ଯଦି ସେ ଧରାପଡ଼ିଯାଇଥାନ୍ତେ ତେବେ ତାଙ୍କୁ ଜେଲରେ ଭର୍ତ୍ତି କରିଦେଇଥାନ୍ତେ କିମ୍ବା ଗାଏବ କରିଦେଇଥାନ୍ତେ ବୋଲି କହିଛନ୍ତି ଲି ୟାନ । ଆମେରିକାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କହିଛନ୍ତି ଚୀନ ସରକାର ଏବେ ତାଙ୍କୁ ଚୁପ କରିବାକୁ ଚାହୁଁଛି । ସେଥିପାଇଁ ସାଇବର ଆଟାକ କରିବାକୁ ଚେଷ୍ଟା କରୁଛି ଚୀନ । ତେଣୁ ସେ ଏକ ଅଜ୍ଞାତ ସ୍ଥାନରେ ବାସ କରୁଛନ୍ତି । ଲି ଆହୁରି ମଧ୍ୟ କହିଛନ୍ତି ସେ ଏବେ ବହୁତ ଭୟରେ ଅଛନ୍ତି । କାରଣ ତାଙ୍କ ଜୀବନ ପ୍ରତି ବିପଦ ଅଛି ଓ ସେ ଆଉ କେବେ ତାଙ୍କ ପରିବାର ପାଖକୁ ଫେରି ପାରିବେନି ।
ଯଦି ସେ କରୋନା ସହ ଜଡ଼ିତ କିଛି ସତ୍ୟ ସମ୍ପର୍କରେ କହିଥାନ୍ତେ ତେବେ ତାଙ୍କୁ ହତ୍ୟା କରିଦେଇଥାନ୍ତେ ବୋଲି କହିଛନ୍ତି ଲି ମେଙ୍ଗ ୟାନ । 2019 ଡିସେମ୍ବରରେ ଚୀନ ସରକାର କରୋନା ଉପରେ ରିସର୍ଚ୍ଚ କରିବା ଉପରେ ରୋକ ଲଗାଇଦେଇଥିଲେ । ଏହାପରେ ଲି ଅନ୍ୟ ସୋର୍ସରୁ କରୋନା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିଲେ । ଚୀନରେ ବଡ଼ ହୋଇଥିବା ଲି ମେଙ୍ଗ ୟାନ ରିସର୍ଚ୍ଚ କରି ଡିସେମ୍ବର 2019ରେ ଜାଣିବାକୁ ପାଇଥିଲେ କରୋନା ଭାଇରସ୍ ମଣିଷରୁ ମଣିଷ ପାଖକୁ ବ୍ୟାପିବ । କିନ୍ତୁ ଏନେଇ ଚୀନ କି ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ ବିଶ୍ୱକୁ ଅବଗତ କରାଇନଥିଲେ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଲି ମେଙ୍ଗ ୟାନ । କେବଳ ସେତିକି ନୁହେଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ, ଚୀନ ଅନୁସାରେ କରୋନା ଭାଇରସ୍ ମଣିଷ ପାଖରୁ ମଣିଷକୁ ବ୍ୟାପିବ ନାହିଁ । ଚୀନ ସମେତ ଡବ୍ଲୁଏଚଓକୁ ବି ଦାୟୀ କରିଛନ୍ତି ଲି ମେଙ୍ଗ ୟାନ ।