ସ୍କୁଲରେ ମଧ୍ୟାନ୍ନ ଭୋଜନ ଖାଇ 15ରୁ ଅଧିକ ଛାତ୍ରୀ ଅସୁସ୍ଥ
କୋରୋନାରେ ଲାଗୁନି ବ୍ରେକ, ସାରା ବିଶ୍ଵରେ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା 2 ଲକ୍ଷ 75 ହଜାର ପାର୍
ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ କୋରୋନା ଆତଙ୍କ। ହୁ ହୁ ହୋଇ ବଢି ଚାଲିଛି ମହାମାରୀ କୋରୋନା ଭୂତାଣୁ। ସମଗ୍ର ବିଶ୍ଵରେ 212ଟି ଦେଶକୁ କବଳିତ କରିଥିବା ମହାମାରୀ କୋରୋନା ଭୂତାଣୁରେ 40 ଲକ୍ଷ 10 ହଜାର 165 ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି କୋରୋନା ସଂକ୍ରମଣରୁ ସୁସ୍ଥ ହେଲେଣି 13 ଲକ୍ଷ 78 ହଜାର ଜଣ। ସେମାନଙ୍କ ମଧ୍ୟରୁ 2 ଲକ୍ଷ 75 ହଜାର 934 ଜଣଙ୍କ ମୃତ୍ୟୁ ଘଟିଛି।
ସମଗ୍ର ବିଶ୍ଵରେ ଆମେରିକାର ସ୍ଥିତି ଏବେ ଜଟିଳ ରହିଛି। ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 78 ହଜାର 577 ଛୁଇଁଛି। ସେହିପରି ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ 1,649 ଜଣଙ୍କ ମୃତ୍ୟୁ ହୋଇଛି।
Download Argus News App
