ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ବାରିଆବନ୍ଧ ଖଳାରେ ପଲ୍ୟୁସନ୍ ସେଣ୍ଟର କରି ଗାଡ଼ିର ନମ୍ବର ପ୍ଲେଟ୍ କୁ ସ୍କାନିଙ୍ଗ କରି ସାର୍ଟିଫିକେଟ ଦେଉଛି । ପଲ୍ୟୁସନ ଟେଷ୍ଟିଂ ପାଇଁ ଗାଡିମାଲିକଙ୍କ ଠାରୁ ଅଧିକ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । 50 ଟଙ୍କାର ରସିଦ କାଟି ସେମାନେ ଅଧିକ ଟଙ୍କା ଦାବି କରୁଥିବା ଜଣାପଡିଛି । ଏଭଳି ଅଭିଯୋଗ ଆସିଛି ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ବାରିଆବନ୍ଧ ଖଳାରେ ଥିବା ପଲ୍ୟୁସନ ଟେଷ୍ଟିଂ ସେଣ୍ଟରରୁ । ବ୍ରହ୍ମପୁରରୁ ପଲ୍ୟୁସନ ଚେକିଂ ଗାଡି ଅଣାଯାଉଥିବାରୁ ସେମାନେ ଅଧିକ ଟଙ୍କା ଦାବି କରିଥିବା କହିଛନ୍ତି । ଏଥିରେ ଗାଡି ମାଲିକ ମାନେ ମଧ୍ୟ କୌଣସି ବିରୋଧ କରୁନଥିବା ଦେଖି ବାକୁ ମିଳିଛି ।
" >ଗଜପତି: ସେପ୍ଟେମ୍ବର ୧ ତାରିଖରୁ ସରକାର ଟ୍ରାଫିକ ନିୟମ କଡାକଡି କରିବା ପରେ ଗାଡ଼ି ମାଲିକମାନେ ମୋଟା ଅଙ୍କର ଜରିମାନା ବାନ୍ଧିବା ଘଟଣା ଗାଡ଼ି ମାଲିକଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇଦେଇଛି । ଫଳରେ ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ନିୟମକୁ ମଧ୍ୟ ତିନି ମାସ କୋହଳ କରିଛନ୍ତି । କିନ୍ତୁ କିଛି ପଲ୍ୟୁସନ ସେଣ୍ଟର ଗାଡି ବର୍ତ୍ତମାନ ଗାଁ କୁ ଗାଁ ବୁଲି ପଲ୍ୟୁସନ୍ ସାର୍ଟିଫିକେଟ ଦେଉଥିବା ନଜରକୁ ଆସିଛି ।