ଚଳିତ ମାସରେ ଆଫଗାନିସ୍ତାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଅଖଣ୍ଡଜଡା ସର୍ବସାଧାରଣ ସ୍ଥାନରେ ମହିଳାମାନେ ମୁହଁ ଘୋଡାଇବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାପରେ ଏବେ ନ୍ୟୁଜ ଆଙ୍କର ମାନେ ଏହି ନିୟମ ମାନୁଥିବା ଦେଖିବାକୁ ମିଳିଛି ।
ଟୋଲୋ ନ୍ୟୁଜର ସୋନିଆ ନିଆଜି ନାମକ ଜଣେ ନ୍ୟୁଜ ଆଙ୍କର କହିଛନ୍ତି ଯେ ଆମେ ଖୁବ ଚିନ୍ତିତ ଅଛୁ । କଡାକଡି ଭାବରେ ଆମକୁ ନିର୍ଦ୍ଦେଶ ଦିଆଯାଇଛି ଯେ ନ୍ୟୁଜ ପଢିବାବେଳେ ଯଦି ଆମେ ମୁହଁ ନ ଢାଙ୍କୁଚୁ, ଆମକୁ କାଢି ଦେବାକୁ କୁହାଯାଇଛି । ପୂର୍ବରୁ ଟୋନୋ ନ୍ୟୁଜର ଆଙ୍କରମାନେ କେବଳ ମୁଣ୍ଡକୁ ଘୋଡାଇ ସମ୍ବାଦ ପରିବେଷଣ କରୁଥିଲେ । କିନ୍ତୁ ଏବେ ତାଙ୍କୁ ମୁହଁ ଢାଙ୍କିବାଦୁ ବାଧ୍ୟ କରାଯାଉଥିବା ସେମାନେ କହିଛନ୍ତି।
ତେବେ 1996 ରୁ 2001 ପର୍ଯ୍ୟନ୍ତ ତାଲିବାନ ସରକାର କ୍ଷମତାରେ ଥିବାବେଳେ ସବୁ ମହିଳାମାନଙ୍କ ପାଇଁ ବୁର୍ଖା ପିନ୍ଧିବା ବାଧ୍ୟତା ମୂଳକ କରାଯାଇଥିଲା । ଏବେ ଗତ ଅଗଷ୍ଟରୁ ତାଲିବାନ ସରକାର ପୁଣି ଥରେ କ୍ଷମତାକୁ ଫେରିବା ପରେ ମହିଳାଙ୍କ ପାଇଁ ନିୟମରେ କିଛିଟା କୋହଳ କରାଯାଇଥିଲା ।