ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁସାରେ କାଚିନ ରାଜ୍ୟରେ ଚୀନ ସୀମା ପାଖରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟିଛି । ମିଆଁମାର ଅଗ୍ନିଶମ ବିଭାଗ ଏକ ଫେସବୁକ ପୋଷ୍ଟରେ କହିଛି ଯେ ଶ୍ରମିକମାନେ କାଚିନ୍ ରାଜ୍ୟର ଜାଡେ ସମୃଦ୍ଧ ହାପାକାନ୍ତ ଅଞ୍ଚଳରେ ପଥର ଜମା କରୁଥିଲେ । ଯେଉଁଠାରେ ଭୂସ୍ଖଳନ ହେତୁ ଖଣି ମାଲିକଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଏବେସୁଦ୍ଧା 113 ମୃତଦେହ ଉଦ୍ଧାର କରାଯାଇଛି ।
ଘଟଣାର ପ୍ରତ୍ୟେକ୍ଷଦର୍ଶୀ 38 ବର୍ଷୀୟ ମୁନ ଖେଙ୍ଗ କହିଛନ୍ତି, ପ୍ରବଳ ବର୍ଷା ଯୋଗୁଁ ଅଳିଆ ଲହଡ଼ି ପ୍ରବଳ ବେଗରେ ମାଡ଼ି ଆସିଥିଲା । ସେ ଯେତେବଳେ ଗୋଟିଏ ଫଟୋ ନେବାକୁ ଚାହୁଁଥିଲେ ସେତେବେଳେ ଖାଦାନ ଭିତରୁ ଚିତ୍କାର ଶୁଣିବାକୁ ପାଇଥିଲେ । କିନ୍ତୁ ଖାଦାନରେ ଥିବା ଶ୍ରମିକଙ୍କୁ ବଞ୍ଚାଇବା ପାଇଁ କେହି ପହଞ୍ଚି ନଥିଲେ ବୋଲି କହିଛନ୍ତି ମୁନ ।
ଏବେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଆସୁଥିବା ଅଗ୍ନିଶମ ବାହିନୀ କର୍ମଚାରୀ ପ୍ରକାଶ କରିଛନ୍ତି ।