ଅର୍ଗସ ବ୍ୟୁରୋ : କରୋନା ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ କୁ ୫ ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଏହି ପ୍ରଶ୍ନଗୁଡ଼ିକ । କରୋନା ବିଶ୍ୱ ମହାମାରୀ ସଂକ୍ରାନ୍ତରେ ହୁ ର ଭୂମିକାକୁ ନେଇ କରାଯାଇଛି ପ୍ରଶ୍ନ । ହୁ ଦେଇ ପାରିବ କି ସେସବୁର ଉତ୍ତର? ଏବେ ସାରା ବିଶ୍ୱ ପାଇଁ ଆତଙ୍କ ସାଜିଛି ମାରାତ୍ମକ କୋଭିଡ୍-୧୯ ର ସଂକ୍ରମଣ । ଆସାଶ୍ୱନା ପାଇଁ ସମସ୍ତେ ହୁ କୁ ଚାହିଁଥିବା ବେଳେ ସେହି ସଂଗଠନର ଭୂମିକା କିନ୍ତୁ ଆରମ୍ଭରୁ ସନ୍ଦେହ ଘେରରେ । ହୁ ଏବଂ ଏହାର ମୁଖ୍ୟଙ୍କ ଭୂମିକା ଉପରେ ଏବେ ଲାଗିଛି ପ୍ରଶ୍ନବାଚୀ । ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ୫ ଟି ପ୍ରଶ୍ନ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
୧.ସମସ୍ତ ପ୍ରମାଣ ସତ୍ୱେ ହୁ କାହିଁକି ପ୍ରଚାର କଲା କରୋନା ମଣିଷରୁ ମଣିଷ ଦେହକୁ ବ୍ୟାପେନାହିଁ ? ଚୀନରେ କରୋନା ସଂକ୍ରମଣ ବ୍ୟାପକ ହେବା ପରେ ବି ଜାନୁଆରୀ ୧୪ ରେ ହୁ ଚୀନ୍ ଗବେଷକଙ୍କ ଉକ୍ତିକୁ ଉଦ୍ଧାର କରି କହିଥିଲା କୋଭିଡ୍-୧୯ ଭୂତାଣୁ ମଣିଷରୁ ମଣିଷ ଦେହକୁ ବ୍ୟାପିବାର କୌଣସି ପ୍ରମାଣ ନାହିଁ । ଅର୍ଥାତ୍ ଚୀନର ପ୍ରଚାରକୁ ହିଁ ହୁ ପ୍ରାଧାନ୍ୟ ଦେଇଥିଲା ।
୨. ହୁ ଅନେକ ଡେରିରେ କରୋନାକୁ ପାଣ୍ଡେମିକ୍ ବା ବିଶ୍ୱ ମହାମାରୀ ଘୋଷଣା କଲା କାହିଁକି ? ଜାନୁଆରୀ ୧୫ ସୁଦ୍ଧା କରୋନା ଚୀନର ଉହାନରୁ ଯାଇ ଅନ୍ୟ ଦେଶରେ ପହଂଚି ସାରିଥିଲେ ବି ହୁ ଏହାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିନଥିଲା । ମାର୍ଚ୍ଚ ୧୧ ତାରିଖରେ ଘୋଷଣା କରିବା ବେଳକୁ କରୋନା ଦ୍ୱାରା ବିଶ୍ୱର ୧ ଲକ୍ଷ ୧୮ ହଜାର ଲୋକ ସଂକ୍ରମିତ ହେବା ସହିତ ୪ ହଜାର ଲୋକ ମୃତ୍ୟୁବରଣ କରି ସାରିଥିଲେ । ଆଗରୁ ବିଶ୍ୱ ମହାମାରୀ ଘୋଷଣା କରିଥିଲେ ବିଭିନ୍ନ ଦେଶ ପ୍ରତିଷେଧକ ପାଇଁ ବ୍ୟବସ୍ଥା କରି ପାରିଥା’ନ୍ତେ ।
୩. ଜାନୁଆରୀ ୨୮ ରେ ହୁ ର ମହାନିର୍ଦ୍ଦେଶକ ଏବଂ ଅନ୍ୟ ପଦାଧିକାରୀମାନେ କାହିଁକି ଚୀନ୍ ଗସ୍ତ କରିଥିଲେ ?
୪. ନୂଆ ଭୂତାଣୁର ନାଁ ଉହାନ୍ ଭାଇରସ୍ ନ ଦେଇ କୋଭିଡ୍-୧୯ ବୋଲି କାହିଁକି ନାଁ ଦେଲା ହୁ?
୫. ୨୦୧୯ ଡିସେମ୍ବରରେ ତାଇୱାନ୍ କରୋନା ସଂକ୍ରମଣ ନେଇ ହୁ ର ଦୃଷ୍ଟି ଆକର୍ଷଣ କରିଥିଲେ ବି ତାକୁ ଅଣଦେଖା କରାଗଲା କାହିଁକି?
ଏହି ୫ ଟି ପ୍ରଶ୍ନ ସହିତ ଆଉ କେତେକ ସନ୍ଦେହ ମଧ୍ୟ ହୁ ଦୂରକରିବା ଉଚିତ୍ ହୁ ର ଚୀନ୍ ପ୍ରତି ଅହେତୁକ ପ୍ରେମର କାରଣ କ’ଣ? ଲାଂଚଦେଇ ଚୀନ୍ ବନ୍ଦ କରିଥିଲା କି ହୁ ଅଧିକାରୀଙ୍କ ମୁହଁ? ଜାତିସଂଘର ମୂଳମନ୍ତ୍ର, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଖିଲାପ କରିଥିବା ହୁ ଅଧିକାରୀଙ୍କ ବିରୋଧରେ ହେବ କି କାଯ୍ୟାନୁଷ୍ଠାନ? ହୁ କୁ କବଳିତ କରି ଚୀନ୍ କରିଛି କି ଅନୈତିକ କାମ? ଚୀନ୍ ବିରୁଦ୍ଧରେ ଏକାଠି ହେବ କି ବିଶ୍ୱ ସମୁଦାୟ?
ଏହି ପ୍ରଶ୍ନସବୁର ଉତ୍ତରରେ ରହିଛି ସେହି ରହସ୍ୟ ଯାହା ଜଣେଇବ କରୋନା ସଂକ୍ରମଣ ନେଇ କ’ଣ ଥିଲା ଏବଂ କ’ଣ ରହିଛି ହୁ ର ଭୂମିକା ।
ଅର୍ଗସ ବ୍ୟୁରୋ: ରାଜ୍ୟରେ କ୍ରମାଗତ ଭାବେ କମିଚାଲିଛି ମହିଳାଙ୍କ ସଂଖ୍ୟା। ପୁରୁଷଙ୍କ ତୁଳନାରେ କମୁଛି ମହିଳାଙ୍କ ଅନୁପାତ । ଏବେ ଓଡ଼ିଶାରେ ପ୍ରତି ଏକ ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ମାତ୍ର ୯୨୫ । ସବୁଠୁ ବଡ଼ କଥା ହେଲା ଗତ ୪ ବର୍ଷ ହେଲା ଲଗାତାର ଏହି ସଂଖ୍ୟା କମିଚାଲିଛି। ଲିଙ୍ଗ ଅନୁପାତ ଦେଖିଲେ ପୁରୁଷଙ୍କ ତୁଳନାରେ ହରିୟାଣାରେ ମହିଳାଙ୍କ ସଂଖ୍ୟା ସବୁଠାରୁ କମ୍। କିନ୍ତୁ ସେ ରାଜ୍ୟରେ ଏବେ ମହିଳାଙ୍କ ସଂଖ୍ୟା ବଢୁଛି । ଅତ୍ୟନ୍ତ ଉଦବେଗଜନକ ଏବଂ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କହିଛି ବିଜେଡି ଶାସନରେ ଓଡ଼ିଶାରେ ମହିଳା ସୁରକ୍ଷିତ ନୁହଁନ୍ତି ।
ରାଜ୍ୟରେ ମହିଳା ହିଂସା ଏବଂ ମହିଳା ବିରୋଧୀ ଅପରାଧ ଆଶାତୀତ ଭାବେ ବଢିଛି । ଏନ୍ସିଆର୍ବି ରିପୋର୍ଟ ଅନୁସାରେ ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବଢ଼ି ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ଜନସଂଖ୍ୟା ଦୃଷ୍ଟିରୁ ମହିଳା ବିରୋଧୀ ହିଂସାରେ ଓଡିଶା ଦେଶର ୧ନଂ ରାଜ୍ୟ । ରାଜ୍ୟରେ ଘରୋଇ ମହିଳାଙ୍କ ଆତ୍ମହତ୍ୟା ହାର ୬୧୩% ବଢ଼ିଛି। ଏହି ସଂଖ୍ୟା ୨୦୨୨ରେ ୩୧୭ ଥିବାବେଳେ ୨୦୨୩ରେ ୨୬୯୧ ଛୁଇଁଛି । ଓଡ଼ିଶାରେ ମହିଳାଙ୍କ ପ୍ରତି ଅପରାଧରେ ଦଣ୍ଡବିଧାନ ହାର ମାତ୍ର ୮% । ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା, ଅପହରଣରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ଲିପ୍ତ ଥିଲେ ବି ଏଯାଏଁ ସେମାନେ ଦଣ୍ଡିତ ହୋଇନାହାନ୍ତି ।
ସବୁଠାରୁ ଚିନ୍ତାଜନକ କଥା ହେଲା କନ୍ୟା ଭ୍ରୁଣ ହତ୍ୟାକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଇ କନ୍ୟା ଭ୍ରୁଣ ହତ୍ୟା କରାଯାଉଛି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତି ଓ ସଚେତନତା ଅଭାବରୁ ରାଜ୍ୟରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି। ରାଜ୍ୟରେ କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ନବୀନ ବାବୁ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ବିଜେପି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ସମ୍ବଲପୁର: ସମ୍ବଲପୁରରୁ ମିଳିଲା ୩୭ କୋଟି। ୩ ଦିନ ଧରି ଚାଲିଥିବା ଗଣତି ଶେଷ ହୋଇଛି ସମ୍ବଲପୁରରେ।
ଅଧିକ ପଢନ୍ତୁ :ଟଙ୍କା-ଟଙ୍କା-ଟଙ୍କା, ପୁଣି ମିଳିଲା ୧୧ କୋଟି
ସମ୍ବଲପୁରେ ମଦ ବ୍ୟବସାୟୀଙ୍କଠୁ ମିଳିଲା ୩୭ କୋଟି। ୫ଟି ମେସିନରେ ଗଣତି, ୯ କର୍ମଚାରୀ ଥିଲେ ନିୟୋଜିତ। ତେବେ ଜବତ ଟଙ୍କାରେ ୫୦,୧୦୦,୨୦୦,୫୦୦ ଟଙ୍କଆ ନୋଟ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସମ୍ବଲପୁର: 2047 ବେଳକୁ ବିକଶିତ ହେବ ଭାରତ। ଏହି ସ୍ବପ୍ନକୁ ସାକାର କରିବାକୁ ଆବଶ୍ୟକ ସମସ୍ତଙ୍କର ଅବଦାନ। ସମସ୍ତେ ନିଜ ନିଜ କ୍ଷେତ୍ରରେ ‘ବିକଶିତ ଭାରତ’ ପାଇଁ ଯୋଗଦାନ କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁର ମାନେଶ୍ବର ବ୍ଲକ ମାଲଗୁଣ୍ଡରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସମସ୍ତଙ୍କୁ ଶପଥ ପାଠ କରାଇବା ସହ ନୂଆ ଭାରତର ପରିଭାଷା ବୁଝାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ମାନେଶ୍ବର ବ୍ଲକ ମାଲଗୁଣ୍ଡରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ନୂଆ ଭାରତର ପରିଭାଷା ବୁଝେଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିକଶିତ ଭାରତ ଗଢିବା ପାଇଁ ହେଲେ ଆମେ ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ରଖିବା ଉଚିତ୍ । ନିଜ ନିଜ କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ତଥା ସମସ୍ତଙ୍କୁ ଏହି ଆହ୍ବାନରେ ଯୋଡ଼ି ବିକଶିତ ଭାରତର ସଂକଳ୍ପକୁ ସାକାର କରିବାକୁ ଆହ୍ବାନ ଜଣାଇଛନ୍ତି ଧର୍ମେନ୍ଦ୍ର । ପ୍ରଧାନମନ୍ତ୍ରୀଙ୍କ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ ମଧ୍ୟବିତ୍ତଙ୍କ ଶକ୍ତି ଭାରତକୁ ଶିଖରକୁ ନେବା ସହ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ । ମୋଦିଙ୍କ ଗ୍ୟାରେଣ୍ଟି ଜନତାଙ୍କ ଆସ୍ଥାଭାଜନ ହୋଇଥିବା ବେଳେ ଆମେ ସମସ୍ତେ ନିଜ ନିଜ କ୍ଷେତ୍ରରେ ‘ବିକଶିତ ଭାରତ’ ପାଇଁ ଯୋଗଦାନ ରଖିବା ଦରକାର । ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁରୁ ପଞ୍ଚାୟତ ପର୍ଯ୍ୟନ୍ତ, ବ୍ଲକରୁ ସହର ପର୍ଯ୍ୟନ୍ତ ତଥା ସହରରୁ ଜିଲ୍ଲା ଏବଂ ରାଜ୍ୟ ସହ ଦେଶକୁ ସାମଗ୍ରିକ ଭାବରେ ମଜବୁତ କରିବାକୁ ଧର୍ମେନ୍ଦ୍ର ଆହ୍ବାନ ଜଣାଇଛନ୍ତି ।
ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ମୋଦି ଗ୍ୟାରେଣ୍ଟି ଗାଡି ଭାରତବର୍ଷର ଅନେକ ପଞ୍ଚାୟତରେ ପହଞ୍ଚିଲାଣି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୨୦୨୯ ପର୍ଯ୍ୟନ୍ତ ମାଗଣା ଚାଉଳ, ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ବିଜୁଳି, ଜନଧନ ଜରିଆରେ ବ୍ୟାଙ୍କଖାତାକୁ ଟଙ୍କା ଦେବାର ଗ୍ୟାରେଣ୍ଟି ମୋଦି ଦେଇଛନ୍ତି । ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକୁ ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି । ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତ ବର୍ଗର ଲୋକଙ୍କୁ ସ୍ବାବଲମ୍ବୀ କରିବା ସହ ସ୍ବାଭିମାନ ସହକାରେ ବଞ୍ଚିବାର ସ୍ବପ୍ନକୁ ସାକାର କରିବା ପାଇଁ କହିଛନ୍ତି ଧର୍ମେନ୍ଦ୍ର । ଏଥିସହ ଲୋକଙ୍କୁ ନମୋ ଆପ୍, ମାଇ ଭାରତ ସଂଗଠନରେ ଯୋଡିହେବା ହେବା ପାଇଁ ଧର୍ମେନ୍ଦ୍ର ଆହ୍ବାନ କରିଛନ୍ତି । ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଛନ୍ତି ଧର୍ମେନ୍ଦ୍ର । ମୋଦି ସରକାରଙ୍କ ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ଭେଟି ମଧ୍ୟ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର