ନୂଆଦିଲ୍ଲୀ: ସାରା ବିଶ୍ୱରେ ବେକାବୁ ହେବାରେ ଲାଗିଛି ମହାମାରୀ କୋରୋନା । ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି କୋରୋନା ଭୂତାଣୁ । ସଂକ୍ରମିତଙ୍କ ସଂଖ୍ୟା ଏବେ 1000କୁ ବୃଦ୍ଧି ପାଇଛି । ସେହିପରି ଏହି ରୋଗରେ 24 ଜଣଙ୍କ ମୃତ୍ୟୁ ହୋଇସାରିଛି । ଏହାର କବଳରେ ଜଣେ ବିଏସଏଫ ଅଫିସର ମଧ୍ୟ କୋରୋନା ପଜେଟିଭ୍ ଥିବା ସାମ୍ନାକୁ ଆସଛି । ମଧ୍ୟପ୍ରଦେଶର ଟନକପୁରରେ ମୁତୟନ ଥିବା ବିଏସଏଫ ଅଫିସରଙ୍କ କୋରୋନା ପଜେଟିଭ୍ ଚିହ୍ନଟ କରାଯାଇଛି । ସୂଚନାମୁତାବକ ଏହି ଅଫିସରଙ୍କ ସ୍ତ୍ରୀ 15 ଦିନ ପୂର୍ବରୁ ବ୍ରିଟେନ୍ରୁ ଫେରିଥିଲେ । ତେବେ ଏହି ଅଫିସର 15 ରୁ 19 ମାର୍ଚ୍ଚ ମଧ୍ୟରେ ଏଡିଜି, ଆଇଜି କ୍ୟାଡରର ଅଧିକାରୀମାନଙ୍କ ସହ ବୈଠକ ମଧ୍ୟ କରିସାରିଛନ୍ତି । ଏବେ ସମସ୍ତ ଅଫିସରଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି ।
ତେବେ ସାରା ବିଶ୍ୱରେ ଏକ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କୋରୋନାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଇଟାଲି । ଇଟାଲୀରେ 10 ହଜାର କୋରୋନା ରୋଗୀଙ୍କ ମୃତ୍ୟୁ ହୋଇସାରିଛି । 28 ମାର୍ଚ୍ଚରେ ଇଟାଲୀରେ 889 ଜଣଙ୍କ ମୃତ୍ୟୁ ହୋଇଛି । ସେହି ପରି ପାକିସ୍ତାନରେ ଏପର୍ଯ୍ୟନ୍ତ ପାଖାପାଖି 12 ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି ।
