ସ୍ଥାନୟ ଅଧିକାରୀ ଗୁରୁବାର କହିଛନ୍ତି ଯେ ତାଲିବାନ ମାନେ ତଖାର ପ୍ରଦେଶର ଏକ ଗ୍ରାମରେ ବୁଧବାର ଆଫଗାନିସ୍ତାନ ସୁରକ୍ଷା ବାହିନୀକୁ ଟାର୍ଗେଟ କରିଥିଲଏ। ଏହା ପରେ ଆଫଗାନିସ୍ତାନ ବାୟୁସେନା ତାଲିବାନର ଆତଙ୍କବାଦୀଙ୍କୁ ଆକ୍ରମଣ କରିଥିଲା ଯେଉଁଥିରେ ଅନେକ ତାଲିବାନ କମାଣ୍ଡରଙ୍କ ସମେତ 12 ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏହି ଆକ୍ରମଣର ଶିକାର ସାଧାରଣ ନାଗରିକ ମାନେ ମଧ୍ୟ ହୋଇଛନ୍ତି। ତେବେ ଏନେଇ ଯାଞ୍ଚ ମଧ୍ୟ ଚାଲିଛି।
ଏହାପୂର୍ବରୁ, 21 ଅକ୍ଟୋବରରେ 25 ଜଣ ଆଫଗାନିସ୍ତାନ ସୁରକ୍ଷା କର୍ମୀ ଆତଙ୍କବାଦୀ ସଂଗଠନ ତାଲିବାନ ଦ୍ୱାରା ଆକ୍ରମଣରେ ନିହତ ହୋଇଥିଲେ। ତଖାର ପ୍ରଦେଶର ରାଜ୍ୟପାଳଙ୍କ ମୁଖପାତ୍ର ଜାଭେଦ୍ ହେଜରୀ କହିଛନ୍ତି ଯେ ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଆତଙ୍କବାଦୀମାନେ ବହୁ କ୍ଷତି ସହିଛନ୍ତି। ତେବେ ଏହି ଏନକାଉଣ୍ଟରରେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।