଜକଙ୍କୁ ବିଦ୍ୟୁତ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଚଳିତ ବର୍ଷର ଏପରି ନିଷ୍ପତ୍ତିକୁ ନେଇ ଦୁର୍ଗାପୂଜା ପୂର୍ବରୁ ବିଭ୍ରାଟ ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
ଦୁର୍ଗାପୂଜା ଆସିଲେ କଟକ ସହର ଚଳଚଞ୍ଚଳ ହୋଇଉଠେ। ପୂଜା ପୂର୍ବରୁ ଆକର୍ଷଣୀୟ ସାଜସଜ୍ଜା ସହରବାସୀଙ୍କୁ ଉତ୍ସାହିତ କରିଥାଏ। ସୁଉଚ୍ଚ ତୋରଣ ସାଙ୍ଗକୁ ଲାଇଟ ଗେଟ୍ ଏବଂ ଆଲୋକ ସଜା ସହରର ରଙ୍ଗ ବଦଳାଇଦିଏ। ପ୍ରତ୍ୟେକ ପୂଜା କମିଟି ସାଜସଜା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ଆଲୋକମାଳା ସାଙ୍ଗକୁ ଲାଇଟ ଗେଟ୍ କରି ଲୋକଙ୍କୁ ସ୍ୱାଗତ କରନ୍ତି। ବିଦ୍ୟୁତ ବିଭାଗର ଆକଳନ କହୁଛି, କଟକର ପ୍ରାୟ ୧୭୦ ପୂଜା ମଣ୍ଡପରେ ପୂଜାର ୫ଦିନ ଭିତରେ ପ୍ରାୟ ୧୦ ଲକ୍ଷ ୟୁନିଟରୁ ଅଧିକ ବିଦ୍ୟୁତ ବ୍ୟବହାର କରାଯାଇଥାଏ। ଫଳରେ ସହର ପାଇଁ ଆବା୍ୟକ ଦୈନିକ ବିଦ୍ୟୁତ ଯୋଗାଣର ୩ ଶହ ମେଗାଓ୍ୱାଟ ଅତିରିକ୍ତ ବୋଝ ପଡିଥାଏ। ଏ ବାବଦରେ ଯଦିଓ ପୂଜା କମିଟି ତରଫରୁ କିଛି ଟଙ୍କା ଡିପୋଜିଟ କରାଯାଏ କିନ୍ତୁ ତାର କୌଣସି ହିସାବ ନଥାଏ। ସହରର ପୂଜା କମିଟି ମାନେ ପ୍ରାୟ ୧୦ ହଜାର ଟଙ୍କା ବିଦ୍ୟୁତ ବିଲ ବାବଦରେ ଅଗ୍ରୀମ ଡିପୋଜିଟ୍ କରି ମଣ୍ଡପକୁ ଲାଇନ ଆଣଶିଥାନ୍ତି। ପରେ ମନଇଚ୍ଛା ପାଞ୍ଚ ଦିନ ଧରି ବ୍ୟବହାର କରିଥାନ୍ତି। ଯାହାକୁ ନେଇ ଚଳିତ ବର୍ଷ ପୂଜା ଆୟୋଜକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ଅଧିକ ପମନ୍ତୁ ଓଡିଶା ଖବର: