ଏହି ଭୂତାଣୁ ମଣିଷମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ସହଜରେ ମହାମାରୀରେ ପରିଣତ ହେବାରେ ସକ୍ଷମ । ଚାଇନିଜ ୟୁନିଭରସିଟି ଏବଂ ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ମଧ୍ୟ ଏହି ଜୀବାଣୁ ମିଳିବା ନିଶ୍ଚିତ କରିଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୧୧ରୁ ୨୦୧୮ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଘୁଷୁରିଙ୍କ ନାକରୁ ମିଳିଥିବା ୩୦ ହଜାରରୁ ଅଧିକ ନମୁନା ଯାଞ୍ଚ କରିଛନ୍ତି। ଏଥିରୁ ୧୭୯ ପ୍ରକାର ସ୍ୱାଇନ ଫ୍ଲୁ ଭାଇରସ ପାଇଛନ୍ତି । ହେଲେ ୨୦୧୬ ପରେ ଏକ ପ୍ରକାର ଭାଇରସ ମିଳିଥିଲା ଯାହା ସବୁଠାରୁ ବେଶି ବିପଜ୍ଜନକ ଅଟେ ବୋଲି ଏହି ରପୋର୍ଟରେ କୁହାଯାଇଛି ।
ବିଶେଷଜ୍ଞଙ୍କ ଅନୁଯାୟୀ, G4 ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିର ପ୍ରାଥମିକ ଲକ୍ଷଣ ହେଉଛି ଜ୍ୱର, କାଶ ଏବଂ ଥଣ୍ଡା ଏହାର ଲକ୍ଷଣଗୁଡ଼ିକ ଖୁବ ଶୀଘ୍ର ଗମ୍ଭୀର ରୂପ ନେଇଥାଏ ଯାହା ମାନବ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଏହା ଖୁବ କମ ସମୟ ମଧ୍ୟରେ ବିଶ୍ୱର ୪ରୁ ୪.୪ ପ୍ରତିଶତ ଜନସଂଖ୍ୟାକୁ ଅସୁସ୍ଥ କରିବାରେ ସଫଳ ହୋଇପାରେ । ଏହି ଜୀବାଣୁ ପଶୁମାନଙ୍କ ମାଧ୍ୟମରେ ମଧ୍ୟ ମଣିଷଙ୍କ ଶରୀରକୁ ପ୍ରବେଶ କରିଥାଏ ।