ବ୍ରିଟେନ ସରକାର ଘରୋଇ ଟେଲିକମ କମ୍ପାନୀ ଗୁଡ଼ିକୁ କହିଛି ଯେ, ସେମାନେ ୨୦୨୭ ଯାଏଁ ୫ ଜି ନେଟୱର୍କ ଠାରୁ ଚାଇନିଜ କମ୍ପାନୀ ହୁୱେଇର ସମସ୍ତ ଉପକରଣ ହଟେଇ ଦେଉ। ଚଳିତ ବର୍ଷ ଜାନୁଆରୀରେ ବ୍ରିଟେନ ସରକାର କହିଥିଲେ ଯେ, ହୁୱେଇକୁ ୫ଜି ନେଟୱର୍କର ସମ୍ବେଦନଶୀଳ କୋରରୁ ବାହାରେ ରଖାଯାଉ ଏବଂ ଅନ୍ୟ ଭାଗୀଦାରି କ୍ଷେତ୍ରରେ ୩୫ ପ୍ରତିଶତ ରଖାଯାଉ। କିନ୍ତୁ ଏବେ ସରକାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ଆନିଛନ୍ତି।
ବ୍ରିଟେନ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ହୁୱେଇ କହିଛି ଯେ, ବ୍ରିଟେନର ସମସ୍ତ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଏହା ଏକ ନୈରାଶ୍ୟଜନକ ବିଷୟ। ଏହି ନିଷ୍ପତ୍ତି ବ୍ରିଟେନକୁ ଡିଜିଟାଲ କ୍ଷେତ୍ରରେ ପଛକୁ ଠେଲିଦେବ। ତେଣୁ ଏହି କ୍ଷେତ୍ରରେ ପୁନର୍ବିଚାର କରିବାକୁ ଆମେ ନିବେଦନ କରିବୁ। ଆମ ପ୍ରଡକ୍ଟ ଦ୍ଵାରା ରାଷ୍ଟ୍ରର ସୁରକ୍ଷା ପ୍ରଭାବିତ ହେବ ନାହିଁ ବୋଲି ଆମର ବିଶ୍ଵାସ ରହିଛି।
ସେପଟେ ହୁୱାଇକୁ ନେଇ ଆମେରିକାରେ ଅସନ୍ତୋଷ ଜାରି ରହିଛି। ଆମେରିକୀୟ ଅଧିକାରୀମାନେ ଦାବି କରୁଛନ୍ତି ଯେ, ହୁୱେଇ ସ୍ମାର୍ଟଫୋନ ଦ୍ଵାରା ଦେଶର ନାଗରିକଙ୍କ ଜାସୁସୀ କରାଯାଉଛି। ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଚୀନ ସରକାରଙ୍କ ନିକଟକୁ ପଠାଯାଉଛି।