ନୂଆ ଶିକ୍ଷାନୀତୀ ଆଧାରରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁ ସୁଧାର ଆସିବ । ଏଥିରେ ଅନଲାଇନ୍ ଶିକ୍ଷା ଉପରେ ଜୋର ଦିଆଯିବ । ଏଥିପାଇଁ 4ଟି କାଉନସିଲ ମଧ୍ୟ ଗଠନ କରାଯାଇଛି । ଆମେ କେବଳ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାଁ ନୁହେଁ, ନୀତି ବି ବଦଳାଇଛୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ।
ଏଚଆରଡି ମନ୍ତ୍ରୀ କହିଛନ୍ତି ଯେ, ନୂଆ ଶିକ୍ଷାନୀତିରେ ଆମେ ସଂସ୍କାର ଯୁକ୍ତ ଶିକ୍ଷା ନୀତି ପ୍ରସ୍ତୁତ କରିବୁ । ଏହାଦ୍ୱାରା ବିଶ୍ୱ ସ୍ତରୀୟ ଶିକ୍ଷାନୀତି ଆଡ଼କୁ ଅଗ୍ରସର ହୋଇପାରିବା ବୋଲି କହିଛନ୍ତି ରମେଶ ପୋଖରିୟାଲ ।
ସୂଚନାଯୋଗ୍ୟ, ଦେଶରେ 34 ବର୍ଷ ପରେ ନୂଆ ଶିକ୍ଷା ନୀତିକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଏଥିରେ ସରକାର ଉଚ୍ଚଶିକ୍ଷା ଓ ସ୍କୁଲ ଶିକ୍ଷାରେ ବହୁ ପରିବର୍ତ୍ତନ କରିଛନ୍ତି । ଏବେ ସରକାର ନୂଆ ନ୍ୟାସନାଲ କୁରିକୁଲମ ଫ୍ରେମ୍ୱାର୍କ ପ୍ରସ୍ତୁତ କରିବେ ।
" >ନୂଆଦିଲ୍ଲୀ: ନୂଆ ଶିକ୍ଷାନୀତି ଉପରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି, ଏବେ ଛାତ୍ରଛାତ୍ରୀଙ୍କ ରିପୋର୍ଟ କାର୍ଡ ରହିବନି । ଏବେ ସେମାନଙ୍କୁ ମିଳିବ ପ୍ରୋଗ୍ରେସ୍ କାର୍ଡ । ଏବେ ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭର କରେ ଯେ, ସେମାନେ କିଭଳି ବିଷୟ ଚୟନ କରିବେ । ସେମାନେ ଏବେ ଇଞ୍ଜିନିୟରିଂ ସହ ମ୍ୟୁଜିକ୍ ବି ନେଇପାରିବେ ।