ଅର୍ଗସ ବ୍ୟୁରୋ : ଋଷିଆରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି । ଏହି ମହାମାରୀ କୋରୋନାର ବର୍ତ୍ତି ନାହାଁନ୍ତି ଋଷିଆର ପ୍ରଧାନମନ୍ତ୍ରୀ ମିଖାଲି ମୁଶୁଷ୍ଟିନ। ସେ କୋରୋନା ପଜେଟିଭ୍ ଚିହ୍ନଟ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ସହ ଟେଲିଭର୍ସନ ବ୍ରଡକାଷ୍ଟରେ କରାଯାଇଥିବା ଏକ ଭିଡିଓରେ ମିଖାଲି ଏହି ସୂଚନା ଦେଇଛନ୍ତି ।
#BREAKING Russian prime minister says he has coronavirus pic.twitter.com/YE4SZyMWTv
— AFP news agency (@AFP) April 30, 2020
ଚଳିତ ବର୍ଷ ଜାନୁଆରୀରେ ପ୍ରଧାନମନ୍ତ୍ରୀ ଭାବେ ମିଖାଲି ଶପଥ ଗ୍ରହଣ କରିଥିଲେ । ତାଙ୍କର ନମୁନା ପରୀକ୍ଷା ପରେ ଗୁରୁବାର ପଜିଟିଭ ରିପୋର୍ଟ ଆସିଛି । ଏନେଇ ସେ କହିଛନ୍ତି ଯେ, ବର୍ତ୍ତମାନ ପାଇଁ ସେ ପ୍ରଧାନମନ୍ତ୍ରୀ ପଦରୁ ଦୂରରେ ରହିବେ । ଏତଦ୍ ବ୍ୟତୀତ ସେ ଆନ୍ଦ୍ରେ ବେଲୁସୋଭଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ କାମ କରିବାକୁ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପତି ପୁତିନ ଏହାକୁ ସ୍ୱୀକୃତି ଦେଇଛନ୍ତି । ବିଶ୍ୱବ୍ୟାପୀ କରୋନା ଭୂତାଣୁ ୩୨ ଲକ୍ଷ ୫୩ ହଜାର ୬୧୨ ଜଣଙ୍କୁ ସଂକ୍ରମିତ କରିସାରିଛି । ଏହି ମାରାତ୍ମକ ଭାଇରସରେ ୨ ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି ।
