ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ । ଦେଖନ୍ତୁ କଣ ରହିଛି ଆଜି ଆପଣଙ୍କ ଭାଗ୍ୟ ଭବିଷ୍ୟ । ପଢନ୍ତୁ...
ମେଷ
ଅଶ୍ୱନୀ – ଅର୍ଥ ଆୟ କରିବା ସହିତ ମାନସମ୍ମାନ ପାଇବେ । ଅପୂରଣୀୟ ଅଭିଳାଶ ନେଇ ଦୁଃଖ ଅନୁଭବ କରିବେ । ଶୁଣା କଥାକୁ ବିଶ୍ୱାସ କରିଲେ ଅସୁବିଧାରେ ପଡିପାରନ୍ତି ।
ଦ୍ୱିଜା – ସନ୍ତାନ ମାନଙ୍କ ସଫଳତାକୁ ଦେଖି ଆପଣ ଖୁସି ଅନୁଭବ କରିବେ । ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ
କୃତିକା –ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ଗଠନ ମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ବୃଷ
କୃତ୍ତିକା - ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ । ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇ ପାରେ । ଶାରୀରିକ ଚିନ୍ତା ଦୂର ହେବ
ରୋହିଣୀ – ବିଦ୍ୟାର୍ଥୀ ମାନେ ପଢାପଢିରେ ଅଧିକ ପରିଶ୍ରମ କରିଲେ ମଧ୍ୟ ଭଲ ଫଳ ମିଳିବ ନାହିଁ। ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ।
ମୃଗଶିରା – କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ସହନଶୀଳତା ଯୋଗୁ ପ୍ରଂଶସା ମିଳିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା' କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ
ମିଥୁନ
ମୃଗଶିରା - ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ
ଆଦ୍ରା - ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ଶିକ୍ଷୟିତ୍ରୀ ମାନେ କିଛି ପରିମାଣରେ ଶୁଭଫଳ ପାଇବେ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।
ପୁନର୍ବସୁ - ଗମ୍ଭିରତାର ସହ ଉଦ୍ୟମ କରନ୍ତୁ ସଫଳତା ପାଇବେ । କଠିନ ପରିଶ୍ରମ କରିବା ଫଳରେ ବହୁତ ଭଲ ଫଳାଫଳ ପାଇବେ
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ଦତ୍ତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ
ପୁନର୍ବସୁ – ଶାରୀରିକ ଅସୁସ୍ଥତା ଅନୁଭବ କରିବେ । କିଛି ନୂଆ କାମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରଂଶସିତ ହେବେ ।
ପୁଷ୍ୟା – ବ୍ୟବସାୟରେ ଧନଲାଭର ନୂଆ ଉତ୍ସ ତଲାସ କରିବେ । ବାସଗୃହ ବା ଯାନବାହନର ନବୀକରଣ କରିବାର ନାନାବିଧ ସୁଯୋଗ ପାଇବେ
ଅଶ୍ଳେଷା – ନିଜ ସିଦ୍ଧାନ୍ତରେ ଅଟଳ ରହିବା ଫଳରେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ।ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ସିଂହ
ମଘା – ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ଅଧିକ ଭାଗ୍ୟଦାରୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ
ପୂ , ଫାଲଗୁନୀ - ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । । ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି ।
ଉ ,ଫାଲଗୁନୀ – ନିଜର ଚତୁରତା ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ । କ୍ରୀଡ଼ା, ମନୋରଞନ, ନୃତ୍ୟଗୀତ, କଳାସଙ୍ଗୀତରେ ଉତ୍ସାହିତ ହେବେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କନ୍ୟା
ଉ , ଫାଲଗୁନୀ – ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତନ ଆସିପାରେ । କର୍ମ କ୍ଷେତ୍ରରେ ଉତ୍ସାହ ଜନକ ରହିବ । ଖେଳ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ ।
ହସ୍ତା – ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ । କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମନୋବଳକୁ ବଢେଇ ଦେବ।
ଚିତ୍ରା – ମାଲିମକଦ୍ଦମା କ୍ଷେତ୍ରରେ ଉତ୍ତମ ଫଳ ପାଇବେ । ରାସ୍ତା ଘାଟରେ ଯଥେଷ୍ଟ ସତର୍କ ସହିତ ଯାତାୟାତ କରିବା ଉଚିତ୍ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ
ତୁଳା -
ଚିତ୍ରା – ଫେରିବା ବାଟରେ ବନ୍ଧୁଙ୍କ ସହିତ ମତାନ୍ତର ରହିବ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇ ପାରେ ।
ସ୍ୱାତୀ – ଛାତ୍ରଛାତ୍ରୀ ମାନେ ପଢାରେ ଭଲ ସଫଳତା ଆଣିବେ । କର୍ମ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ ।
ବିଶାଖା – କୋର୍ଟକଚେରୀ ମାମଲାଠୁ ଦୂରରେ ରୁହନ୍ତୁ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ବିଛା
ବିଶାଖା – ପରୋକ୍ଷ ଶତ୍ରୁତା ଦୈନିକ ଜୀବନଚର୍ଯ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ । ଛୋଟ କଥାକୁ ନେଇ ପରିବାର ଭିତରେ ସମ୍ପର୍କ ହାନି ହୋଇପାରେ
ଅନୁରାଧା – ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲି ଯିବ । ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ
ଜ୍ୟେଷ୍ଠା – ବିବାଦରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ
ମୂଳା –କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ ।
ପୂ , ଷାଢା – ପାରିବାରିକ ଜୀବନରେ ବୁଝାବଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ ।
ଉ , ଷାଢା – ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ମାଲିକମକଦ୍ଦମାରେ ଓକିଲଙ୍କ ସାହାର୍ୟ୍ୟ ପାଇବେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ
ମକର
ଉ , ଷାଢା - ଶାରୀରିକ ଅସୁସ୍ଥତା ଜନିତ ପୀଡାରେ କଷ୍ଟ ପାଇପାରନ୍ତି । ନିଜ ଲୋକଙ୍କ ଉପରେ ଭରସା କରିବାରେ ମନରେ ଦ୍ୱନ୍ଦ ଆସିବ ।
ଶ୍ରବଣା – ବ୍ୟବସାୟରେ କୌଣସି ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ । ଚେଷ୍ଟା କରିଲେ ଅନ୍ୟକୁ ଦେଇଥିବା ଧନ ମିଳିପାରିବ ।
ଧନିଷ୍ଠା – ଜମିଜମା ଓ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ମାଲିମକଦ୍ଦମା କ୍ଷେତ୍ରରେ ଆଶାନୂରୁପ ସଫଳତା ମିଳିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ
ଧନିଷ୍ଠା – କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ
ଶତଭିଷା – ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ ।
ପୂ , ଭାଦ୍ରପଦ – ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ
ମୀନ
ପୂ , ଭାଦ୍ରପଦ - ପରିବାରରେ ଯେପ୍ରକାରର ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍ ସାମନା କରିବା କଷ୍ଟକର ହୋଇପାରେ । ବ୍ୟବସାୟ, ପରିବହନ , କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ ।
ଉ , ଭଦ୍ରପଦ - ରାଜନୀତିରେ ସାଧାରଣ କଥାକୁ କେନ୍ଦ୍ରକରି ମତ ପାର୍ଥକ୍ୟ ଦେଖା ଦେଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା କେତେକାଂଶରେ ଅଭିଳାଷ ମଧ୍ୟ ପୂରଣ ହୋଇଯିବ
ରେବତୀ – ସମ୍ପତିକୁ ସାମାନ୍ୟ ଝଗଡା ଲାଗିପାରେ । ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହେବ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା' ତାରାଙ୍କର ମନ୍ତ୍ର ପାଠ କରନ୍ତୁ।
ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ : ସମୁଦ୍ରରେ ଆଧିପତ୍ୟ ବିସ୍ତାର ପାଇଁ ବଡ଼ ଯୋଜନା । ଚୀନକୁ ଚେକ୍ ଦେବାକୁ ନୂଆ ଗେମ୍ ପ୍ଲାନ । ନୌସେନାକୁ ମିଳିବ ଆଉ ଏକ ଯୁଦ୍ଧପୋତର ବଳ । ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଭାରତ ମହାସାଗରରେ ଡ୍ରାଗନ ବାରମ୍ବାର ଅନୁପ୍ରବେଶ କରି ନିଜ ପତିଆରା ଦେଖାଉଛି । କିନ୍ତୁ ଏବେ ଚୀନର ନାଲି ଆଖିକୁ ଡରିବନି ଭାରତ । ଚୀନକୁ ଉଚ୍ଚିତ ଜବାବ ଦେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର । ନୌସେନାକୁ ଅଧିକ ସଶକ୍ତ କରିବାକୁ ନେଉଛନ୍ତି ବଡ଼ ପଦକ୍ଷେପ ।
ଅଧିକ ପଢନ୍ତୁ ଭାରତ ଖବର
ଏବେ ଭାରତୀୟ ନୌସେନାକୁ ଆଉ ଏକ ବିମାନବାହୀ ଯୁଦ୍ଧପୋତ ଦେବା ପାଇଁ ଚାଲିଛି ପ୍ରସ୍ତୁତି । ୪୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଭାରତର ତୃତୀୟ ବିମାନବାହୀ ଯୁଦ୍ଧପୋତ । ୪୫ ହଜାର ଟନ୍ ଓଜନର ଏହି ଜାହାଜକୁ କୋଚିନ୍ ସିପୟାର୍ଡରେ ନିର୍ମାଣ କରାଯିବ । ଯେଉଥିରେ ୨୮ଟି ଲଢୁଆ ବିମାନ ଓ ହେଲିକପ୍ଟର ମୁତୟନ ହୋଇପାରିବ ।
ଏହାର ଦୈର୍ଘ୍ୟ ୨୬୨ ମିଟର, ଓସାର ୬୨ ମିଟର ଓ ଉଚ୍ଚତା ୫୯ ମିଟର ହେବ । ଘଣ୍ଟା ପ୍ରତି ୫୨ କିଲୋମିଟର ବେଗରେ ଗତି କରିପାରିବ ଏହି ଯୁଦ୍ଧପୋତ । ବିକ୍ରାନ୍ତ ଭଳି ଏହା ମଧ୍ୟ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ ହେବ । ଯାହା ଆତ୍ମନିର୍ଭର ଭାରତକୁ ଆହୁରି ବଳ ଦେବ । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମତି ପରେ ଆରମ୍ଭ ହେବ ଯୁଦ୍ଧପୋତ ନିର୍ମାଣ କାର୍ଯ୍ୟ ।
ଅର୍ଗସ ବ୍ୟୁରୋ : ୨୩ ବର୍ଷର ବିଜେଡି ଶାସନରେ ଭୁବନେଶ୍ୱରବାସୀ “ଦୁର୍ଗନ୍ଧ”କୁ ଉପହାରରେ ପାଇଛନ୍ତି । ପୂର୍ବରୁ ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତ ‘ଡମ୍ପିଂ ୟାର୍ଡ’ର ର୍ଦୁଗନ୍ଧରେ ସ୍ଥାନୀୟ ଗାଡକଣ, ରଙ୍ଗମାଟିଆ, ଡମଣା, ମଂଚେଶ୍ୱରବାସିନ୍ଦାଙ୍କ ଜୀବନ ଅତିଷ୍ଠ ହେଉଥିଲା । ଏହି ଦୁର୍ଗନ୍ଧ ସମୟ କ୍ରମେ ସାରା ସହରକୁ ବ୍ୟାପିଲାଣି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ୱରବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡିଛି । ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତ ‘ଅସ୍ଥାୟୀ ଡମ୍ପିଂ ୟାର୍ଡ’ ଆଜି ‘ସ୍ଥାୟୀ ଡମ୍ପିଂ ୟାର୍ଡ’ରେ ପରିଣତ ହୋଇ କୃତ୍ରିମ ପାହାଡର ଭ୍ରମ ସୃଷ୍ଟି କରିଛି । ଏହି “ଦୁର୍ଗନ୍ଧ” ପାଇଁ ଭାରତୀୟ ଜନତା ପାର୍ଟି ବାରମ୍ବାର ବିଏମ୍ସି ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । କିନ୍ତୁ ତାହାର ସୁଫଳ ନମିଳିଥିବାରୁ ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ପକ୍ଷରୁ ‘ଡମ୍ପିଂ ୟାର୍ଡ’କୁ ନେଇ ସତ୍ୟାଗ୍ରହ ଦ୍ୱିତୀୟ ଦିନରେ ପଂହଚିଛି । ରାଜ୍ୟ ସରକାର ‘ଡମ୍ପିଂ ୟାର୍ଡ’ର ବ୍ୟବସ୍ଥାର ସ୍ଥାୟୀ ସମାଧାନ ନକଲେ ସତ୍ୟାଗ୍ରହ ଜାରି ରହିବ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱରର ଲୋକେ ଭୋଟ ଓ ଟିକସ ଦେଇ ରୋଗକୁ ଉପାହାରରେ ପାଉଛନ୍ତି । ଟିକସ ନେଇ ନିଜ ଦାୟୀତ୍ୱ ଭୁଲି ଯାଉଛି ବିଏମସି । ସ୍ମାର୍ଟସିଟି ଭୁବନେଶ୍ୱରର ସ୍ୱଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତୃପକ୍ଷ ମିଳିତ ଭାବେ ଦାୟୀତ୍ୱ ନିଅନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି ।
ଗାଡକଣସ୍ଥିତ ‘ଡମ୍ପିଂ ୟାର୍ଡ’ଅସୁସ୍ଥ ପରିବେଶ, ବାୟୁ ପ୍ରଦ୍ୟୁଷଣ ଓ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଅଂଚଳବାସୀ ଘରର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି । ଏପରିକି ଚର୍ମରୋଗ, ଶ୍ୱାସରୋଗ ଓ କ୍ୟାନସର ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି । ଦୀର୍ଘଦିନର ବିଜେଡି ସରକାର ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି । ଅସୁସ୍ଥକର ପରିବେଶ ପାଇଁ ଭକ୍ତମାନେ ସେଠାରେ ଥିବା ସର୍ବେଶ୍ୱର ମହାଦେବ ମନ୍ଦିର, ଦାସରାଜ ମନ୍ଦିରକୁ ଆସୁନଥିବାରୁ ଏହା ବନ୍ଦ ରହିଥିବା ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ଏହି ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ୱରବାସିନ୍ଦାଙ୍କ ଦୁଃଖ ଓ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ । ଏହି ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ, ଉତ୍କଳ ବିଶ୍ୱବିଦ୍ୟାଳୟ, ଇଷ୍ଟକୋଷ୍ଟ ରେଲୱେ ଅଫିସ, ମେଡିକାଲ, ସରକାରୀ ଓ ଘରୋଇ କଲୋନୀ, ଅପୋଲ ହସ୍ପିଟାଲ ରହିଛି । ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଇ ଏହି ଅଳିଆକୁ ସହରଠୁ ଦୂରରେ ‘ଡମ୍ପିଂ ୟାର୍ଡ’ ପ୍ରସ୍ତୁତ କରନ୍ତୁ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ କହିଛନ୍ତି ।
ଦ୍ୱିତୀୟ ଦିନର ଏହି ସତ୍ୟାଗ୍ରହ ଆନ୍ଦୋଳନରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ମନ୍ଧେକ୍ସ ମହାପାତ୍ର, ବରିଷ୍ଠ ନେତା ଭୁବନାନନ୍ଦ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ, ମହିଳାମୋର୍ଚ୍ଚା ସଭାନେତ୍ରୀ ସୁଭାଷିନୀ ପୃଷ୍ଟି, କୃଷକ ମୋର୍ଚ୍ଚା ସଭାପତି ବିକ୍ରମ ପ୍ରଧାନ, ଓବିସି ମୋର୍ଚ୍ଚା ସଭାପତି ସୁଶିଲ ସାହୁ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶିଦ୍ଧିକ୍ ଅହମ୍ମଦ ଖାଁନ, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ରାଜେନ୍ଦ୍ର ଦାସ, ସୁଶାନ୍ତ ସାବତ, ବିଭାସ ସେନଗୁପ୍ତା, ମାନସୀ ରାୟ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି, ମଣ୍ଡଳ ସଭାପତି ଯତୀନ୍ଦ୍ର ମହାନ୍ତି, ଅମରଜ୍ୱତି ଜଗଦ୍ଦେବ, ଜିଲ୍ଲା ମନ କି ବାତ ସଂଯୋଜକ ସଂଗ୍ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଅର୍ଗସ ବ୍ୟୁରୋ: ସାଧାରଣ ଜନତା, ବିଶେଷକରି ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ, ଶୀତଋତୁରେ ମାତ୍ରାଧିକ ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ କିଛି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଚଳପ୍ରଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି…
ବିଶାଖାପାଟନମ୍-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ :
ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତି ଗୁରୁବାର ଦିନ ସିକନ୍ଦରାବାଦ ଠାରୁ ଛାଡୁଥିବା 08579/08580 ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ ବର୍ତ୍ତମାନ 1 ଫେବୃଆରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ।
ବିଶାଖାପାଟନମ୍-ତିରୁପତି ବିଶେଷ ଟ୍ରେନ :
ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତି ମଙ୍ଗଳବାର ଦିନ ତିରୁପତି ଠାରୁ ଛାଡୁଥିବା 08583/08584 ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ଵତନ୍ତ୍ର ଟ୍ରେନ ବର୍ତ୍ତମାନ 30 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ।
ବିଶାଖାପାଟନମ୍-ବେଙ୍ଗାଲୁରୁ ସ୍ଵତନ୍ତ୍ର ଟ୍ରେନ :
ପ୍ରତି ରବିବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତ୍ୟେକ ସୋମବାର ବେଙ୍ଗାଲୁରୁରୁ ଛାଡୁଥିବା 08543/08544 ବିଶାଖାପାଟନମ୍- SMVT ବେଙ୍ଗାଲୁରୁ-ବିଶାଖାପାଟନମ୍ ସ୍ପେଶାଲ୍ ବର୍ତ୍ତମାନ 29 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ।
ଶ୍ରୀକାକୁଲମ୍ ରୋଡ୍-କୋଲାମ୍ ସ୍ପେଶାଲ୍:
08537/08538 ଶ୍ରୀକାକୁଲମ୍ ରୋଡ୍-କୋଲାମ-ଶ୍ରୀକାକୁଲମ୍ ରୋଡ୍ ସ୍ପେସାଲ୍ 25 ନଭେମ୍ବର 2023 ରୁ 27 ଜାନୁୟାରୀ 2024 ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଦିନ ପୂର୍ବାହ୍ନ 11 ଘଟୀକାରେ ଶ୍ରୀକାକୁଲମ ଠାରୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ୍ 26 ନଭେମ୍ବର 2023 ରୁ 28 ଜାନୁୟାରୀ ପର୍ଯ୍ୟନ୍ତ କୋଲାମରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ଶ୍ରୀକାକୁଲମ ଯାତ୍ରା କରିବ।
ବିଶାଖାପାଟନମ୍-କୋଲାମ ବିଶେଷ ଟ୍ରେନ :
08539/08540 ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମରୁ 29 ନଭେମ୍ବର 2023 ରୁ 31 ଜାନୁୟାରୀ 2024 ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ପୂର୍ବାହ୍ନ 08ଘ.20ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ୍ 30 ନଭେମ୍ବର 2023 ରୁ 1 ଫେବୃଆରୀ 2024 ମଧ୍ୟରେ କୋଲାମରୁ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ବିଶାଖାପାଟନମ ଯାତ୍ରା କରିବ।
ପୁରୀ-ପାଟନା-ପୁରୀ ବିଶେଷ:
08439/08440 ପୁରୀ-ପାଟନା-ପୁରୀ ସ୍ପେଶାଲ 30 ଡିସେମ୍ବର, 2023 ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଅପରାହ୍ନ 02ଘ.55ମି.ରେ ପୁରୀ ଠାରୁ ଏବଂ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 01ଘ.45ମି.ରେ ପାଟନା ଠାରୁ ଛାଡି ପୁରୀ ଯାତ୍ରା କରିବ।
ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ବିଶେଷ ଟ୍ରେନ :
ଦୈନିକ ପୁରୀ ଓ ଧନବଡ଼ ମଧ୍ୟରେ ଚଳାଚଳ କରୁଥିବା 02832/02831 ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ 30 ଡିସେମ୍ବର 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ ପୁରୀ ଠାରୁ ସନ୍ଧ୍ୟା 08ଘ.25ମି.ରେ ଛାଡୁଥିବାବେଳେ ଏହା ଧାନବାଦ ଠାରୁ ଅପରାହ୍ନ 04 ଘଟିକାରେ ଛାଡ଼ୁଛି ।
ପୁରୀ-ଭଞ୍ଜପୁର-ପୁରୀ ବିଶେଷ:08011/08012 ଭଞ୍ଜପୁର (ବାରିପଦା) -ପୁରୀ- ଭଞ୍ଜପୁର ସ୍ପେଶାଲ 31 ଡିସେମ୍ବର 2023 ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁର ଛାଡୁଥିବାବେଳେ ଏହା ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀ ଛାଡିବ ।
ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ :
02837/02838 ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ପେଶାଲ୍ 30 ଡିସେମ୍ବର 2023 ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗାଛି ଠାରୁ ଛାଡିବାକୁ ଥିବାବେଳେ ଏହା ପ୍ରତ୍ୟେକ ଶନିବାର ଦିନ ପୁରୀ ଠାରୁ ଛାଡିବ ।
ସମ୍ବଲପୁର-ଇରୋଡ଼-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ :
ପ୍ରତ୍ୟକ ବୁଧବାର ଦିନ ସମ୍ବଲପୁର ଠାରୁ ଏବଂ ପ୍ରତ୍ୟକ ଶୁକ୍ରବାର ଦିନ ଇରୋଡ଼ ଠାରୁ ଛାଡୁଥିବା 08311/08312 ସମ୍ବଲପୁର-ଇରୋଡ଼-ସମ୍ବଲପୁର ସ୍ପେଶାଲ 2024 ମାର୍ଚ୍ଚ ମାସ ପହିଲା ପର୍ଯ୍ୟନ୍ତ ଚଳାଚଳ କରିବ ।
ଯାତ୍ରୀ ପ୍ରୋଫାଇଲ୍ ପରିଚାଳନାକୁ ସମୀକ୍ଷା କରି ଦେଖାଯାଏ ଯେ, ଉପରୋକ୍ତ ମାର୍ଗଗୁଡିକର ଟ୍ରେନ୍ ଅତିରିକ୍ତ ଯାତ୍ରୀଙ୍କ ସହିତ ଚଳାଚଳ କରୁଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଅଧିକ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର