ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ । ଦେଖନ୍ତୁ କଣ ରହିଛି ଆଜି ଆପଣଙ୍କ ଭାଗ୍ୟ ଭବିଷ୍ୟ । ପଢନ୍ତୁ...
ମେଷ-
ଅଶ୍ୱନୀ- କୌଣସି କାର୍ଯ୍ୟ ହାତକୁ ନେଲେ ଶେଷ କରିବା ପରେ ଆଶ୍ୱସ୍ତି ହେବେ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ
ଦ୍ୱିଜା- କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ
କୃତିକା- ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ । ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମା ଦତ୍ତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ
ରୋହିଣୀ- ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ଦୁର୍ବଳ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ।
ମୃଗଶିରା- ଜାଗା, ଜମି ଆଦି କ୍ରୟ କରିବେ । କ୍ରୀଡା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ
ମିଥୁନ-
ମୃଗଶିରା- ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । କର୍ମକ୍ଷେତ୍ରରେ ଦାୟିତ୍ୱ ବଢିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳ ହେବେ ।
ଆଦ୍ରା- ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ ।
ପୁନର୍ବସୁ- ପୈତୃକ ସମ୍ପତ୍ତିର ସମସ୍ୟା ସମାଧାନ ହେବ । ସାଧାରଣ ଘଟଣାକୁ ନେଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ
କର୍କଟ-
ପୁନର୍ବସୁ- ପେଟ ସମସ୍ୟା ପ୍ରତି ସାବଧାନ ରହିବା ଆବଶ୍ୟକ । କର୍ମକ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ
ପୁଷ୍ୟା- ଶ୍ରମିକ ଓ କର୍ମଚାରୀମାନଙ୍କୁ ସଠିକ୍ ପରାମର୍ଶ ଦେଇ ଧନମାନ ଦିଗରୁ ସୁରକ୍ଷିତ ରହିବେ । ଛାତ୍ରଛାତ୍ରୀ ମାନେ ବିଦେଶଯାତ୍ରା କରି ପାରିବେ
ଅଶ୍ଲେଷା- ଗଣ ମାଧ୍ୟମ ପ୍ରତିନିଧି ପାଇଁ ଦିନଟା ବ୍ୟସ୍ତତାରେ କଟିବ । ନକାରତ୍ମକ ଭାବନା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ
ସିଂହ-
ମଘା- ଆଶା କରିଥିବା ଖବର ପାଇ ଖୁସି ହୋଇଯିବେ । ଆର୍ଥିକ ସମସ୍ୟା ନିଶ୍ଚିନ୍ତ ରୂପେ ସମାଧାନ ହୋଇଯିବ । କୌଣସି ବଡ ସୁବିଧା ମିଳିବା ଯୋଗୁଁ ଧନ ଲାଭ ହେବ
ପୂ,ଫାଲଗୁନି- ଶିକ୍ଷାକ୍ଷେତ୍ରରେ ମନୋବାଞ୍ଛା ଉଚିତ ସ୍ଥାନରେ ପଢିବାର ସୁଯୋଗ ପାଇବେ । ପଛ କଥା ନଭାବି ବର୍ତ୍ତମାନ ପରିସ୍ଥିତିକୁ ସାମ୍ନା କରିବେ।
ଉ,ଫାଲଗୁନି- ମାଲିମକଦ୍ଦମାରେ ସଫଳତା ପ୍ରାପ୍ତି ହେବ । ମହିଳା ମାନେ ପିଲାଙ୍କ ଶିକ୍ଷାକୁ ନେଇ ଚିନ୍ତିତ ରହିବେ । ଆପଣଙ୍କର କର୍ତ୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ
କନ୍ୟା-
ଉ,ଫାଲଗୁନି- ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ । ଜୀବନ ସାଥୀଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିବେ।
ହସ୍ତା- ଉଚ୍ଚଧିକାରୀ ଓ ବରିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଫଳରେ ପ୍ରଂଶସା ପାଇବେ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ
ଚିତ୍ରା- ମହିଳା ମାନେ ନିଜ ବ୍ୟବହାରରେ ସଂଯମତା ରକ୍ଷାକରନ୍ତୁ । ଶୃଙ୍ଖଳିତ ଭାବରେ କର୍ମ କରି ସଫଳତା ପାଇବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା-
ଚିତ୍ରା- ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ । ବ୍ୟବସାୟୀ ମାନଙ୍କର ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ
ସ୍ୱାତୀ- ଶିକ୍ଷାକ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇପାରିବେ । କର୍ମକ୍ଷେତ୍ରରେ ସମନ୍ୱୟ ରକ୍ଷାକରିବା ଫଳରେ ବନ୍ଧୁତ୍ୱ ବୃଦ୍ଧି ପାଇବ
ବିଶାଖା- ଶତ୍ରୁମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ । ଆଇନ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରଦେବ । ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଆରଧନା କରନ୍ତୁ
ବିଛା-
ବିଶାଖା- ପରିଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ । ବାଣିଜ୍ୟ କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତାରେ ଉନ୍ନତମାନର ଫଳପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ
ଅନୁରାଧା- ଛାତ୍ରଛାତ୍ରୀ ମାନଙ୍କର ମାନସିକ ବିକାଶ ଘଟିବ । ସେବାସମ୍ବନ୍ଧ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ ।
ଜ୍ୟେଷ୍ଠା- ମାଲିମକଦ୍ଦମାରେ ସଫଳତା ମିଳିବ । ରାଜନୀତିରେ ଆଶା କରିଥିବା ଖବର ପାଇ ଖୁସି ହୋଇ ଯିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ
ଧନୁ-
ମୂଳା- ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ୟ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ଶାରୀରିକ ଅସୁସ୍ଥତା ଦୂରେହବା ସହ ଅଧିକାରୀ କାମରେ ପ୍ରସନ୍ନ ରହିବେ
ପୂ,ଷାଢା- କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ । ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରିପାରବେ
ଉ,ଷାଢା- ଗୃହ ସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ କରିପାରିବେ । ସାମାଜିକ ସଂସାର କାମରେ ସହଯୋଗ କରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ପୂଜାର୍ଚ୍ଚନା କରନ୍ତୁ
ମକର-
ଷାଢା- ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବା ସହ ଦାମ୍ପତ୍ୟ ସୁଖରେ ଆଶା ଜନକ ଫଳପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ପୁରୁଣାପ୍ରାପ୍ୟ କିଛି ଆଦାୟ ହୋଇ ପାରିବ
ଶ୍ରବଣା- ରାଜନୀତି କ୍ଷେତ୍ରରେ କୌଶଳପୂର୍ଣ୍ଣ ଦୃଢ ପଦଦେକ୍ଷପ ନେବେ । ନୂଆ ବ୍ୟବସାୟରେ ପୁଞି ଲଗାଇଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ।
ଧନିଷ୍ଠା- କୌଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ କ୍ଷତିରେ ପଡିବେ । ନିଜର କାର୍ଯ୍ୟସାଧନ ସକାଶେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ଧନିଷ୍ଠା- ମାନସିକ ଶାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରି ପାରିବେ।
ଶତଭିଷା- କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ । ପରୀକ୍ଷାରେ ସଫଳ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ
ପୂ,ଭାଦ୍ରପଦ- ଶତୃମାନେ ପୁନରାୟ ପଛରେ ଲାଗି ଯାଇ ପାରନ୍ତି । ମହିଳା ମାନେ ନକରାତ୍ମକ ପ୍ରବୃତିକୁ ଛାଡିବା ପାଇଁ ପ୍ରୟାସ କରିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ
ଉ,ଭାଦ୍ରପଦ- ବ୍ୟବସାୟୀମାନେ ବିଶେଷ ଲାଭବାନ୍ ହେବେ । ପ୍ରଶାସନ ସହ ଜଡିତ ଲୋକମାନଙ୍କ ଉପରେ କମ୍ ଚାପ ରହିବ
ରେବତୀ-- ଜମିଜମା ସଙ୍କ୍ରାନ୍ତରେ ସଫଳତା ମିଳିବ । ମହିଳା ମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ । ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ।
ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ : ଗତ କାଲି ପ୍ରକାଶ ପାଇଥିବା ୪ ରାଜ୍ୟର ନିର୍ବାଚନ ଫଳାଫଳ ଭାରତୀୟ ରାଜନୀତିକୁ ଗୋଟିଏ ନୂତନ ମୋଡ ଦେଇଛି । ପ୍ରଚାର ସର୍ବସ୍ୱ, ଘୋଷଣା ସର୍ବସ୍ୱ ଏବଂ ପ୍ରତାରଣା କଲେ ଭୋଟ ପାଇବେ ନାହିଁ ଏବଂ ଲୋକଙ୍କ ଦ୍ୱାରା ପ୍ରତ୍ୟାଖାନ ହେବେ । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାରର କୌଣସି ସ୍ଥାନ ନାହିଁ । ସାଧାରଣ ଗରିବ ଲୋକଙ୍କ ପାଇଁ ଆସୁଥିବା ଟଙ୍କା ତଥା ଅନୁଦାନକୁ ଲୁଟ କରିବାର ଫଳ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳକୁ ଭୋଗିବାକୁ ପଡିଛି । ଓଡିଶାରେ ମଧ୍ୟ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ପ୍ରତାରଣା ସମସ୍ତ ସୀମା ଅତିକ୍ରମ କରିସାରିଛି । ୨୦୨୪ ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବେ “ୟୁ ଟର୍ଣ୍ଣ” ନେବ ଓଡିଶା ରାଜନୀତି । ବିଜେଡିର ଶାସନ ବ୍ୟବସ୍ଥାକୁ ନେଇ ରାଜ୍ୟବାସୀଙ୍କ ମନରେ କ୍ରୋଧ ରହିଛି । ରାଜ୍ୟବାସୀଙ୍କ ଆସ୍ଥା ଓ ଆର୍ଶୀବାଦ ବିଜେପି ପ୍ରତି ରହିଛି । ଆଗାମୀ ସାଧାରଣ ନିର୍ବାଚନରେ ଜୋରଦାର ଲଢେଇ ହେବ; ଆଖି, କାନ, ନାକ ନଥିବା ରାଜ୍ୟ ସରକାରକୁ ଦୃଢ ଜବାବ୍ ଦିଆଯିବ; ନିର୍ବାଚନ ଫଳାଫଳ ଏକପାଖିଆ ହେବ ଏବଂ ଭାରତୀୟ ଜନତା ପାର୍ଟି ଓଡିଶାରେ ସରକାର ଗଠନ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୨୩ ବର୍ଷର ବିଜେଡି ଶାସନରେ ମହିଳା ବ୍ୟଭିଚାର ଶିଖର ଛୁଇଁଲାଣି, ଦେଢ କୋଟି ଓଡିଆ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି, ଜଳସେଚନ ବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାର ନାହିଁ, ଗରୀବ ଲୋକଟି ଛାତଘରଟି ପାଇବାରୁ ବଂଚିତ ରହୁଛି । ଅନ୍ୟ ପଟେ ଉତରାଧିକାରୀ ବାଛିବାରେ ଉଡାଜାହାଜ ବୁଲିବାରେ ୩୦୦ କୋଟି ଟଙ୍କା, ଲୋକଙ୍କୁ ବୋହିବାରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଓଡିଶା ଓ ଓଡିଆଙ୍କ ଅସ୍ମିତା, ସଂସ୍କୃତି ଓ ଭାବାବେଗ ସହ ଖେଳ ଖେଳାଯାଉଛି । ଜଗନ୍ନାଥ ସଂସ୍କୃତି ପ୍ରତି ଧ୍ୟାନ ନାହିଁ କି, ରତ୍ନଭଣ୍ଡାର ଖୋଲୁନାହାନ୍ତି । ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକୁ ବାରମ୍ବାର ବେଖାତିର କରାଯାଉଛି । ଶାସନ ବ୍ୟବସ୍ଥାର ଏଭଳି ଆଭିମୁଖ୍ୟକୁ ନେଇ ଜନସାଧାରଣ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ । ଜନଜାଗରଣ ସୃଷ୍ଟି ହୋଇଛି । ଓଡିଶାରେ ଯେଉଁ ଭ୍ରଷ୍ଟାଚାର ସରକାର ଚାଲିଛି, ତାକୁ ଓଡିଶାବାସୀ ନିଶ୍ଚିତ ଭାବେ ପ୍ରତ୍ୟାଖାନ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି ।
ଓଡିଶାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମାଦେିଙ୍କ ଲୋକପ୍ରିୟତା ସବୁଠୁ ଅଧିକ ଏବଂ ସର୍ବାଗ୍ରେ । ମହିଳା, ଯୁବ, କୃଷକ ଓ ଗରୀବ ଜାତିର ବିକାଶରେ ଦେଶର ବିକାଶ । ତୁଷ୍ଟିକରଣ ରାଜନୀତିରୁ ବହୁ ଦୂରରେ ବିଜେପି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଗ୍ୟାରେଂଟି ପ୍ରତି ଦେଶବାସୀଙ୍କ ଅତୁଟ ଭରଷା ଓ ବିଶ୍ୱାସ ରହିଛି । ୨୦୨୪ରେ ଓଡିଶାରେ “ମୋଦି ଗ୍ୟାରେଂଟି”ର ସୁଫଳ ନିଶ୍ଚିତ ଭାବେ ପ୍ରତିଫଳିତ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଗତକାଲି ନିର୍ବାଚନ ଫଳାଫଳରେ ବିଜେପି ୩ଟି ରାଜ୍ୟରେ ସରକାର ଗଠନ କରିବ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିଥିବାବେଳେ ତେଲେଙ୍ଗାନା ଫଳାଫଳ ବିଜେପି ସପକ୍ଷରେ ବହୁ ଭଲ ହୋଇଛି । ଜନସାଧାରଣଙ୍କ ଏଭଳି ଐତିହାସିକ ନିଷ୍ପତି ସମଗ୍ର ଭାରତବର୍ଷର ରାଜନୀତିକୁ ପ୍ରଭାବିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ରାଜ୍ୟ ବିଜେପି ତରଫରୁ ୪ଟି ଯାକ ରାଜ୍ୟର ସାଧାରଣ ଭୋଟର ଭାଇଭଉଣୀଙ୍କୁ ଧନ୍ୟବାଦ ଏବଂ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସାମଲ ।
କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳରୁ ଜଣେ ହେଲେ ହିତାଧିକାରୀ ବଂଚିତ ନରହିଯାଆନ୍ତୁ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନିର୍ଦ୍ଦେଶରେ ଦେଶ ବ୍ୟାପୀ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ଅବସରରେ କେନ୍ଦ୍ରୀୟ ଯୋଜନା ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବା ସହିତ ବଂଚିତ ହିତାଧିକାରୀମାନେ ନିଜ ନାମକୁ ସିଧାସଳଖ ଭାବେ ପଂଜୀକୃତ କରିପାରିବେ । ଏହାର ଲାଭ ଉଠାଇବାକୁ ଶ୍ରୀ ସାମଲ ଓଡିଶାବାସୀଙ୍କୁ ‘ଅପିଲ୍’ କରିଛନ୍ତି ।
ବାତ୍ୟା “ମିଗ୍ ଜୋମ୍” ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ରାଜ୍ୟର ଅନେକାଂଚଳରେ ବର୍ଷା ଓ ଝଡ ହେବାର ଆଶଂକା ପ୍ରକାଶ ପାଇଛି । ପ୍ରଭାବିତ ଅଂଚଳର ସମସ୍ତ ଜନସାଧାରଣ ସତର୍କ ରହିବା ପାଇଁ ଅନୁରୋଧ କରିବା ସହିତ ବିଜେପି କାର୍ଯ୍ୟକର୍ତାମାନେ ଉଦ୍ଧାର କାର୍ଯ୍ୟରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ମନୋଜ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲାରେ ଏବେ ଚାଲିଛି କପା ଅମଳର ସମୟ । ଚାଷୀ ମାନେ କପା ତୋଳି ସଂଗ୍ରହ କରିବାରେ ବ୍ୟସ୍ତ। ଧାନ ଚାଷ ଅପେକ୍ଷା କପାରେ ଅଧିକ ଲାଭ ହେଉଥିବାରୁ ଗତ କିଛି ବର୍ଷ ହେଲା ବୌଦ୍ଧ ଜିଲ୍ଲାରେ କପା ଚାଷକୁ ଚାଷୀ ଆଦରି ନେଉଛନ୍ତି । ଚଳିତ ବର୍ଷ ଭଲ ବର୍ଷା ଯୋଗୁଁ କପା ଅମଳ ବି ଭଲ ହୋଇଛି। ହେଲେ ଜିଲ୍ଲାରେ କପା ବିକିବା ପାଇଁ କୌଣସି ମଣ୍ଡିର ବ୍ୟବସ୍ଥା କରାଯାଇନାହିଁ। ଫଳରେ ଚାଷୀ ପଡୋଶୀ ସୋନପୁର ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାର ମଣ୍ଡି ଉପରେ ନିର୍ଭର କରୁଛନ୍ତି। ଅନେକ ଚାଷୀ କମ ଦରରେ ଆନ୍ଧ୍ର ବେପାରୀଙ୍କୁ ବିକ୍ରି କରିଦେଉଛନ୍ତି । ଚଳିତ ବର୍ଷ କପାରେ ରୋଗ ପୋକ ଯୋଗୁଁ ଉତ୍ପାଦନ କମିଥିବା ବେଳେ ଏବେ ମଣ୍ଡି ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଇଛି।
ଜିଲ୍ଲାରେ ଏବର୍ଷ ୬୭୬୩ ହେକ୍ଟର ଜମିରେ କପା ଚାଷ ହୋଇଛି । ସେଥି ମଧ୍ୟରୁ ବୌଦ୍ଧ ବ୍ଲକରେ ୩୨୯୧ହେକ୍ଟର, କଣ୍ଟାମାଲ ବ୍ଲକରେ ୩୨୩୦ ହେକ୍ଟର, ଓ ହରଭଙ୍ଗା ବ୍ଲକରେ ୨୪୨ ହେକ୍ଟର ଜମିରେ କପା ଚାଷ ହୋଇଥିବା ଜଣାପଡିଛି। କପାର ସରକାରୀ ଦର କ୍ୱିଣ୍ଟାଲ ପିଛା ୬୧୨୦ ରୁ ୮୨୨୦ ଟଙ୍କା ରହିଛି। ହେଲେ ଚାଷୀ ମାନେ ଏଇ ଦର ନ ପାଇ ୫୦୦୦ରୁ ୫୫୦୦ ମଧ୍ୟରେ ବିକ୍ରି କରୁଥିବା କହିଛନ୍ତି। ଜିଲ୍ଲାରେ ମଣ୍ଡି ଖୋଲିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ବି ମଣ୍ଡି ବ୍ୟବସ୍ଥା କରାଯାଉନାହିଁ ।
ତେବେ ଜିଲ୍ଲାରେ କେବେ କପା ମଣ୍ଡି ଖୋଲୁଛି ଓ ଉପଯୁକ୍ତ ଦରରେ ବିକ୍ରି ହେଉଛି ତାହା ଦେଖିବାକୁ ଅପେକ୍ଷା ରହିଲା। ଯଦି ଖୁବ୍ ଶୀଘ୍ର ତାହା ନହୁଏ ଆଗାମୀ ଦିନରେ ଚାଷୀ କପା ଚାଷ ପ୍ରତି ମୁହଁ ଫେରାଇଦେବା ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଅମାନିଆକୁ ସାବାଡ଼ କରୁଛି ଏମଭିଏ, ପୋଲିସ । ନୂଆପଡାରେ ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା । ଅମାନିଆ ଭାବେ ଗାଡି ଚଳାଇବା ସାଙ୍ଗକୁ ସଚେତନତା ଅଭାବ ଯୋଗୁଁ ସଡ଼କ ଦୁର୍ଘଟଣା ଘଟୁଛି । ଏମଭିଏ ଏବଂ ଖଡ଼ିଆଳ ପୋଲିସର ମିଳିତ ଉଦ୍ୟମରେ ଖଡ଼ିଆଳ ସହରର ଆମ୍ବେଦକର ଛକରେ ଚେକିଂକୁ କଡା କଡ଼ି କରାଯାଇଛି । ଚାଲକମାନଙ୍କୁ ସଚେତନତା କରାଯିବା ସହ ଅମାନିଆଙ୍କୁ ଫାଇନ କଟା ଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର